• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ୪ ବର୍ଷ ପରେ ପୁଣି ଥରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ଫକମଳା ହାରିସ୍‌ଙ୍କୁ ହରାଇ ବିଜୟଲାଭ କରିଛନ୍ତି ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଆଜି ପ୍ରାରମ୍ଭରୁ ହିଁ କମଳା ହାରିସ୍‌ଙ୍କୁ ପଛରେ ପକାଇ ଆଗୁଆ ରହିଥିଲେ ଟ୍ରମ୍ପ । ଯାହାର ପ୍ରଭାବ ବିଶ୍ୱ ବଜାର ଉପରେ ଦେଖିବାକୁ ମିଳିଥିଲା । କେବଳ ଗ୍ଲୋବାଲ ମାର୍କେଟ ନୁହେଁ ବରଂ ଭାରତୀୟ ଷ୍ଟକ୍‌ ମାର୍କେଟରେ ମଧ୍ୟ ଆଜି ଉତ୍ସାହ ଦେଖିବାକୁ ମିଳିଛି । ଗ୍ଲୋବାଲ ବ୍ରୋକରେଜ୍‌ ଫାର୍ମ Emkey Global ଆଶା ରଖିଛି ଯେ ଟ୍ରମ୍ପଙ୍କ ବିଜୟ ସେୟାର ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ ।

ଗ୍ଲୋବାଲ ବ୍ରୋକରେଜ୍‌ ଫାର୍ମ Emkey Global ପୂର୍ବାନୁମାନ କରିଛି ଯେ ଯଦି ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟଲାଭ କରନ୍ତି, ତେବେ କିଛି ଦିନ ଧରି ଭରତୀୟ ଷ୍ଟକ୍‌ ମାର୍କେଟରେ ଏକ ରାଲି ଦେଖିବାକୁ ମିଳିବ । ଯଦି ଏହା ହୁଏ ତେବେ ଗତ କିଛି ଦିନ ମଧ୍ୟରେ ବଜାର ହ୍ରାସ ହେତୁ କ୍ଷତିଗ୍ରସ୍ତ ହୋଇଥିବା ଭାରତୀୟ ନିବେଶକମାନେ ଉପକୃତ ହୋଇପାରନ୍ତି।

ଅଧିକ ପଢ଼ନ୍ତୁ: US Presidential Elections 2024: ମହାକାଶରୁ ଭୋଟ୍ ଦେଲେ Sunita Williams, ଜାଣନ୍ତୁ କେମିତି ..

Emkey Global ଙ୍କ ରିପୋର୍ଟରେ କୁହାଯାଇଛି ଯେ କମଲା ହାରିସଙ୍କ ବିଜୟର ଅର୍ଥ ହେଉଛି ଜୋ ବାଇଡେନ୍‌ ପ୍ରଶାସନର ନୀତି ଜାରି ରହିବା । କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ସହିତ, ସ୍ୱଳ୍ପ ସମୟ ମଧ୍ୟରେ ଷ୍ଟକ୍ ମାର୍କେଟରେ ସୁଧାର ଦେଖିବାକୁ ମିଳିପାରେ ।

ବ୍ରୋକରେଜ୍‌ ରିପୋର୍ଟରେ ଦର୍ଶାଯାଇଥିବା ଆକଳନଗୁଡିକର ପ୍ରଭାବ, ଭରତୀୟ ଷ୍ଟକ୍ ମାର୍କେଟରେ ଦେଖିବାକୁ ମିଳିଛି । ବୁଧବାର ଦିନ ଆମେରିକାରେ ନିର୍ବାଚନ ଫଳାଫଳ ମଧ୍ୟରେ ଷ୍ଟକ ମାର୍କେଟରେ ଉତ୍ସାହ ଭରିଛି । ଆଜି BSE ସେନ୍ସେକ୍ସ ୭୯,୭୭୧.୮୨ ରେ ଖୋଲିଛି, ଯାହା ଗତକାଲିଠାରୁ ୨୯୫ ପଏଣ୍ଟ ବୃଦ୍ଧି ପାଇଛି । ଯେଉଁଠାରେ NSE ନିଫ୍ଟି ୨୪,୩୦୮.୭୫ ସ୍ତରରେ ଖୋଲିଛି ।

