Advertisment

Minors to Use Social Media: ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ କଟକଣା, ଦରକାର ଅଭିଭାବକଙ୍କ ଅନୁମତି

୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା କ୍ଷେତ୍ରରେ ଆବଶ୍ୟକ ପଡ଼ିପାରେ ପିତାମାତା ବା ଅଭିଭାବକଙ୍କ ଅନୁମତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Minors to Use Social Media

Minors to Use Social Media

୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା କ୍ଷେତ୍ରରେ ଆବଶ୍ୟକ ପଡ଼ିପାରେ ପିତାମାତା ବା ଅଭିଭାବକଙ୍କ ଅନୁମତି । ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫ । ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

Advertisment

ଏଥିରେ ବିଭିନ୍ନ ଅଂଶୀଦାରମାନଙ୍କୁ ସେମାନଙ୍କ ମତାମତ ଆହ୍ୱାନ କରାଯାଇଛି । ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ଏକ୍ସ ଆକାଉଣ୍ଟରେ ଏ ନେଇ ସୂଚନା ଦେଇଛନ୍ତି । ଡ୍ରାଫ୍ଟ ଡିପିଡିପି ନିୟମାବଳୀ ସମସ୍ତଙ୍କ ଆଲୋଚନା ପାଇଁ ଖୋଲା ରହିଛି ଏବଂ ସମସ୍ତଙ୍କ ମତ ଆହ୍ୱାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଆପ୍‌କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟ୍; କହିଲେ-‘ଗତ ୧୦ ବର୍ଷ ଧରି ଦିଲ୍ଲୀକୁ ବିପର୍ଯ୍ୟୟ ଘେରି ରହିଛି’

Advertisment

ଜନସାଧାରଣ ଏଥିପାଇଁ ଜାନୁଆରୀ ୩ରୁ ଫେବ୍ରୁଆରୀ ୧୮ ତାରିଖ ମଧ୍ୟରେ mygov.in ୱେବସାଇଟ୍ ଜରିଆରେ ନିଜର ମତାମତ ଓ ଅଭିଯୋଗ ରଖିପାରିବେ । ଫେବ୍ରୁଆରୀ ୧୮ ତାରିଖ ପରେ ହିଁ ଏହି ନୂଆ ନିୟମାବଳୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ବା ଡିପିଡିପି ଡ୍ରାଫ୍ଟ ରୁଲରେ ପର୍ସୋନାଲ ଡାଟା ସୁରକ୍ଷା ପାଇଁ କଡ଼ା ନିୟମାବଳୀ ରଖିଛନ୍ତି ସରକାର ।

ଯେଉଁଥିରେ ବ୍ୟକ୍ତିଗତ ତଥ୍ୟ ଉପରେ ବ୍ୟବହାରକାରୀଙ୍କ ଅଧିକାର, ଡାଟା ଡିଲିଟ୍ କରିବା ଉପରେ ଅଧିକାର, ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ବେଳେ କମ୍ପାନୀକୁ ଉଦ୍ଦେଶ୍ୟ ପଚାରିବା ଏବଂ ଡାଟା ଲିକ୍ ପାଇଁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବା ଭଳି ବ୍ୟବସ୍ଥା ରହିଛି । ଗତ ଅଗଷ୍ଟ ୨୦୨୩ ସଂସଦର ଅନୁମତି ପାଇଥିଲା ।

ଅଧିକ ପଢ଼ନ୍ତୁ: ଦାଉଦ୍ ଇବ୍ରାହିମ୍ ଗୁଣ୍ଡାଙ୍କ ସହ ଲଢୁଛନ୍ତି ଗାଁରୁ ଆସିଥିବା ହେମନ୍ତ, ଦୋକାନ ଦଖଲ ନେବାକୁ କରୁଛନ୍ତି ଲଢ଼େଇ

India Social Media Minors
Advertisment
Advertisment