Advertisment

Decomposed Body Found: ଦିବ୍ୟାଙ୍ଗଙ୍କୁ ହତ୍ୟା: ମୃତଦେହରେ ସିମେଣ୍ଟ ଗୋଳାଇ ସୁଟ୍‌କେସ୍‌ରେ ପ୍ୟାକ୍‌ କଲେ, ଟ୍ରଙ୍କରେ ପୂରାଇ ଫିଙ୍ଗିଦେଲେ

ଦିବ୍ୟାଙ୍ଗଙ୍କୁ ବୀଭତ୍ସ ହତ୍ୟା । ମୃତଦେହରେ ସିମେଣ୍ଟ ଗୋଳାଇ ସୁଟ୍‌କେସ୍‌ରେ ପ୍ୟାକ୍‌ କଲେ । ପରେ ଏକ ବଡ଼ ଟ୍ରଙ୍କରେ ପୂରାଇ ଫିଙ୍ଗିଦେଲେ । ସିସିଟିଭିରୁ ଜଣାପଡ଼ିଲା ସତ । ପୋଲିସ ସ୍କାନରରେ ହତ୍ୟାକାରୀ ଦମ୍ପତି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Raipur Murder

Raipur Murder

ଜମିଜମା ବିବାଦରୁ ଦିବ୍ୟାଙ୍ଗଙ୍କୁ ବୀଭତ୍ସ ହତ୍ୟା । ପ୍ରଥମେ ମାରିଦେଲେ, ପରେ ମୃତଦେହରେ ସିମେଣ୍ଟ ଗୋଳାଇ ସୁଟ୍‌ କେସ୍‌ରେ ଭର୍ତ୍ତି କରିଦେଲେ । ଆଉ ତା'ପରେ ମୃତଦେହ ଭର୍ତ୍ତି ସୁଟ୍‌କେସ୍‌କୁ ଏକ ଲୁହା ଟ୍ରଙ୍କ୍‌ ଭିତରେ ରଖିଦେଲେ ।  ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଛତିଶଗଡ଼ର ରାୟପୁରରେ । 

Advertisment

ରାୟପୁରର ଡିଡି ନଗରରେ ଦିବ୍ୟାଙ୍ଗଙ୍କୁ ନିର୍ମମ ହତ୍ୟା କରାଯାଇଥିବାବେଳେ ଏହାର ଖୋଳତାଡ଼ କରୁଛି ପୋଲିସ । ଆଖପାଖରେ ଥିବା ସିସିଟିଭି ଆଧାରରେ ପୋଲିସ ଛାନଭିନ କରିଛି । ରାୟପୁର ଏସଏସପି ଲାଲ ଉମେଦ ସିଂହ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ଏହି ହତ୍ୟାକାଣ୍ଡ ପଛରେ ଏକ ଦମ୍ପତିଙ୍କ ହାତ ରହିଛି । କାରଣ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଉଭୟ ପତି ପତ୍ନୀ ଏକ କାର୍ ମଧ୍ୟରୁ ବାହାରିଛନ୍ତି । ପରେ ପରେ ଗାଡ଼ି ଡିକିରୁ ସେହି ଟ୍ରଙ୍କ୍ ବାହାର କରିଛନ୍ତି । ସେମାନେ ଓକିଲ ଅଙ୍କିତ ଏବଂ ତାଙ୍କ ପତ୍ନୀ । ତେବେ ଅଙ୍କିତ ପେଶାରେ ଜଣେ ଓକିଲ ହୋଇଥିବା ଜଣାପଡ଼ିଛି । 

ସବୁଠୁ ବଡ଼ କଥା ହେଉଛି ଏହି ଗାଡ଼ି ପଛେ ପଛେ ଏକ ଦୁଇ ଚକିଆ ଯାନ ଏସ୍କଟ୍ କରି ଆସୁଥିଲା । ଅନ୍ୟପଟେ କାର୍‌ର ଯେଉଁ ନମ୍ବରପ୍ଲେଟ୍ ଲାଗିଥିଲା ତାହା ଡୁପ୍ଲିକେଟ୍ ଥିଲା । ପୋଲିସର କହିବା ଅନୁସାରେ, ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେ ଚାଲିବାରେ ସକ୍ଷମ ନଥିବାରୁ ହ୍ୱିଲ୍‌ ଚେୟାର ବ୍ୟବହାର କରୁଥିଲେ । ସେ ପୂର୍ବରୁ ଏକ ପ୍ଲଟ୍ ୫୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ହେଲେ ତାଙ୍କୁ ଧାର୍ଯ୍ୟ ମୂଲ୍ୟଠାରୁ ୨୦ ଲକ୍ଷ କମ୍‌ ମିଳିଥିଲା । 

Advertisment

ବ୍ୟକ୍ତି ଜଣଙ୍କ ଯେତେବେଳେ ଅବଶିଷ୍ଟ ୨୦ ଲକ୍ଷ ଟଙ୍କା ମାଗିଥିଲେ ସେ ସମୟରେ ଅଙ୍କିତଙ୍କ ସହ ତାଙ୍କର ବଚସା ହୋଇଥିଲା । ତେବେ ଟଙ୍କା ନେଣ ଦେଣକୁ କେନ୍ଦ୍ର କରି ଅଙ୍କିତ ଓ ପତ୍ନୀ ମିଶି ସମ୍ପୃକ୍ତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । 

ଅଧିକ ପଢନ୍ତୁ: ଯୌତୁକ ଲୋଭରେ ୫ ମାସର ଗର୍ଭବତୀଙ୍କୁ ହତ୍ୟା !

Murder Chhattisgarh
Advertisment
Related Articles
Advertisment