Advertisment

ଜେଲ୍‌ରୁ ମୁକୁଳି ପାରୁନାହାନ୍ତି ଗରିବ କଏଦୀ

ଆସନ୍ତା ୧୫ ଦିନ ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

author-image
Chandan Shishu
ଅଦ୍ୟତନ ହୋଇଛି
Supreme Court On Poor Prisoners

President's Concern On Non-Release Of Poor Prisoners

ଜାମିନ ପରେ ବି ଦେଶର ବିଭିନ୍ନ ଜେଲ୍‌ରୁ ମୁକୁଳି ପାରୁନାହାନ୍ତି ଗରିବ କଏଦୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଗୁରୁତ୍ୱର ସହ ନେଲେ ସୁପ୍ରିମକୋର୍ଟ। ଆସନ୍ତା୧୫ ଦିନ ଭିତରେ ଏଭଳି କଏଦୀଙ୍କ ବାଦରେ ରିପୋର୍ଟ ଦେବାକୁ ସବୁ ଜେଲ୍ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ କୌଲ ଏବଂ ଅଭୟଙ୍କୁ ଗଠିତ ଖଣ୍ଡପୀଠ ସମସ୍ତ ଜେଲ କର୍ତ୍ତୁପକ୍ଷଙ୍କୁ ଏଭଳି କଏଦୀଙ୍କ ବାବଦରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସମସ୍ତ ରାଜ୍ୟ ଏହି ରିପୋର୍ଟ ଜାତୀୟ ଆଇନ ସେବା ପ୍ରାଧିକରଣ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜାମିନ ପରେ ବି ଜେଲରେ ବନ୍ଦ ଥିବା ଗରିବ କଏଦୀଙ୍କୁ ନେଇ ସମ୍ବିଧାନ ଦିବସରରେ ଚିନ୍ତା ପ୍ରକଟ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

ଅଧିକ ପଢ଼ନ୍ତୁ: ଏଣିକି ଆନ୍ଦୋଳନ କଲେ ଲାଇସେନ୍ସ ତ ଯିବ ତା’ସାଙ୍ଗକୁ ବନ୍ଧା ବି ହେବେ: ସୁପ୍ରିମକୋର୍ଟ

Advertisment

ଗତ ୨୬ ନଭେମ୍ବର ସମ୍ବିଧାନ ଦିବସ ଅବସରରେ ଓଡ଼ିଶା ଏବଂ ଝାଡ଼ଖଣ୍ଡର ବିଭିନ୍ନ ଜେଲରେ ଅନେକ ଗରିବ ଆଦିବାସୀ କଏଦୀ ଜାମିନ ପରେ ମଧ୍ୟ ଅର୍ଥ ଅଭାବରୁ ମୁକୁଳିପାରୁନଥିବା କହିଥିଲେ। ଜାମିନଦାରଙ୍କ ସହ ଆବଶ୍ୟକ ଟଙ୍କା ଯୋଗାଡ଼ କରିପାରୁନଥିବାରୁ ସେମାନେ ଜେଲରୁ ମୁକୁଳି ପାରୁନାହାନ୍ତି। ଅନେକ ଗୁରୁତର ଅପରାଧରେ ସାମିଲ ଅଭିଯୁକ୍ତ ଜାମିନ ପାଇ ବାହାରେ ଥିବାବେଳେ ସାମାନ୍ୟ ଅପରାଧରେ ଅନେକ ଗରିବ କଏଦୀ ଜାମିନ ପରେ ମଧ୍ୟ ବାହାରି ପାରୁନାହାନ୍ତି ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Supreme Court President Of India
Advertisment
Advertisment