Advertisment

Pakistan Airspace Refusal: ମଝି ଆକାଶରେ ଆକୁଳ ଚିତ୍କାର କରୁଥାନ୍ତି ୨୨୭ ମଣିଷ, ମୁହଁ ମୋଡିଦେଲା ଆତଙ୍କୀ ପାକିସ୍ତାନ

ମଝି ଆକାଶରେ ୨୨୭ ମଣିଷଙ୍କ ଆକୁଳ ଚିତ୍କାରକୁ ମୁହଁ ମୋଡ଼ିଦେଲା ପାକିସ୍ତାନ । କୁଆପଥର ମାଡ଼ର ଶିକାର ଇଣ୍ଡିଗୋ ବିମାନକୁ ଦେଲାନି ଏୟାରସ୍ପେଶ୍ କ୍ଲିଅରାନ୍ସ । ପାକିସ୍ତାନର ଅମାନବିକତାର ଗୁମର ଖୋଲିଲା ଡିଜିସିଏ । ଜୀବନ ମରଣ ସ୍ଥିତିରେ ବି ଶତ୍ରୁତା ବାଛିଲା ଆତଙ୍କୀ ଦେଶ ।

author-image
Namita Biswal
ଅଦ୍ୟତନ ହୋଇଛି
undefined

Pakistan Airspace

ଭାରତଠୁ ସାମରିକ ଲଢ଼େଇରେ ହାରିବା ପରେ... ନିରୀହ ଭାରତୀୟଙ୍କ ଉପରେ ରାଗ ଶୁଝାଇଲା ପାକିସ୍ତାନ । ମଝି ଆକାଶରେ ବିପଦରେ ଥିଲେ ୨ଶହରୁ ଅଧିକ ଯାତ୍ରୀ  ଜୀବନ-ମରଣ ସ୍ଥିତିରେ ବି ଶତ୍ରୁତା ଜାରି ରଖିଲା ପାକିସ୍ତାନ  
ପଦାରେ ପଡ଼ିଲା ଅବିବେକୀ ଦେଶର ଅମାନବୀୟ କାଣ୍ଡ ।

Advertisment

ଦୁଇ ଦିନ ତଳେ କୁଆପଥର ମାଡ଼ରେ ଖଣ୍ଡିଆ ଖାବରା ହୋଇ ଶ୍ରୀନଗରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା ଇଣ୍ଡିଗୋ ବିମାନ 6E-2142 । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଥିଲେ ୨୨୭ ଯାତ୍ରୀ । ତେବେ ମଝି ଆକାଶରେ ଏହି ବିମାନ ସହ କଣ ଘଟିଥିଲା... କେମିତି ଝଡ଼ ଭିତରେ ପଶି ବିମାନ ଉଡ଼ାଇଲେ ପାଇଲଟ୍... ଆଉ କେତେ ନିର୍ଦ୍ଦୟ ଓ ନିଷ୍ଠୁର ସାଜିଥିଲା ପାକିସ୍ତାନ... ଆଜି ତାର ପୂରା ଖୁଲାସା କରିଛି, ଡାଇରକ୍ଟରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍- DGCA । 

ଅଧିକ ପଢ଼ନ୍ତୁ: ସ୍କ୍ରିପ୍ଟ ଲେଖୁଛି ଲସ୍କର ଆତଙ୍କୀ, ପଢ଼ୁଛି ପାକିସ୍ତାନ ସେନା; ଭାଇରାଲ ହେଲା ଭିଡ଼ିଓ...

