Advertisment

Brother's Crime for Bail: ଜେଲ୍‌ରେ ଥିବା ଭାଇକୁ ମୁକୁଳାଇବାକୁ ଲୁଟ୍ କଲା, ହତ୍ୟାକାରୀ ବି ସାଜିଲା

ପୁଲିସ ଏହି ହତ୍ୟା ମାମଲାରେ ଜଣେ ୨୨ ବର୍ଷୀୟ ଯୁବକ ସୌରଭ କୁମାର ଏବଂ ତା ଅଭିଭାବକଙ୍କୁ ଗିରଫ କରିଛି। ଏକ ହତ୍ୟା ଅଭିଯୋଗରେ ଜେଲରେ ଥିବା ସୌରଭର ଭାଇର ଜାମିନ ପାଇଁ ପାଣ୍ଠି ବ୍ୟବସ୍ଥା କରିବା ପାଇଁ ସୌରଭ ଶ୍ରୀ ମିଶ୍ରଙ୍କ ଘରେ ଲୁଟ୍ ଯୋଜନା କରିଥିଲା। କିନ୍ତୁ ସଫଳ ନହେବାରୁ ଗୁଳି ମାଡ଼ କରିଥିଲା।

author-image
Puspanjali Panda
ଅଦ୍ୟତନ ହୋଇଛି
ଭାଇ ପାଇଁ ଲୁଟ୍

ଭାଇ ପାଇଁ ଲୁଟ୍

ଜେଲରେ ଥିବା ଭାଇକୁ ମୁକୁଳାଇବାକୁ ଭାଇ ପାଲଟିଲା ଲୁଟେରା। ଜଣେ ବ୍ୟକ୍ତିଙ୍କ ଘରେ ପଶି ଟଙ୍କା ଲୁଟିବାକୁ ଉଦ୍ୟମ କଲା ବେଳେ ଘର ଲୋକ ଉଠିପଡ଼ିଲେ। ଏହି ଲୁଟେରାର ଗୁଳି ମାଡ଼ରେ ଯିଏ ଟଳିପଡ଼ିଲେ ସେ ଥିଲେ ବାୟୁସେନାର ମୁଖ୍ୟ ଯନ୍ତ୍ରୀ। ଏଭଳି ଆଲୋଡ଼ନ ସୃଷ୍ଟକାରୀ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି। ଏହି ମାମଲାରେ ଏବେ ଉଭୟ ପୁଲିସ ଓ ବାୟୁସେନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Advertisment

କିଏ ଏହି ବାୟୁସେନାର ମୁଖ୍ୟଯନ୍ତ୍ରୀ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଭାରତୀୟ ବାୟୁସେନାର ମୁଖ୍ୟଯନ୍ତ୍ରୀ ଏସ୍.ଏନ୍. ମିଶ୍ର । ପ୍ରୟାଗରାଜର ପୁରମୁଫ୍ତି ଥାନା ଅଞ୍ଚଳର ବାମରୌଲି ଅଞ୍ଚଳରେ ଥିବା ଏୟାର ଫୋର୍ସ କଲୋନିରେ ଶ୍ରୀ ମିଶ୍ର ପରିବାର ସହିତ ରୁହନ୍ତି। ଏହି କଲୋନି ବାୟୁସେନା ଘାଟି ଭିତରେ ତିଆରି ହୋଇଛି। ସେ ବିହାରର ବାସିନ୍ଦା ଥିଲେ।

