Janjatiya Gaurav Divas: ରାଷ୍ଟ୍ରପତିଙ୍କୁ ପ୍ରଶଂସା କଲେ; ନାଁ ନନେଇ କଂଗ୍ରେସ ଉପରେ ବର୍ଷିଲେ Modi

ଜନଜାତି ଗୌରବ ଦିବସରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି । କହିଲେ-ଏନ୍‌ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା ।

Janajatiya Gaurav Diwas

ବିହାରର ଜାମୁଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିର୍ସା ମୁଣ୍ଡାଙ୍କ ସମ୍ମାନ ଉଦ୍ଦେଶ୍ୟର ପୋଷ୍ଟାଲ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏଥିସହ ୬ ହଜାର ୬୪୦ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ଉପସ୍ଥିତ ଥିଲେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। 

ତେବେ ଜନଜାତି ଗୌରବ ଦିବସରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି । କହିଲେ-ଏନ୍‌ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା । ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ବେଳେ ଶ୍ରୀମତୀ ମୁର୍ମୁ ଆଦିବାସୀଙ୍କ ଉନ୍ନତି ପାଇଁ କହୁଥିଲେ । ପଛୁଆ ଆଦିବାସୀଙ୍କ ଉନ୍ନତି ପାଇଁ ମୋ ସହ ଅନେକବାର କଥା ହୋଇଥିଲେ । ରାଷ୍ଟ୍ରପତି ହେବା ପରେ ତାଙ୍କ ଉଦ୍ୟମରେ ପିଏମ୍‌ ଜନମନ ଯୋଜନା ଆରମ୍ଭ ହୋଇଛି । ଶ୍ରୀମତୀ ମୁର୍ମୁଙ୍କ ପାଇଁ ଏବେ ପଛୁଆ ଆଦିବାସୀ ବର୍ଗଙ୍କ ବିକାଶ କରାଯାଉଛି ।

ଅଧିକ ପଢନ୍ତୁ: ଡିସେମ୍ବର ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି, ନୌସେନାର ସମରାଭ୍ୟାସରେ ହେବେ ସାମିଲ

ଏମିତିକି ଅଟଳ ବିହାରୀ ବାଜପେୟୀଙ୍କ କଥା ମନେ ପକାଇଥିଲେ ମୋଦି । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜନଜାତି ମନ୍ତ୍ରାଳୟ ହେଲା । ଏବେ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ବଜେଟ ୧.୨୫ଲକ୍ଷ କୋଟି ଛୁଇଁଛି । ଆଦିବାସୀଙ୍କ ବିକାଶ ପାଇଁ ଏନ୍‌ଡିଏ ସରକାର ଅହରହ ଉଦ୍ୟମ କରୁଛି । ଆଜି ସବୁ କ୍ଷେତ୍ରରେ ଆଦିବାସୀ ଯୁବକଯୁବତୀ ଆଗକୁ ଆସିପାରିଛନ୍ତି । ବିଗତ ୧୦ ବର୍ଷରେ ୨ଟି ନୂଆ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ହୋଇଛି ।

ଅପରପକ୍ଷେ ନାଁ ନନେଇ କଂଗ୍ରେସ ଓ ଗାନ୍ଧି ପରିବାକୁ ଟାଗେର୍ଟ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି଼-ସ୍ବାଧୀନତା ଆନ୍ଦୋଳନରେ ଆଦିବାସୀଙ୍କ ବଳିଷ୍ଠ ଯୋଗଦାନ ରହିଛି । ସ୍ବାଧୀନତା ପରେ ଆଦିବାସୀଙ୍କ ପ୍ରତି ଅବହେଳା କରାଯାଇଛି । ଆଦିବାସୀଙ୍କୁ ଅବହେଳା ପଛରେ ରାଜନୈତିକ ଅଭିସନ୍ଧି ରହିଥିଲା । ଏହାର କାରଣ ଗୋଟିଏ ପରିବାରର ରାଜନୈତିକ ଅଭିସନ୍ଧି । ଏବେ କିନ୍ତୁ ଆଦିବାସୀଙ୍କ ବିକାଶ ପାଇଁ ଆଜି ୬ ହଜାର କୋଟିର ପ୍ରକଳ୍ପ ଆରମ୍ଭ ହୋଇଛି । ଆଦିବାସୀଙ୍କ ପାଇଁ ସ୍କୁଲ, ହଷ୍ଟେଲ, ସ୍ବାସ୍ଥ୍ୟ ସୁବିଧା ଆଦି ପ୍ରକଳ୍ପ ରହିଛି । ଆଦିବାସୀ ପରିବାର ପାଇଁ ଦେଢ଼ ଲକ୍ଷ ଆବାସର ସ୍ବୀକୃତିପତ୍ର ଦିଆଯାଇଛି । 

ସେପଟେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମୈଦାନଠାରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ। ଏଥିରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିହାରରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଅଭିଭାଷଣ ରଖିଥିଲେ । ଏହି ଅବସରରେ ଜନଜାତି ଐତିହ ଭବନର ଉଦଘାଟନ ହୋଇଛି । ରାଜ୍ୟର ୨୭ଟି ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ ଜନଜାତି ଗୌରବ ଦିବସ ପାଳନ ହେଉଛି । ସେଠାରେ ମନ୍ତ୍ରୀ ଏବଂ ବିଧାୟକ ମାନେ ଉପସ୍ଥିତ ରହିଛନ୍ତି ।