Advertisment

Diarrhea situation under control: ଡାଇରିଆ ସ୍ଥିତିକୁ ନେଇ ବଡ ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭିଡିଓ କନଫରେନ୍ସିଂ ଜରିଆରେ ୫ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଡାଇରିଆ ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେହିପରି କଟକ ସହରକୁ ସଂକ୍ରମଣମୁକ୍ତ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

author-image
Chinmayee Sahoo
Diarrhea Preparedness

Diarrhea Preparedness

ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଭିଡିଓ କନଫରେନ୍ସିଂ ଜରିଆରେ ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିବା ପରେ ସେ ଏହା କହିଛନ୍ତି । କେନ୍ଦ୍ରୀୟ ଟିମ୍ ଓ ରାଜ୍ୟ ସରକାରଙ୍କ ସୂତ୍ର ଅନୁଯାୟୀ ପାଣିରୁ ଡାଇରିଆ ବ୍ୟାପିଥିବା ଜଣାପଡ଼ିଛି । ଯେଉଁଠି ପରୀକ୍ଷା ପରେ ପାନୀୟ ଜଳର ମାନ ଖରାପ ଆସୁଛି, ସେହି ଜାଗାକୁ ସିଲ୍ କରାଯାଉଛି। ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ରୋଗୀ ସଂଖ୍ୟା କମୁଛି । ସରକାର ସକ୍ରିୟ ଭାବେ କାମ କରୁଛନ୍ତି ଓ ଲୋକଙ୍କୁ ବି ସଚେତନ କରାଯାଉଛି। ବାସି ଖାଦ୍ୟ ବିକ୍ରି ହେଉଥିଲେ ଚଢ଼ାଉ କରାଯାଇ ଫାଇନ୍ ଆଦାୟ ହେଉଛି ବୋଲି ସେ କହିଛନ୍ତି ।

Advertisment

ଅଧିକ ପଢନ୍ତୁ: ଡାଇରିଆ ଦୁର୍ବିପାକ ପରେ କୋକୁଆ ଭୟ; କାହା ଘରେ କବାଟ ପଡ଼ିଛି, କୋଉଠି ଲାଗିଛି ନାଲି ଫିତା

ଅନ୍ୟପଟେ ଗତକାଲି ଯାଜପୁର ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭେଟିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସିଡିଏମଓଙ୍କ ସଭାଗୃହରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି । ଯାଜପୁର ଜିଲ୍ଲାରେ ଏବେ ୧୫୮ ଜଣ ଚିକିତ୍ସାଧୀନ ଅଛନ୍ତି। ଏସବୁ ଭିତରେ କଟକରେ ଝାଡ଼ାବାନ୍ତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସହରକୁ ସଂକ୍ରମଣମୁକ୍ତ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଅଦାଲତ। ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ହାଇକୋର୍ଟ ସତ୍ୟପାଠ ଲୋଡିଛନ୍ତି। ଜୁଲାଇ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment

ସେହିପରି ଡାଇରିଆ ପାଇଁ ଯାଜପୁର ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଓ ଅଙ୍ଗନବାଡି ଛୁଟି ରହିବ । ଯାଜପୁର ଜିଲ୍ଲାରେ ଝାଡାବାନ୍ତି ସ୍ଥିତିକୁ ନଜରରେ ରଖି ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଯାଜପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ସ୍କୁଲ୍ ଆସି ପରିମଳ ବ୍ୟବସ୍ଥା ପରଖିବେ । ଭଦ୍ରକରେ ମଧ୍ୟ ୨୦ ଓ ୨୧ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ: ପୁଣି ବଢିଲା ଛୁଟି, ଏହି ଜିଲ୍ଲାରେ ୨୦ରେ ଖୋଲିବନି ଶିକ୍ଷାନୁଷ୍ଠାନ

Mukesh Mahaling Diarrhea Outbreak
Advertisment
Advertisment