/odishatv-khabar/media/post_attachments/uploadimage/library/16_9/16_9_0/Pak_Army_1748007022.jpg)
Pak Army
ଭାରତ 'ସିନ୍ଧୁ ଜଳଚୁକ୍ତି' ବାତିଲ କରିବା ପରଠୁ ଭୟରେ ବିଳିବିଳାଉଛି ପାକିସ୍ତାନ । ଥରକୁ ଥର ଫମ୍ପା ଧମକ ଦେବାରେ ଲାଗିଛି । କେତେବେଳେ ପାକିସ୍ତାନ ରାଜନେତା ତ ଆଉ କେତେବେଳେ ପାକିସ୍ତାନୀ ଆତଙ୍କବାଦୀ, ଏବେ ଏହାର ସେନା ଅଧିକାରୀ ମଧ୍ୟ ଭାରତକୁ ଦେଇଛନ୍ତି ଖୋଲା ଧମକ, ତା' ପୁଣି ଆତଙ୍କୀ ଭାଷାରେ । ଭାରତ ପାଣି ବନ୍ଦ କଲେ ଆମେ ତାଙ୍କର ନିଃଶ୍ୱାସ ବନ୍ଦ କରିଦବୁ କହିଛନ୍ତି ପାକିସ୍ତାନ ସେନା ପ୍ରବକ୍ତା ଲେଫ୍ଟନାଣ୍ଟ ଜେନେରାଲ୍ ଅହମ୍ମଦ ସରିଫ ଚୌଧୁରୀ ।
A spokesperson for the Pakistani military issued a warning to India regarding the suspension of the Indus Water Treaty,
quoting terrorist Hafiz Saeed with the statement: ‘If you cut off our water, we will cut off your breath.’
pic.twitter.com/hl45IPfLVM— Harsh Patel (@Harshpatel1408) May 23, 2025
ଏକ ୟୁନିଭରସିଟିରେ ଛାତ୍ରଙ୍କୁ ସମ୍ବୋଧିତ କରିବା ବେଳେ ଜେନେରାଲ ଅହମ୍ମଦ ସରିଫଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ କହୁଛନ୍ତି- 'ତମେ ଯଦି ଆମ ପାଣି ବନ୍ଦ କରିବ, ତେବେ ଆମେ ତୁମର ନିଃଶ୍ୱାସ ବନ୍ଦ କରିଦେବୁ' । ସେନା ପ୍ରବକ୍ତାଙ୍କ ଏହି ବକ୍ତବ୍ୟ କୁଖ୍ୟାତ ଲସ୍କର-ଏ-ତୋଏବା ଆତଙ୍କବାଦୀ ହାଫିଜ ସଇଦର ଭାଷା ବୋଲି କହୁଛନ୍ତି ନେଟିଜେନ୍ସ ।
କାହିଁକିନା ପୂର୍ବ ଭିଡିଓରେ ସଇଦ ଏକଦମ୍ ସମାନ କଥା କହିଥିଲା । ସୟିଦ ଭାରତକୁ ଧମକ ଦେଇ କହିଥିଲା, ଯଦି ତୁ ପାକିସ୍ତାନର ପାଣି ବନ୍ଦ କରିବୁ, ତେବେ ଆମେ ତୋ ନିଃଶ୍ୱାସ ବନ୍ଦ କରିଦେବୁ, ନଦୀରେ କେବଳ ରକ୍ତ ବୋହିବ...
He seems to have copied Lashkr e Taiba’s founder Hafiz Saeed word for word “If India stops the water we will stop their breath” I guess the Pakistani military establishment shares a script with recognized terrorists. 🤷🏻♀️ pic.twitter.com/b6dG4vi4V1
— Mariam Solaimankhil (@Mariamistan) May 22, 2025
ଅଧିକ ପଢ଼ନ୍ତୁ: ହିନ୍ଦି ବନାମ କନ୍ନଡ ବିବାଦ, ଏମିତି କହିଲେ ଇନଫୋସିସ ସିଏଫଓ
ଏହି ଦୁଇ ଭିଡିଓ ଏବେ ସୋସାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ପାକିସ୍ତାନ ସେନା ପ୍ରବକ୍ତା ଓ ଆତଙ୍କବାଦୀ ହାଫିଜ ସଇଦର ଚିନ୍ତାଧାର ଏକା ଭଳି କହି ନେଟିଜେନ୍ସ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଏପରିକି ଏହି ଲିଷ୍ଟରେ ଆଫଗାନିସ୍ତାନର ଜଣେ ରାଜନେତା ମଧ୍ୟ ଯୋଡି ହୋଇଛନ୍ତି । ଆଫଗାନିସ୍ତାନ ପୂର୍ବତନ ସାଂସଦ ମାରିଆମ ସୋଲାଇମାନଖି କହିଛନ୍ତି – ପାକ୍ ସେନା ପ୍ରବକ୍ତା ଲସ୍କର-ଏ-ତୋଏବା ପ୍ରତିଷ୍ଠାତା ହାଫିଜ ସଇଦର ଶବ୍ଦକୁ ଏକଦମ୍ କପି ପେଷ୍ଟ କରି ଦେଇଛନ୍ତି । ମୋତେ ଲାଗୁଛି ପାକିସ୍ତାନ ସେନା ଯେମିତି ଆତଙ୍କବାଦୀ ସ୍କ୍ରିପ୍ଟ ସେୟାର୍ କରିଛି ।
ପ୍ରକାଶ ଥାଉକି, ପହଲଗାମ ହମଲା ପରେ ଭାରତ ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଛି । ଏପରିକି ସିନ୍ଧୁ ଚୁକ୍ତିକୁ ମଧ୍ୟ ରଦ୍ଦ କରିଛନ୍ତି ଭାରତ ସରକାର । ଫଳରେ ପାଣି ପାଇଁ ଡହଳ ବିକଳ ହେଉଛି ପାକିସ୍ତାନ । ତଥାପି ଆତଙ୍କବାଦୀ ପ୍ରେମ ନ ଛାଡି, ଆତଙ୍କୀ ଭାଷା କହୁଛି ପାକିସ୍ତାନ । ଏହାର ପରିମାଣ ଆଗକୁ ଆହୁରି କେତେ ଭୟଙ୍କର ହେବ, ପାକିସ୍ତାନ ଦେଖିବ... ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)