Advertisment

Heavy Rain Alert: ୪ ଜିଲ୍ଳାକୁ ପ୍ରବଳ ବର୍ଷିବ, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଅପରପକ୍ଷେ ସ୍ୱାଭାବିକ ସ୍ଥିତିକୁ ଫେରିଥିବା ମୌସୁମୀ ବର୍ଷା ମାତ୍ର ୩ ଦିନରେ 29% ନିଅଣ୍ଟିଆକୁ ଭରଣ କରିଛି। ଗତ ୧୫ ଜୁନ ବେଳକୁ ମୌସୁମୀ ଋତୁରେ ରାଜ୍ୟରେ ହାରାହାରି ବର୍ଷା 42.9 ମିମି ସହ 42% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା। କିନ୍ତୁ ପରେ ଘୂର୍ଣ୍ଣିବଳୟ, ସକ୍ରିୟ ମୌସୁମୀ ଏବଂ ଲଘୁଚାପ ପ୍ରଭାବରେ ୩ ଦିନରେ 29 % ନିଅଣ୍ଟିଆ ଭରଣ କରିଥିବା କହିଛି ପାଣିପାଗ ବିଭାଗ।

author-image
Saroj Kumar Jena
ଅଦ୍ୟତନ ହୋଇଛି
rain

rain

ଆଜି ବି ପ୍ରବଳ ବର୍ଷିବ। ୪ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁର । ଏହି ସବୁ ଜିଲ୍ଲାର କିଛି କିଛି ସ୍ଥାନରେ ୧୨ରୁ ୨୦ ସେମି ଯାଏ ବର୍ଷା ହୋଇପାରେ । ସେହିଭଳି ବାକି ୫ ଜିଲ୍ଲା ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼କୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପଶ୍ଚିମ ଭାଗରେ ସକ୍ରିୟ ଲଘୁଚାପ ଏବଂ ପୂର୍ବ ଭାଗରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ବଡ଼ ବର୍ଷା ସମ୍ଭାବନା ଥିବାରୁ ଚେତାବନୀ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଅପରପକ୍ଷେ ସ୍ୱାଭାବିକ ସ୍ଥିତିକୁ ଫେରିଥିବା ମୌସୁମୀ ବର୍ଷା ମାତ୍ର ୩ ଦିନରେ 29% ନିଅଣ୍ଟିଆକୁ ଭରଣ କରିଛି। ଗତ ୧୫ ଜୁନ ବେଳକୁ ମୌସୁମୀ ଋତୁରେ ରାଜ୍ୟରେ ହାରାହାରି ବର୍ଷା 42.9 ମିମି ସହ 42% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା। କିନ୍ତୁ ପରେ ଘୂର୍ଣ୍ଣିବଳୟ, ସକ୍ରିୟ ମୌସୁମୀ ଏବଂ ଲଘୁଚାପ ପ୍ରଭାବରେ ୩ ଦିନରେ 29 % ନିଅଣ୍ଟିଆ ଭରଣ କରିଥିବା କହିଛି ପାଣିପାଗ ବିଭାଗ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏକା ସହ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିଲା। ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଓ ଦକ୍ଷିଣ ଗୁଜରାଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ କେନ୍ଦ୍ର ।

Advertisment
Heavy Rainfall Low Pressure Monsoon
Advertisment
Advertisment