/odishatv-khabar/media/post_attachments/uploadimage/library/16_9/16_9_0/sonam_1750311970.jpg)
sonam
ମେଘାଳୟ ହନିମୁନ ହରରରେ ପୁଣି ଆସିଛି ଏକ ନୂଆ ଟ୍ବିଷ୍ଟ। ରାଜା ରଘୁବଂଶୀଙ୍କ ସ୍ତ୍ରୀ ସୋନମର ସିକ୍ରେଟ ଲଭରର ପତା ମିଳିଛି। ଏକ ଅଜଣା ନମ୍ବରରେ ସୋନମ ନିୟମିତ କଥା ହେଉଥିଲା। ଟ୍ରୁ କଲରରେ ଏହି ନମ୍ବରଟି ସଞ୍ଜୟ ବର୍ମାଙ୍କ ନାମରେ ଥିବା ଦେଖିବାକୁ ମିଳିଛି। ପ୍ରାଥମିକ ତଦନ୍ତରେ ପୋଲିସ ପକ୍ଷରୁ ରାଜ କୁଶୱାହକୁ ଏହି ଘଟଣାରେ ସୋନମଙ୍କ ପ୍ରେମିକ ବୋଲି କୁହାଯାଉଥିଲା। ତେବେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ପୁରା ଘଟଣାକ୍ରମ ଆହୁରି ଜଟିଳ ହେବାରେ ଲାଗିଛି।
ଏହି ଅଜଣା ନମ୍ବରରେ ସୋନମ ନିୟମିତ କଥା ହେଉଥିଲେ। ଟ୍ରୁ କଲର ଆପରେ ଏହି ନମ୍ବରଟି ସଞ୍ଜୟ ବର୍ମାଙ୍କ ନାମରେ ଦେଖା ଯାଉଛି। ମାର୍ଚ୍ଚ ୧ରୁ ଏପ୍ରିଲ ୮ ତାରିଖ ମଧ୍ୟରେ ସୋନମ ଏହି ନମ୍ବର ସହିତ ବହୁତ ଥର କଥା ହୋଇଛନ୍ତି। ହତ୍ୟାର ୩ ସପ୍ତାହ ପୂର୍ବରୁ ସୋନମ ଏହି ନମ୍ବରରେ ପ୍ରାୟ ୨୩୪ ଥର କଥା ହୋଇଥିବା ନେଇ କୁହାଯାଉଛି। ଆଧିକାରିକ ଭାବେ ପୋଲିସ ପକ୍ଷରୁ ଏହା ଏ ଯାଏ ସ୍ପଷ୍ଟ କରାଯାଇ ନାହିଁ। ସୋନମ ଉତ୍ତର ପ୍ରଦେଶର ଘାଜିପୁରରୁ ଗିରଫ ହେବା ପରେ ଏହି ନମ୍ବର ଅଫଲାଇନ ହେବା ପୋଲିସର ସନ୍ଦେହ ବଢାଇଛି। ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହି ନମ୍ବରର ମାଲିକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ: ଇରାନ-ଇସ୍ରାଏଲ ଭୟଙ୍କର ଯୁଦ୍ଧ, ଜଳୁଛି ମଧ୍ୟପ୍ରାଚ୍ୟ... ଇରାନକୁ ପାକିସ୍ତାନର ସମର୍ଥନ
ଉଲ୍ଲେଖଯୋଗ୍ୟ ଯେ, ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀ ଓ ସୋନମଙ୍କ ହାତଗଣ୍ଠି ପଡିଥିଲା ମେ ୨୦ରେ । ହନିମୁନ୍ ଟ୍ରିପରେ ମେଘାଳୟର ସିଲଂ ଯାଇଥିଲେ ନବ ଦମ୍ପତି ୨୩ ମେରେ। ଚେରାପୁଞ୍ଜିର ନଙ୍ଗ୍ରିୟାଟରେ ଲିଭିଂ ରୁଟ୍ ବ୍ରିଜ୍ ଦେଖିବା ପରେ ନିଖୋଜ ହୋଇଯାଇଥିଲେ ଉଭୟ। ଜୁନ୍ ୨ରେ ନିଖୋଜର ୧୦ ଦିନ ପରେ ଝରଣା ନିକଟରୁ ମିଳିଥିଲା ରାଜାଙ୍କ ମୃତଦେହ। ହାତରେ ଥିବା ରାଜା ଟାଟୁ ଦେଖି ପରିଚୟ ମିଳିଥିଲା। ହେଲେ ଖୋଜ ଖବର ନଥିଲା ସୋନମଙ୍କର। ମେଘାଳୟ ପୋଲିସ ତୁରନ୍ତ ହତ୍ୟା ମାମଲା ରୁଜୁ କରି ଆରମ୍ଭ କରିଦେଇଥିଲା ତଦନ୍ତ।
