• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

କମିବ ବିମାନ ବନ୍ଦର ନିକଟରେ ରହିଥିବା ଘର ଓ ଗଛର ଉଚ୍ଚତା । ନୋଟିସ ପାଇବାର ୬୦ ଦିନରେ ଘର ଭାଙ୍ଗିବେ ମାଲିକ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଠାରୁ ନୋଟିସ୍ ପାଇବା ପରେ ୬୦ ଦିନ ମଧ୍ୟରେ ମାଲିକମାନଙ୍କୁ ଘରର ଉଚ୍ଚତା କମ କରିବାକୁ ହେବ । ଏଥି ସହ ଯେଉଁ ଗଛ ବିମାନ ଉଡାଣରେ ଅବରୋଧ କରୁଥିବ ତାକୁ କାଟିବାକୁ କିମ୍ବା ଉଚ୍ଚତା କମ କରିବାକୁ ନିର୍ଦ୍ଦେଶ ରହିଛି । 

ଅଧିକ ପଢ଼ନ୍ତୁ: ଅଗଷ୍ଟ ୧୫ରୁ ବର୍ଷିକିଆ ଫାସ୍‌ଟ୍ୟାଗ୍ ପାସ୍‌, ଜାଣନ୍ତୁ କେମିତି ଫାଇଦା ପାଇବେ ଗାଡ଼ି ମାଲିକ ?

ତେବେ କେନ୍ଦ୍ର ସରକାରଙ୍କ ବିମାନ(କୋଠା ଓ ଗଛ ଇତ୍ୟାଦିରୁ ସୃଷ୍ଟି ହେଉଥିବା ଅବରୋଧ ହଟାଇବା) ନିୟମ ୨୦୨୫ ଅନୁଯାୟୀ ବିଜ୍ଞପ୍ତି ଜାରି ହୋଇଛି । ଏହି ନିୟମ ଅନୁଯାୟୀ, ଘରର ମାଲିକ ମାନେ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ । ଯଦି କୌଣସି ମାମଲାରେ ଘର ମାଲିକ ନିର୍ଧାରିତ ସମୟରେ ଅବରୋଧ କରୁଥିବା ଘରକୁ ଭାଙ୍ଗିବା କିମ୍ବା ଗଛର ଉଚ୍ଚତା କମ କରିବାକୁ ବିଫଳ ହୁଅନ୍ତି, ତେବେ ସେ ନେଇ ଏରୋଡ୍ରମ ଅଧିକାରୀ ଜିଲ୍ଲାପାଳଙ୍କୁ ଜଣାଇବେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ଘର ଭଙ୍ଗାଯିବ ବା ଗଛର ଉଚ୍ଚତା କମାଯିବ ।

ନିକଟରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ୨୭୧ ଜଣ ପ୍ରାଣ ହରାଇବା ପରେ ସାଧାରଣ ସୁରକ୍ଷା ଦୃଷ୍ଟିରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଜାଗ ହୋଇଛି । ଏହି ବିମାନ ଦୁର୍ଘଟଣା ହେବା ସମୟରେ ଏକ ମେଡିକାଲ ହଷ୍ଟେଲରେ ମାଡ ହୋଇଥିଲା । ଯେଉଁଥିରେ ଅନେକ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ।

ଅଧିକ ପଢ଼ନ୍ତୁ: ରେଳ ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ବଡ଼ ପଦକ୍ଷେପ ନେଲା ରେଳ ବିଭାଗ...

ଓଟିଭି ବିଜ୍ଞାପନ