Advertisment

ଭୂଇଁଠୁ ୩୬ ହଜାର ଫୁଟ୍ ଉପରେ ଉଡ଼ୁଥିଲା ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ । ଅଚାନକ ପଠାନକୋଟ୍ ନିକଟରେ ପାଗ ଖରାପ ହେବା ସହ ବିମାନକୁ ଭୀଷଣ କୁଆପଥର ମାଡ଼ ଓ ଟର୍ବୁଲାନ୍ସର ସାମ୍ନା କରିବାକୁ ପଡ଼ିଲା । ଅନ୍ୟ ଉପାୟ ନପାଇ, ବିକଳ୍ପ ବାଟ ଖୋଜିଥିଲେ ପାଇଲଟ୍ । ପ୍ରଥମେ ଭାରତୀୟ ବାୟୁସେନାକୁ ଅନୁମତି ମାଗିଲେ ବାମ ଆଡ଼କୁ ଅର୍ଥାତ୍ ଅନ୍ତର୍ଜାତୀୟ ସୀମା ଆଡ଼କୁ ମୋଡ଼ିବା ପାଇଁ । କିନ୍ତୁ ସେପଟେ ପାକିସ୍ତାନ ପଟୁ ବିପଦ ଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଏଥିପାଇଁ ଅନୁମତି ଦେଲାନି ବାୟୁସେନା । 

ଶେଷରେ ବୁଡ଼ି ଯାଉଥିବା ଲୋକ କୁଟାଖିଅକୁ ଆଶ୍ରା କଲା ଭଳି, ପାକିସ୍ତାନ ଆକାଶରେ ପଶିବା ପାଇଁ ଲାହୋର୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଅନୁରୋଧ କରିଥିଲେ କ୍ରୁ । ହେଲେ ପାକିସ୍ତାନ ଦେଖାଇଥିଲା ତାର ଅସଲ ରଙ୍ଗ । ୨୨୭ ଯାତ୍ରୀଙ୍କ ଜୀବନ ବିପଦରେ ଥିବା ଜାଣି ସୁଦ୍ଧା, ଶତ୍ରୁତା ଜାରି ରଖିବାକୁ ଉଚିତ ମଣିଥିଲା ପାକିସ୍ତାନ । ନିଜ ଦେଶର ଏୟାରସ୍ପେଶରେ ପଶିବା ପାଇଁ ସଫା ସଫା ମନା କରିଦେଇଥିଲା ଲାହୋର୍ ATC ।

ପଞ୍ଜାବ-ହିମାଚଳ କରିଡର୍ । ଏଇଠି ଅତି ସଂକୀର୍ଣ୍ଣ ହୋଇଯାଏ ଆକାଶମାର୍ଗ । ବାମପଟେ ପାକିସ୍ତାନ, ଡାହାଣପଟେ ଚୀନ୍ ଓ ହିମାଳୟ ପର୍ବତମାଳା । ଠିକ୍ ଏଭଳି ସ୍ଥାନରେ ପଠାନକୋଟ୍ ନିକଟରେ ବିପଦର ସମ୍ମୁଖୀନ ହୋଇଥିଲା ଇଣ୍ଡିଗୋ ବିମାନ । ତେବେ ପାକିସ୍ତାନର ନାସ୍ତିବାଣୀ ପରେ, ବିମାନକୁ ପୁଣି ଦିଲ୍ଲୀ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ପାଇଲଟ୍ । କିନ୍ତୁ ସେତେବେଳକୁ ବହୁ ଡେରି ହୋଇସାରିଥିଲା । ବିମାନଟି ଥଣ୍ଡରଷ୍ଟର୍ମ କ୍ଲାଉଡ୍ ବା ଝଡ଼ ସୃଷ୍ଟିକାରୀ ମେଘର ଅତି ନିକଟତର ହୋଇଯାଇଥିବାରୁ, ଝଡ଼ ଭିତରେ ପଶି ଶ୍ରୀନଗର ଯିବାକୁ ଜଟିଳ ନିଷ୍ପତ୍ତି ନେଇଥିଲେ ପାଇଲଟ୍ । 