ଷ୍ଟକ୍‌ ମାର୍କେଟରେ ଏହି ଗତି ଏବେ ବି ଜାରି ରହିଛି ଏବଂ ଖବର ଲେଖିହେବା ପର୍ଯ୍ୟନ୍ତ, ଅର୍ଥାତ ଦିନ ୧.୩୦ ସୁଦ୍ଧା ସେନସେକ୍ସ ୮୧୦ ପଏଣ୍ଟ ବଢ଼ିବା ସହ ୮୦,୨୮୭ ଟ୍ରେଡ୍‌ କରୁଛି । ଏହା ବ୍ୟତୀତ ନିଫ୍ଟି ୨୪୫ ପଏଣ୍ଟ ବଢ଼ିବା ସହ ୨୪,୪୫୯ ପଏଣ୍ଟରେ ଟ୍ରେଡ୍‌ କରୁଛି ।

ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ ନେଟୱର୍କର ପ୍ରାରମ୍ଭିକ ଫଳାଫଳ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଥିଲେ । ତାଙ୍କୁ ୨୪୬ଟି ଇଲେକ୍ଟୋରାଲ୍ ଭୋଟ୍ ମିଳିଛି । ସେପଟେ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କୁ ୨୧୦ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ଜଣାପଡିଛି ।

ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ୫୩୮ । ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ତେବେ ଆମେରିକାରେ ଖେଳ ବିଗାଡି ଥିଲେ ୭ ସ୍ୱିଙ୍ଗ ଷ୍ଟେଟ୍ । ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।

ତେବେ ଟ୍ରମ୍ପ ବିଜୟୀ ହେବା ପରେ ଗ୍ଲୋବାଲ୍ ଅର୍ଡର ସମୀକରଣ ବଦଳିବା ସମ୍ଭାବନା ରହିଛି । କାରଣ ଆମେରିକାରେ ଯେତେବେଳେ ଯାହା ନିଷ୍ପତ୍ତି ଆସିଛି ତାର ପ୍ରଭାବ ସାରା ବିଶ୍ୱ ଉପରେ ଦେଖିବାକୁ ମିଳିଛି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅର୍ଥ ବ୍ୟବସ୍ଥା, ଦର ବୃଦ୍ଧି, ନିଯୁକ୍ତି, ପ୍ରବାସୀଙ୍କୁ ଅଧିକାର ଓ ମହିଳାଙ୍କୁ ଗର୍ଭପାତ ଅଧିକାର ମୁଦ୍ଦା ରହିଥିଲା ।

ଏପରି ସ୍ଥଳେ ଟ୍ରମ୍ପଙ୍କ ମୁଦ୍ଦା ରହିଥିଲା, ମେକ୍ ଆମେରିକା ଗ୍ରେଟ୍ ଆମେରିକାର ନାରା । ଦର ବୃଦ୍ଧି, ଅର୍ଥ ବ୍ୟବସ୍ଥା, ନିଯୁକ୍ତି ଭଳି ପ୍ରସଙ୍ଗକୁ ଲଗାତାର ଉଠାଇଥିଲେ ସେ । ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପଙ୍କ ଉପରେ ଲୋକଙ୍କ ଅଧିକ ଭରସା ରହିଛି । ତେବେ ଟ୍ରମ୍ପଙ୍କ ପ୍ରବାସୀ ନୀତି ଯୋଗୁ ପ୍ରବାସୀ ଭାରତୀୟଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ଯୁଦ୍ଧ ରୋକିବା ଓ ଶାନ୍ତି ରକ୍ଷା ନେଇ ପ୍ରତିଶ୍ରୁତି ଦେବା ସହ ଏଥର ନିଜ ଛବି ବଦଳାଇବାକୁ ଭରପୁର ପ୍ରୟାସ କରିଛନ୍ତି ଟ୍ରମ୍ପ ।

OTV is now on Whatsapp

Join and get latest news update delivered to you via whatsapp

Join Now