Advertisment

PM Modi On Ceasefire: ପାକିସ୍ତାନକୁ ମୋଦିଙ୍କ ବଡ଼ ଚେତାବନୀ- ସେପଟୁ ଗୁଳି ଫୁଟିଲେ, ଏପଟେ ଗୋଳା ବର୍ଷିବ

ପାକିସ୍ତାନ ଉଦ୍ଦେଶ୍ୟରେ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଅସ୍ତ୍ରବିରତି ପରେ ବି ଯଦି ପାକିସ୍ତାନ ଆଟାକ୍‌ କରେ, ତେବେ ଭାରତ ଏହାର କଡ଼ା ଜବାବ ଦେବ । ସେପଟୁ ଗୁଳି ଫୁଟିଲେ, ଏପଟେ ଗୋଳା ବର୍ଷିବ ।

author-image
Namita Biswal
ଅଦ୍ୟତନ ହୋଇଛି
PM Modi On Ceasefire

PM Modi On Ceasefire

ଯଦିଓ ସୀମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛି, କିନ୍ତୁ ଏବେ ବି ଦୁଇ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଆଜି ପୁଣିଥରେ ପାକିସ୍ତାନ ଉଦ୍ଦେଶ୍ୟରେ କଡ଼ା ଚେତାବନୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅସ୍ତ୍ରବିରତି ପରେ ବି ଯଦି ପାକିସ୍ତାନ ଆଟାକ୍‌ କରେ, ତେବେ ଭାରତ ଏହାର କଡ଼ା ଜବାବ ଦେବ । ପାକିସ୍ତାନ ଗୁଳି ଫୁଟାଇଲେ ଆମେ ଗୋଳାରେ ଜବାବ ଦେବୁ । ପାକିସ୍ତାନ ସହ ଉତ୍ତେଜନା ହ୍ରାସ ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଆଲୋଚନା କରିବା ସମୟରେ ଏପରି ସଫା ସଫା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Advertisment

ପିଏମ୍‌ ମୋଦି ଜେଡି ଭାନ୍ସଙ୍କୁ କହିଛନ୍ତି ଯେ, ''ଯଦି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରେ ତେବେ ଏହାର ଆମେ କଡ଼ା ଜବାବ ଦେବୁ । ଭାରତର ଜବାବ ଅତି ଭୟଙ୍କର ହେବ । ସେପଟୁ ଗୁଳି ମାଡ଼ ହେଲେ ଏପଟୁ ଗୋଳା ବର୍ଷିବ । ଯଦି ପାକିସ୍ତାନ ଗୁଳିଗୋଳା ନକରେ ତାହେଲେ ଭାରତ ମଧ୍ୟ ଏଥିରୁ ବିରତ ରହିବ ।'' ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: IAFର ବଡ଼ ସୂଚନା, ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, କାଶ୍ମୀର ପ୍ରସଙ୍ଗରେ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବର ମଧ୍ୟ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ରୋକ୍ ଠୋକ୍ କହିଛନ୍ତି, ''କାଶ୍ମୀର ପ୍ରସଙ୍ଗରେ ଆମର ଆଭିମୁଖ୍ୟ ସ୍ପଷ୍ଟ ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଦରକାର ନାହିଁ । ତେବେ ପାକ୍‌ ଅଧିକୃତ କାଶ୍ମୀର (PoK) ଭାରତକୁ ଫେରିବା ନେଇ କଥା ହୋଇପାରିବୁ । ଏଥିସହ ଯଦି ପାକିସ୍ତାନ ଆତଙ୍କବାଦୀଙ୍କୁ ଆମ ହାତକୁ ଦେବ ତାହେଲେ କଥା ହେବୁ । ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି ।'' କାଶ୍ମୀର ପ୍ରସଙ୍ଗରେ ଆମେ କାହାର ମଧ୍ୟସ୍ଥତା ଚାହୁଁନୁ ବୋଲି ସ୍ପଷ୍ଟ କରିଛନ୍ତି ମୋଦି ।

Advertisment

ମୋଦିଙ୍କ ସହ ଆଲୋଚନା ପରେ ଜେଡି ଭାନ୍ସ ପାକିସ୍ତାନର ସେନା ମୁଖ୍ୟ ଅସିମ୍ ମୁନୀରଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଏହାପରେ ପୁଣି ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସହ ଚର୍ଚ୍ଚା କରିଛନ୍ତି । 

ସୂତ୍ର ମୁତାବକ, ଜେଡି ଭାନ୍ସ ଫୋନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲେ । ଏହି ସମୟରେ ମୋଦି ଭାନ୍ସଙ୍କୁ ସଫା ସଫା କହିଥିଲେ ଯେ, ଯଦି ପାକିସ୍ତାନ କିଛି କରେ ତାହେଲେ ଭାରତ କଡା ଜବାବ ଦେବ । ଯଦି ପାକିସ୍ତାନ ଗୁଳିଗୋଳା ନକରିବ ତାହେଲେ ଭାରତ ମଧ୍ୟ ଏଥିରୁ ନିବୃତ୍ତ ରହିବ ।

Advertisment
Advertisment