ଏ ଭିତରର ଆତଙ୍କଭରା ଦୃଶ୍ୟକୁ ଦେଖିଲେ ଜାଣିପାରୁଥିବେ, ବାହାରେ କିଭଳି ଥିବ ସ୍ଥିତି । ଭୀଷଣ କୁଆପଥର ମାଡ଼ ଓ ହଲଚଲ ହେବା ଯୋଗୁଁ ବିମାନରେ ବିଭିନ୍ନ ଯାନ୍ତ୍ରିକ ସମସ୍ୟା ଦେଖାଦେବା ସହ, ଅଟୋପାଇଲଟ୍ ଅକାମୀ ହୋଇଯାଇଥିଲା । ବିମାନକୁ ମାନୁଆଲ୍ ମୋଡ୍ ଉଡ଼ାଇ ଯେତେଶୀଘ୍ର ସମ୍ଭବ ଝଡ଼ରୁ ବାହାରିଯିବାକୁ ଚେଷ୍ଟା କରିଥିଲେ ପାଇଲଟ୍ । ବିମାନର ମିନିଟ୍ ପ୍ରତି ଦେଢ଼ ହଜାରରୁ ୩ ହଜାର ଫୁଟ୍ ବେଗରେ ତଳକୁ ଖସିଲେ, ତାହା ସ୍ବାଭାବିକ । କିନ୍ତୁ ଝଡ଼ ଭିତର ଦେଇ ଯିବାବେଳେ, ମିନିଟ୍ ପ୍ରତି ସାଢ଼େ ୮ ହଜାର ଫୁଟ୍ ଅର୍ଥାତ୍ ସ୍ବାଭାବିକଠୁ ପ୍ରାୟ ୩ରୁ ୫ ଗୁଣ ସ୍ପିଡରେ ତଳକୁ ଖସିଥିଲା ବିମାନ । 

ଝଡ଼ରୁ ବାହାରିବା ମାତ୍ରେ ପ୍ୟାନ୍ ପ୍ୟାନ୍ ଘୋଷଣା କରିଥିଲେ କ୍ରୁ । ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ଶ୍ରୀନଗର ଏଟିସିକୁ ମାଗିଥିଲେ ଜରୁରୀ ସହାୟତା । ଶେଷରେ ଶ୍ରୀନଗର ଏୟାରପୋର୍ଟରେ ଓହ୍ଲାଇଥିଲା ବିମାନ । କୌଣସି ଯାତ୍ରୀ ଆହତ ହୋଇନଥିଲେ ବି, ବିମାନର ନୋଜ୍ ରାଡୋମ୍ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଘଟଣା DGCAର ତଦନ୍ତାଧୀନ ରହିଛି ।

୮ ଓ ୯ ତାରିଖ ରାତିରେ ଭାରତ-ପାକିସ୍ତାନ ଲଢ଼େଇ ବେଳେ, ନିଜ ଯାତ୍ରୀବାହୀ ବିମାନ ଉଡ଼ାଣ ଜାରି ରଖିବା ସହ, ଭାରତର ଆକ୍ରମଣରୁ ବର୍ତ୍ତିବାକୁ ଏହାକୁ ଢାଲ ଭଳି ବ୍ୟବହାର କରିଥିଲା ପାକିସ୍ତାନ । ସେତେବେଳେ ନିଜ ଲୋକଙ୍କୁ ବିପଦରେ ପକାଇଥିଲା, ଆଉ ଏବେ ଭାରତୀୟଙ୍କୁ ସାହାଯ୍ୟ କରିବାରୁ ମୁହଁ ମୋଡ଼ିଦେଲା । ଯାହାକି ତା ଅସଲ ଗୁଣକୁ ପଦାରେ ପକାଇଦେଇଛି ।

ଅଧିକ ପଢ଼ନ୍ତୁ: ହିନ୍ଦି ବନାମ କନ୍ନଡ ବିବାଦ, ଏମିତି କହିଲେ ଇନଫୋସିସ ସିଏଫଓ

Pakistan IndiGo Airlines India Pakistan Relationship
Advertisment
Advertisment