ଏସପିଙ୍କ ନେତୃତ୍ବରେ ଗଠନ ହୋଇଥିଲା ଏସଆଇଟି। ଉଭୟ ରହୁଥିବା ହୋମ୍ ଷ୍ଟେ'ର ସିସିଟିଭି ଘାଣ୍ଟିଥିଲା ପୋଲିସ। ପରେ ରାଜାଙ୍କ ଡେଡବଡି ମିଳିଥିବା ସ୍ଥାନରୁ ମିଳିଥିଲା ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ। ରାଜାଙ୍କୁ ହତ୍ୟା କରି ସୋନମଙ୍କୁ ଅପହରଣ କରାଯାଇଥିବା ପ୍ରଥମେ ସନ୍ଦେହ କରିଥିଲା ତଦନ୍ତକାରୀ ଟିମ୍। ହେଲେ ପଚରାଉଚୁରା ବେଳେ ଗାଇଡ୍ ରଖିଥିବା ବୟାନ କେସକୁ ଦେଇଥିଲା ନୂଆ ଦିଗ। ପାହାଡ଼ ଚଢିବା ବେଳେ ଗାଇଡକୁ ସାଙ୍ଗରେ ଯିବାକୁ ମନା କରିବା, ରାଜା ଓ ସୋନମଙ୍କ ସାଙ୍ଗରେ ଆଉ ୩ ଜଣ ଥିବା, ଇସାରା କରିଥିଲା ହତ୍ୟାକାଣ୍ଡ ଷଡଯନ୍ତ୍ର ଆଡ଼କୁ।
ରାଜ୍ କୁଶୱାହ ପ୍ରେମରେ ଉବୁଟୁବୁ ସୋନମ୍ ରଚିଥିଲା ୭ ଦିନର ସ୍ବାମୀଙ୍କ ମର୍ଡର ପ୍ଲାନ୍। ବୟସରେ ସୋନମଠାରୁ ୫ବର୍ଷ ସାନ। ବାପାଙ୍କ ପ୍ଲାଇଉଡ୍ ଫ୍ୟାକ୍ଟ୍ରିରେ କାମ କରୁଥିଲା ରାଜ। ସେଠାରୁ ହିଁ ଆରମ୍ଭ ହୋଇଥିଲା ପ୍ରେମ ସଂପର୍କ। ତେବେ ପ୍ରେମ ସଫଳ ନହେବାରୁ ସ୍ବାମୀ ରାଜାଙ୍କୁ ରାସ୍ତାରୁ ହଟାଇବାକୁ ରାଜ୍ ସହ ମିଶି ସୋନମ୍ କରିଥିଲେ ପ୍ଲାନ୍। ଯୋଗାଡ କରାଯାଇଥିଲା ସୁପାରି କିଲର। ତେବେ ବର୍ତ୍ତମାନ ପୋଲିସ ସନ୍ଦେହ କରୁଛି ରାଜକୁ କେବଳ ମୋହରା ଭାବେ ବ୍ୟବହାର କରିଥିଲେ ସୋନମ।
ଆକାଶ ରାଜପୁତ୍, ବିଶାଲ ଚୌହାନ୍ ଏବଂ ଆନନ୍ଦ କୁମାର। ଯୋଜନା ମୁତାବକ ଏହି ୩ ସୁପାରି କିଲରଙ୍କୁ ମେଘାଳୟର ପ୍ରତିଟି ଜାଗାର ପ୍ରତି ମୁହୂର୍ତ୍ତର ଖବର ଦେଉଥିଲେ ସୋନମ୍। ପ୍ରଥମେ ଫୋନ୍ କଲ୍ ଡିଟେଲ୍ସରୁ ରାଜ୍ କୁଶୱାକୁ ଟ୍ରାକ କରିଥିଲା ପୋଲିସ। ପରେ ଧରାପଡିଥିଲେ ଅନ୍ୟ ୨ ଜଣ ଅଭିଯୁକ୍ତ। ହେଲେ ଏଯାଏ ଫେରାର ଅଛି ଆକାଶ ରାଜପୁତ୍। ମେଘାଳୟ ଓ ଇନ୍ଦୋର ପୋଲିସ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)