Advertisment

PM Modi to Visit 5 Nation: ୮ ଦିନରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି, BRICS ସମ୍ମିଳନୀରେ ଦେବେ ଯୋଗ

୮ ଦିନିଆ ବିଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । BRICS ସମ୍ମିଳନୀରେ ସାମିଲ ହେବେ । ସାମରିକ, ବାଣିଜ୍ୟକୁ ନେଇ ଦ୍ବିପାକ୍ଷାକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ୮ ଦିନରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
PM Visit

PM Visit

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ ଦିନିଆ ବିଦେଶ ଗସ୍ତ । ବ୍ରିକ୍ସ( BRICS) ସମ୍ମିଳନୀରେ ସାମିଲ ହେବେ ସହ ଜୁଲାଇ ୯ ତାରିଖ ମଧ୍ୟରେ ୮ ଦିନରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି । ପିଏମ ମୋଦି ଘାନା, ତ୍ରିନିଦାଦ ଓ ତୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମ୍ବିଆ ଗସ୍ତ କରିବେ। ମୋଦିଙ୍କ ଗସ୍ତ ଘାନାରୁ ଆରମ୍ଭ ହେବ । ୩୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଘାନା ଗସ୍ତ କରିବେ ମୋଦି। ଗସ୍ତ ସମୟରେ ସାମରିକ, ବାଣିଜ୍ୟକୁ ନେଇ ଦ୍ବିପାକ୍ଷାକ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

Advertisment

ଘାନା ପିଏମଙ୍କ ସହ ମୋଦିଙ୍କ ରାତ୍ରି ଭୋଜନ ରହିଛି। ୧୫ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିବା ସମ୍ଭାବନା ରହିଛି । ବ୍ରାଜିଲରେ ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ ହେବେ ପିଏମ୍ । ସେହିଭଳି ଗତ ୨୭ ବର୍ଷରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ନାମିବ୍ୟା ଗସ୍ତ କରି ସେଠାକାର ସଂସଦକୁ ସମ୍ବୋଧିତ କରିବେ । ନାମିବ୍ୟାରେ ଭାରତର ୟୁପିଆଇ କାର୍ଯ୍ୟକାରୀ ହେବା ପାଇଁ ଏକ ଚୁକ୍ତି ହେବା ସମ୍ଭାବନା ରହିଛି । 

ଅଧିକ ପଢନ୍ତୁ: ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ

PM Modi BRICS Prime Minister Of India
Advertisment
Related Articles
Advertisment