/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750068700.jpg)
Largest rice Exporter
ବିଶ୍ବରେ ଚାଉଳ ରପ୍ତାନୀରେ ସବୁଠୁ ଆଗରେ ରହିଛି ଭାରତ । ଅନ୍ୟ ଦେଶ ଯେଉଁମାନେ ଚାଉଳ ରପ୍ତାନୀ କରୁଛନ୍ତି ସେମାନଙ୍କ ଠାରୁ କାହିଁ କେତେ ଆଗରେ ରହିଛି । Statistaର ୨୦୨୪-୨୫ର ରିପେ।ର୍ଟ ଅନୁସାରେ ଭାରତ ତା ତଳେ ଥିବା ଦେଶ ତୁଳନାରେ ପାଖାପାଖି ୩ ଗୁଣା ଅଧିକ (୨୨ ମିଲିୟନ ମେଟ୍ରିକ ଟନ) ଚାଉଳ ରପ୍ତାନୀ କରୁଛି ।
ଏସିଆ, ମଧ୍ୟ-ପୂର୍ବ ଆଫ୍ରିକା, ୟୁରେ।ପ ଓ ଆଫ୍ରିକାର କିଛି ଅଞ୍ଚଳରେ ସୁଗନ୍ଧିତ ବାସୁମତୀ ଚାଉଳରୁ ଆରମ୍ଭ କରି ଉଷୁନା ଚାଉଳର ଚାହିଦା ରହିଛି । ଚାଉଳର ଅଧିକ ଉତ୍ପାଦନ, ସୁଲଭ ମୂଲ୍ୟ ଓ ଦୃଢ ଲଜିଷ୍ଟିକ ସିଷ୍ଟମ ଯେ।ଗୁ ଚାଉଳ ରପ୍ତାନୀରେ ଭାରତ ବିଶ୍ବରେ ଆଗରେ ରହିଛି ।
ଅଧିକ ପଢ଼ନ୍ତୁ: ଗେ।ଟିଏ ଭୁଲ ଯେ।ଗୁ ସବୁ ହରାଇଲେ, ବୁଡ଼ିଗଲା ୧୫ ହଜାର କୋଟିର ସାମ୍ରାଜ୍ୟ
ଭାରତ ବଡ ବ୍ୟବଧାନରେ ଅନ୍ୟ ଦେଶଙ୍କ ଠାରୁ ବହୁ ଆଗରେ ରହିଛି ଚାଉଳ ରପ୍ତାନୀ ରେସରେ । ଭାରତ ଠାରୁ ପଛରେ ଅଛନ୍ତି ଥାଇଲାଣ୍ଡ ଓ ଭିଏତନାମ । ୨୦୨୪-୨୫ରେ ଥାଇଲାଣ୍ଡ ଓ ଭିଏତନାମ ୭.୫ ମିଲିୟନ ମେଟ୍ରିକ ଟନ୍ ଚାଉନ ରପ୍ତାନୀ କରିଥିବା କୁହାଯାଉଛି ।
ଭାରତରେ ବିଭିନ୍ନ କିସମର ଚାଉଳ ଉତ୍ପାଦନ ହେଉଛି । ଯାହା ଯେ।ଗୁଁ ବିଶ୍ବ ବଜାରରେ ଚାଉଳ ରପ୍ତାନୀରେ ଭାରତର ଦବଦବା ରହିଛି । ଭାରତରେ ବିଭିନ୍ନ ପ୍ରକାରର ବାସନା ଓ ବାସୁମତୀ ଚାଉଳ ସହ ଉଷୁନା ଚାଉଳ ବିଭିନ୍ନ ଜଳବାୟୁରେ ଉତ୍ପାଦନ କରାଯାଉଛି । ସାଉଦି ଆରବ, ଇରାନ, ନାଇଜେରିଆ ଓ ଆମେରିକା ଭଳି ଦେଶ ସହ ଦୀର୍ଘକାଳୀନ ବେପାର କରି ଲାଭରେ ରହୁଛି ଭାରତ ।
ରପ୍ତାନୀରେ ଭାରତ ପ୍ରଥମ ସ୍ଥାନରେ, ଦ୍ବିତୀୟ ସ୍ଥାନରେ ଥାଇଲାଣ୍ଡ, ତୃତୀୟ ସ୍ଥାନରେ ଭିଏତନାମ, ଚତୁର୍ଥ ସ୍ଥାନରେ ପାକିସ୍ତାନ, ପଞ୍ଚମ ସ୍ଥାନରେ କମ୍ବେ।ଡିଆ ଭଳି ଦେଶ ରହିଛନ୍ତି । ଭାରତର ଚାଉଳ ରପ୍ତାନି ଅନେକ କାରଣ ପାଇଁ ସୁଦୃଢ଼ ।
ଯେପରିକି ବିସ୍ତୃତ କୃଷି ଜମି, ବାର୍ଷିକ ବହୁ ପରିମାଣରେ ଧାନ ଅମଳ, ଧାନ କିସମର ବିବିଧତା ଓ ଅଳ୍ପ ଟଙ୍କା ଖର୍ଚ୍ଚ କରି ଚାଷ କରାଯାଉଛି । ଏହା ସହ ସରକାରୀ ସହାୟତା, ରପ୍ତାନି ପ୍ରୋତ୍ସାହନ ଏବଂ ଦକ୍ଷ ବନ୍ଦର ସଂଯୋଗ ମଧ୍ୟ ଏକ ପ୍ରମୁଖ କାରଣ ।
ବାସୁମତୀ ଚାଉଳ ଲମ୍ବା, ନରମ ଏବଂ ସୁଗନ୍ଧିତ । ଏହା ମୁଖ୍ୟତଃ ବିରିୟାନି ଭଳି ଖାଦ୍ୟରେ ବ୍ୟବହୃତ ହୁଏ । ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଏହା ଅତ୍ୟନ୍ତ ଲୋକପ୍ରିୟ।
ଚାଉଳ ରପ୍ତାନିରେ ଯୁକ୍ତରାଷ୍ଟ୍ର ଅ।ମେରିକା ଷଷ୍ଠ ସ୍ଥାନରେ ଅଛି। ଏହା ମୁଖ୍ୟତଃ ସୁଶି, ରିସୋଟୋ ଭଳି ଖାଦ୍ୟରେ ବ୍ୟବହୃତ ମଧ୍ୟମ ଶସ୍ୟର ଚାଉଳ ରପ୍ତାନି କରେ । ଏସବୁ ନିକଟବର୍ତ୍ତୀ ଦେଶଗୁଡ଼ିକୁ ବିକ୍ରି ହୁଏ ।
ପାକିସ୍ତାନ ୫୦ ଲକ୍ଷ ଟନ୍ରୁ ଅଧିକ ଚାଉଳ ରପ୍ତାନି କରେ। ଅଧିକାଂଶ ବାସୁମତୀ ଚାଉଳ ରପ୍ତାନୀ କରେ । ପଶ୍ଚିମ ଦେଶ ଗୁଡିକ ମୁଖ୍ୟତଃ ପାକିସ୍ତାନ ଠାରୁ ଚାଉଳ କିଣିଥାନ୍ତି । ଚୀନ୍ ଏବଂ ଉରୁଗୁଏ କେବଳ ୧୦ ଲକ୍ଷ ଟନ୍ ଚାଉଳ ରପ୍ତାନି କରନ୍ତି। ଏହା ଭାରତ ତୁଳନାରେ ବହୁତ କମ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)