Advertisment

Helicopter Crash: କେତେ ସୁରକ୍ଷିତ ହେଲିକପ୍ଟର ଯାତ୍ରା ? 'ଉଡ଼ନ୍ତା କଫିନ୍' କହିଲେ ଯାତ୍ରୀ

କେଦାରନାଥରେ ବାରମ୍ବାର ହେଉଛି ହେଲିକପ୍ଟର ଦୁର୍ଘଟଣା । ଏଠାରେ କେତେ ସୁରକ୍ଷିତ ହେଲିକପ୍ଟର ଯାତ୍ରା ? ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି ତ ? ଗୌରୀକୁଣ୍ଡରେ ହେଲିକପ୍ଟର କ୍ରାସ୍ ପରେ ଏସବୁ ପ୍ରଶ୍ନ ମନରେ ଉଙ୍କି ମାରୁଥିବାବେଳେ ପ୍ରତ୍ୟକ୍ଷ ଦର୍ଶୀ ବଖାଣିଛନ୍ତି ଅନୁଭୂତି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Chopper Crash

Chopper Crash

ଜୀବନ ନେଉଛି ଉଡ଼ନ୍ତା କଫିନ୍ । ଆକାଶରେ ଉଡୁଛି, ତଳକୁ ମୃତ୍ୟୁ ହୋଇ ଖସୁଛି । ଏକଥା ଆମେ କହୁନାହୁଁ, କେଦାରନାଥରେ ବାରମ୍ବାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଏମିତି ପ୍ରତିକ୍ରିୟା ରଖିଛନ୍ତି ଯାତ୍ରୀ । ହେଲିକପ୍ଟର ସତେ ଯେମିତି 'ଉଡ଼ନ୍ତା କଫିନ୍' ପାଲଟିଥିବା ସେମାନେ କହିଛନ୍ତି ।  ରବିବାର କେଦାରନାଥ ଯିବାବେଳେ କ୍ରାସ୍ ହୋଇଥିଲା ହେଲିକପ୍ଟର । ଗତ ୧୫ତାରିଖରେ ଗୌରୀକୁଣ୍ଡର ଏକ ଜଙ୍ଗଲ ନିକଟରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାଇଲଟ୍‌ଙ୍କ ସମେତ ହେଲିକପ୍ଟରରେ ଥିବା ସମସ୍ତ ୭ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି । ଉତ୍ତରାଖଣ୍ଡରେ ମାତ୍ର ୬ ସପ୍ତାହ ଭିତରେ ଏହା ହେଉଛି ପଞ୍ଚମ ଦୁର୍ଘଟଣା । 

Advertisment

ସେହି ସମୟର ଭୟଙ୍କର ଅନୁଭୂତି ବଖାଣିବା ପାଇଁ କେହି ଯାତ୍ରୀ ଜୀବିତ ନାହାନ୍ତି ସତ, କିନ୍ତୁ ପୂର୍ବରୁ ହେଲିକପ୍ଟରରେ ଥିବା ବିଭିନ୍ନ ସମସ୍ୟା ଓ ଅନୁଭୂତି ବିଷୟରେ ବଖାଣିଛନ୍ତି ଅନ୍ୟ ଯାତ୍ରୀ । ଗତ ୧୪ ତାରିଖରେ ଅର୍ଥାତ୍ ଏହି ଦୁର୍ଘଟଣାର ଦିନକ ପୂର୍ବରୁ ଯାତ୍ରା କରିଥିବା ୫ ଯାତ୍ରୀ କିଭଳି ମରଣ ମୁହଁରୁ ଫେରିଥିଲେ ସେ ବିଷୟରେ କହିଛନ୍ତି । ସେମାନେ ହେଲେ ପ୍ରଶାନ୍ତ ପାଟିଲ, ରାହୁଲ କିରାଦ ଓ ଡକ୍ଟର ମେଘନା ଶର୍ମା(ଟ୍ରାଭେଲ୍ ବ୍ଲଗର) , ଆସ୍ଥା ଓ ଅସ୍ମିତା ।