କେମିତି ହେଲା ଏହି ହତ୍ୟାକାଣ୍ଡ

ମାର୍ଚ୍ଚ ୨୯ ତାରିଖ ଶନିବାର ଭୋର ପ୍ରାୟ ୩ଟା। ଏସ.ଏନ. ମିଶ୍ର ତାଙ୍କ ଘରେ ଶୋଇଥିଲେ। ଲୁଟେରା ଦଳ ଝରକାକୁ ବାଡ଼େଇଥିଲେ। ଝରକା ଖୋଲିଯିବା ପରେ ଶ୍ରୀ ମିଶ୍ର ଉଠିପଡ଼ିଥିଲେ। ଏହି ସମୟରେ ଲୁଟେରା ତାଙ୍କୁ ଗୁଳି ମାଡ଼ କରିଥିଲେ। ଗୁଳି ମାଡ଼ରେ ଶ୍ରୀ ମିଶ୍ରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ଲୁଟେରାମାନେ ଲୁଟ୍‌ପାଟ୍ କରି ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ କରିଥିଲା। ପୁଲିସ ସହିତ ବାୟୁସେନା ମଧ୍ୟ ଏହି ମାମଲାର ତଦନ୍ତ କରୁଛି। ପୁଲିସ ଶ୍ରୀ ମିଶ୍ରଙ୍କ ମୋବାଇଲ ଫୋନର ବିବରଣୀ ଯାଞ୍ଚ କରୁଛି।

Advertisment

ଭାଇ ପାଇଁ ଭାଇ ପାଲଟିଲା ହତ୍ୟାକାରୀ

ପୁଲିସ ଏହି ହତ୍ୟା ମାମଲାରେ ଜଣେ ୨୨ ବର୍ଷୀୟ ଯୁବକ ସୌରଭ କୁମାର ଏବଂ ତା ଅଭିଭାବକଙ୍କୁ ଗିରଫ କରିଛି। ଏକ ହତ୍ୟା ଅଭିଯୋଗରେ ଜେଲରେ ଥିବା ସୌରଭର ଭାଇର ଜାମିନ ପାଇଁ ପାଣ୍ଠି ବ୍ୟବସ୍ଥା କରିବା ପାଇଁ ସୌରଭ ଶ୍ରୀ ମିଶ୍ରଙ୍କ ଘରେ ଲୁଟ୍ ଯୋଜନା କରିଥିଲା। କିନ୍ତୁ ସଫଳ ନହେବାରୁ ଗୁଳି ମାଡ଼ କରିଥିଲା। ସୌରଭଙ୍କ ବାପା ଜଣେ ଠିକା ଶ୍ରମିକ ଭାବରେ କାମ କରୁଥିଲା। ତା ମା ସେହି କ୍ୟାମ୍ପସରେ ଘର ଘର ବୁଲି କାମ କରୁଥିଲେ। ସୌରଭକୁ ସେମାନେ ଶ୍ରୀ ମିଶ୍ରଙ୍କ ଘର ରେକି କରିବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି।

ସେଦିନ ସତର୍କ କରାଇଥିଲେ, କିନ୍ତୁ…

ମୃତ ଏସ.ଏନ ମିଶ୍ରଙ୍କ ପତ୍ନୀ ବତ୍ସଳା ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି। ଗଲା ମାର୍ଚ୍ଚ ୧୪ ତାରିଖ ରାତିରେ ତାଙ୍କ ଘର ଭିତରେ ଦୁଇ ଜଣ ଦୁର୍ବୃତ୍ତ ପଶିବାକୁ ଉଦ୍ୟମ କରିଥିଲେ। ସେ ବାହାରେ ଯାଇ ଦେଖିବା ବେଳକୁ ଦୁଇ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଘର କାନ୍ଥ ନିକଟରେ ଥିବା ଏକ ଡ୍ରେନ ନିକଟରେ ଜୋତା, ଛୁରୀ, ପାଇପ୍, ଗ୍ରୀଲ କଟର ଇତ୍ୟାଦି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ସଂକ୍ରାନ୍ତରେ ଶ୍ରୀ ମିଶ୍ର ବାୟୁସେନା କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଥିଲେ। ତାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ଦାବି କରିଥିଲେ। ସେ ଯେତେବେଳେ ଥାନାରେ ଏ ସଂକ୍ରାନ୍ତରେ ଏତଲା ଦେବାକୁ ନିଷ୍ପତ୍ତି ନେଇଥିଲେ ଏଥିରୁ ନିବୃତ୍ତ ରହିବାକୁ ବାୟୁସେନା କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ। ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ ଏଦିଗରେ ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Murder Loot Uttar Pradesh Prayagraj
Advertisment
Advertisment