Advertisment

Pakistan Minister's False Statement: ଲାଇଭ ଟିଭିରେ ମିଛ କହୁଥିଲେ ପାକିସ୍ତାନୀ ମନ୍ତ୍ରୀ, ଏମିତି କହିଲେ ନ୍ୟୁଜ ଆଙ୍କର

ଆକ୍ରମଣ ପରେ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲା ତରାର ସ୍କାଏ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାର ସମୟରେ ଅତାଉଲା ଆତଙ୍କବାଦୀ ଆକ୍ରମଣକୁ ମାନୁ ନ ଥିବା ବେଳେ ନ୍ୟୁଜ ଆଙ୍କର ୟାଲଦା ହକିମ ତାଙ୍କୁ ଧୋଇଥିଲେ।

ଅଦ୍ୟତନ ହୋଇଛି
anchor

anchor

Advertisment

ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ମାଟିରେ ଏୟାର ଷ୍ଟ୍ରାଇକ କରାଯାଇଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ନରସଂହାରର ଜବାବ ଦେଇଛି ଭାରତୀୟ ସେନା। ଅପରେସନ ସିନ୍ଦୁରରେ ଭାରତୀୟ ସେନା କଡା ଜବାବ ଦେଇ ଏକକାଳୀନ ୯ଟି ଆତଙ୍କବାଦୀ ବେସ ଉପରେ କରିଥିଲା ଆକ୍ରମଣ। ଏହି ଆକ୍ରମଣରେ ଶତାଧିକ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।

Advertisment

ଭାରତୀୟ ସେନା ପକ୍ଷରୁ ଗୁଇନ୍ଦା ସୂଚନା ଏକତ୍ରିତ କରାଯିବା ସହିତ ଆତଙ୍କବାଦୀଙ୍କ ୯ଟି ବେସ ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ପରେ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲା ତରାର ସ୍କାଏ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାର ସମୟରେ ଅତାଉଲା ଆତଙ୍କବାଦୀ ଆକ୍ରମଣକୁ ମାନୁ ନ ଥିବା ବେଳେ ନ୍ୟୁଜ ଆଙ୍କର ୟାଲଦା ହକିମ ତାଙ୍କୁ ଧୋଇଥିଲେ।

Advertisment


ଅଧିକ ପଢ଼ନ୍ତୁ: ସୀମାରେ ଅବାଧ ଅନୁପ୍ରବେଶ ରୋକିବାକୁ ନୂଆ ପନ୍ଥା, ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଆପଣାଇଲେ ପଞ୍ଜାବ ସରକାର

ଅତାଉଲା କହିଥିଲେ କି, ପାକିସ୍ତାନ କଦାପି ଆତଙ୍କବାଦୀଙ୍କୁ ସମର୍ଥନ କରେନାହିଁ। ପାକିସ୍ତାନ ଆତଙ୍କବାଦ ଦ୍ବାରା କ୍ଷତବିକ୍ଷତ ହୋଇଥିବା ଦେଶ ମଧ୍ୟରେ ପ୍ରଥମ ସ୍ଥାନରେ ରହିବ ବୋଲି କହିଥିଲେ ଅତାଉଲା। ତେବେ ନ୍ୟୁଜ ଆଙ୍କର ଜଣଙ୍କ ତୁରନ୍ତ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ ମନେ ପକାଇଥିଲେ। ୨ ସପ୍ତାହ ପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବୟାନ ଦେଇ କହିଥିଲେ କି, ପାକିସ୍ତାନ ବିଗତ ୩୦ ବର୍ଷ ଧରି ଆତଙ୍କବାଦୀଙ୍କୁ ସମର୍ଥନ ଦେବା ସହିତ ଏହାକୁ ଭାରତ ବିରୋଧରେ ବ୍ୟବହାର କରି ଆସିଛି।

Advertisment

ଅନ୍ୟ ପକ୍ଷରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ପ୍ରେସ ମିଟରେ ଏହା ଘୋଷଣା କରାଯାଇଥିଲା ଯେ, ଭାରତୀୟ ସେନା ପକ୍ଷରୁ କେବଳ ଆତଙ୍କବାଦୀଙ୍କ ଠିକଣା ଉପରେ ଆକ୍ରମଣ କରାଯାଇଥିଲା। ୯ ଆତଙ୍କବାଦୀ ଆଡ୍ଡାରେ ହୋଇଥିବା ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିବା ସହ ଶତାଧିକ ଆହତ ମଧ୍ୟ ହୋଇଛନ୍ତି । ରାତି ପ୍ରାୟ ୧.୦୫ ମିନିଟରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତୀୟ ସେନା । ଏକାକାଳୀନ ୯ଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ପାକିସ୍ତାନରେ ପ୍ରାୟ ଶହେ କିଲୋମିଟର ଭିତରେ ପଶି ଆକ୍ରମଣ କରାଯାଇଛି ।

ଯାହାର ଅପରେସନ ସିନ୍ଦୂରର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ରହି ପାକିସ୍ତାନ ଓ ପିଓକେରେ ଭାରତୀୟ ସେନାର ଅପରେସନ ସିନ୍ଦୂର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ । ତିନି ସେନାର ମୁଖ୍ୟଙ୍କ ସହ ଅପରେସନ ସିନ୍ଦୂର ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।

ଗତକାଲି ସଂଧ୍ୟାରୁ ବିଳମ୍ବିତ ରାତି ଯାଏ ସ୍ଥିତି ଉପରେ ନଜର ରଖାଯାଇଥିଲା। ଆଟାକରେ ଭାରତୀୟ ସେନା ଡ୍ରୋନ ବ୍ୟବହାର କରିଥିଲେ । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି, ଭାରତ ପକ୍ଷରୁ ମିଲିଟାରୀ ଆକ୍ରମଣ କରାଯାଇଛି। ପାକିସ୍ତାନ ଏହାର କଡ଼ା ଜବାବ ଦେବ। ଏଲଓସିରେ ପାକିସ୍ତାନ ପକ୍ଷରୁ ଲଗାତାର ସେଲିଂ ମାଡ କରାଯାଉଥିବା ବେଳେ ୯ ଜଣା ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା।

ଅଧିକ ପଢ଼ନ୍ତୁ: ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ପାକିସ୍ତାନ, ସେନାକୁ ପୂର୍ଣ୍ଣ କ୍ଷମତା ପରେ ହଜିଛି ପାକ୍‌ର ନିଦ

Indian Air Force Air Strike Pahalgam Terrorist Attack Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