ଏହି ଯାତ୍ରୀମାନହ୍କ କହିବା ଅନୁସାରେ, ସେମାନଙ୍କୁ ସକାଳ ୭ଟାରେ ସହସ୍ତ୍ରଧାରା ହେଲିପ୍ୟାଡ୍‌ରୁ ଉଡାଣ ଭରିବାର ଥିଲା । ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବାରମ୍ବାର ବିଳମ୍ବ ହେବା ସହ ହେଲିକପ୍ଟରର ଆସିବା ସମୟ କ୍ୟାନସଲ୍ ହେଲା । ଏହାପରେ ସମସ୍ତ ପାସେଞ୍ଜରଙ୍କୁ ଫେରିଯାଇ ଗୁପ୍ତଶଖିରେ ରାତ୍ରିଯାପନ କରିବାକୁ କୁହାଯାଇଥିଲା । ଭୋର୍ ୪ଟା ୨୦ ସମୟରେ ଆସିବାକୁ କୁହାଗଲା ସତ, ହେଲେ ହେଲିକପ୍ଟରଟି ଆଉ ଆସିନଥିଲା । ପ୍ରଥମେ ଏହା ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା ବୋଲି କୁହାଗଲା । ହେଲେ ପରେ କିଛି ସ୍ପଷ୍ଟ ସୂଚନା ମିଳିଲା ନାହିଁ । ସେମାନଙ୍କର କେତେକ ବନ୍ଧୁ ଗୁପ୍ତକାଶୀରୁ କେଦାରନାଥ ପହଞ୍ଚିଥିବା  କହିଛନ୍ତି । ଏହାସହ ଏତେ ବଡ଼ ଅଘଟଣରୁ ବର୍ତ୍ତିଯାଇଛୁ ବୋଲି କହି ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯାତ୍ରୀ । ଏଭଳି ଭୟଙ୍କର ଦୁର୍ଘଟଣା ପରେ ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । 

Advertisment

ସେପଟେ ଅନ୍ୟ କିଛି ଯାତ୍ରୀଙ୍କ କହିବା କଥା, ଏଠାକାର ହେଲିକପ୍ଟର ଫ୍ଲାଇନ କଫିନ୍( ଉଡ଼ନ୍ତା କୋକେଇ) ପାଲଟିଛି । ଗ୍ରାଉଣ୍ଡ ଷ୍ଟାଫ୍‌ମାନେ ଭଲ ବ୍ୟବହାର ପ୍ରଦର୍ଶନ କରୁନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ । ଏହାସହ କୌଣସି ଟେକ୍ନିକାଲ ସପୋର୍ଟ ନଥିବାବେଳେ ସୁରକ୍ଷା ଦୃଷ୍ଟିକୋଣରୁ ସେପରି ବ୍ୟବସ୍ଥା ନଥିବା ଯାତ୍ରୀମାନେ ଅଭିଯୋଗ ଆଣିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,ସମସ୍ତ ସେଫ୍ଟି ପ୍ରୋଟକଲ ଉଲଘଂନ କରାଯାଇଥିଲା । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ନେଇ ମଧ୍ୟ ତାଳମେଳ ରହୁନାହିଁ । ମୃତକଙ୍କ ପରିବାର ହେଲିକପ୍ଟର ଦୁର୍ଘଟଣା ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ବାରମ୍ବାର ହେଲିକପ୍ଟର କ୍ରାସ୍ ହେବା, ଆସିବାରେ ବିଳମ୍ବ ହେବା ଇତ୍ୟାଦି ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ପର୍ଯ୍ୟଟନ ଋତୁ ଆସିଲେ କେଦାରନାଥ ଧାମକୁ ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ହୋଇଥାଏ । ବାରମ୍ବାର ଏଭଳି ହେଲିକପ୍ଟର ଦୁର୍ଘଟଣା ଘଟୁଥିବାରୁ ପର୍ଯ୍ୟଟକଙ୍କ ଜୀବନ ଯାଉଛି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବା ଜରୁରୀ ହୋଇପଡିଛି । 

ଅଧିକ ପଢନ୍ତୁ: ପୁଣି ବଡ଼ ଦୁର୍ଘଟଣା, ହେଲିକପ୍ଟର କ୍ରାସ୍‌ରେ ୭ ମୃତ

Kedarnath Helicopter Crash
Advertisment
Related Articles
Advertisment