pak
ପାଖରେ ଧନ ନାହିଁ, କିନ୍ତୁ ମୁହଁ ଫୁଟାଣି କମୁନି। ଭାରତ ସହ ପହଲଗାମ୍ ପଙ୍ଗା ନେବା ପରେ ଅପରେସନ୍ ସିନ୍ଦୂର ମାଧ୍ୟମରେ ଇସାଲାମାବାଦକୁ ନୂଆଦିଲ୍ଲୀ ଦେଇଥିବା ମୁହଁତୋଡ଼ ଜବାବ ପରେ ଏକପ୍ରକାର ଡଙ୍କ ମୋଡ଼ି ପଡ଼ିଛି ଶେହବାଜ ସରକାର। କୁହାଯାଉଛି, ଭାରତ ସହ ଯୁଦ୍ଧ ଲଢ଼ିବାକୁ ଅର୍ଥ ଓ ଅସ୍ତ୍ରଶସ୍ତ୍ର ବଳ ଗୋଟାଇବାକୁ IMF ଓ ଅନ୍ୟ ବିଦେଶୀ ସହଯୋଗୀଙ୍କୁ ହାତ ପତାଇଛି ପାକିସ୍ତାନ। ସେପଟେ ପାକିସ୍ତାନ ଉପରେ ଭାରତର ସାମରିକ ଆକ୍ରମଣ ଭାରି ପଡ଼ୁଥିବାରୁ ଆଜି ବି ପାକ୍ ସଂସଦରେ ତାଙ୍କ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟଙ୍କୁ ଧୋଇଛନ୍ତି ବିରୋଧୀ ଦଳର ସାଂସଦ।
ଅଧିକ ପଢ଼ନ୍ତୁ:ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ
ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ପାନେ ଦେବାକୁ ଭାରତର ବଜ୍ର ଶପଥ, ଅପରେସନ୍ ସିନ୍ଦୂର ଜରିଆରେ ସଫଳ ରୂପ ନେବା ପରେ ଭାଙ୍ଗି ଯାଇଛି ଆତଙ୍କୀସ୍ତାନର ଅଣ୍ଟା। କୁହାଯାଉଛି, ଦୁର୍ବଳ ସାମରିକ ଦକ୍ଷତା ଓ ଦେବାଳିଆ ଆର୍ଥିକ ସ୍ଥିତି ଭିତରେ ଅଣନିଶ୍ବାସୀ ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଶକ୍ତିର ସହାୟତା ଲୋଡ଼ିଛି। ଭାରତର ପ୍ରଚଣ୍ଡ ଆକ୍ରମଣରେ ଘାଇଲା ପରେ ଋଣ କରି ଯୁଦ୍ଧ ଲଢିବାକୁ ଯୋଜନା କରୁଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଇଏ ସେହି ଏକ୍ସ ପୋଷ୍ଟ। ଯେଉଁଥିରେ ପାକିସ୍ତାନ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗ, ଋଣ ଓ ସହାୟତା ମାଗି ଆନ୍ତର୍ଜାତିକ ସହଯୋଗୀଙ୍କ ଉଦ୍ଦେଶ୍ୟରେ ହାତ ପତାଇଛି। ତେବେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏଭଳି ପୋଷ୍ଟ କରାଯାଇନଥିବା, ସ୍ପଷ୍ଟୀକରଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍। ଏହା ର୍ଥନୈତିକ ବ୍ୟାପାର ବିଭାଗର ହ୍ୟାକ୍ ହୋଇଥିବା ଆକାଉଣ୍ଟର ପୋଷ୍ଟ ବୋଲି କୁହାଯାଇଛି। ଏପଟେ ଅର୍ଥନୀତି ବିଷାରଦଙ୍କ ମତ ୨୦୧୯ର ଅତି ଦୁର୍ବଳ ଆର୍ଥିକ ସ୍ଥିତିରୁ ମୁକୁଳି ଆସୁଥିଲା ପାକିସ୍ତାନ। କିନ୍ତୁ ଏବେ ଭାରତ ବିରୋଧରେ ଅଘୋଷିତ ଯୁଦ୍ଧକୁ ଓହ୍ଲାଇ ଆରମ୍ଭରୁ ଅଣ୍ଡାଳି ହେଉଥିବା ପାକିସ୍ତାନ ଆର୍ଥିକ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ଯାଉଛି।
ଏପଟେ ଖାଲି ଆର୍ଥିକ ନୁହେଁ, ସାମାଜିକ ଏବଂ ରାଜନୈତିକ ସ୍ତରରେ କମ୍ ଲାଂଛନାର ଶିକାର ହେଉନାହାନ୍ତି ଶେହବାଜ ସରକାର। ଗତକାଲି ପାକିସ୍ତାନ ନ୍ୟାସନାଲ୍ ଆସେମ୍ବ୍ଲିରେ ଜଣେ ବରିଷ୍ଠ ସାଂସଦ ସରକାରଙ୍କ ଭୁଲ ପାଇଁ କାନ୍ଦି କାନ୍ଦି ପ୍ରାଣ ଭିକ୍ଷା ଓ ପଶ୍ଚାତାପ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। (ତାହିର ଇକବାଲ, ପାକିସ୍ତାନ ସାଂସଦ) ଆଉ ଆଜି ଆଉ ଜଣେ ସାଂସଦ, ପାକ୍ ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କୁ ସଂସଦ ଭିତରେ ଖୁବ୍ ଧୋଇଛନ୍ତି। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ନେବାକୁ ଡରୁଥିବା ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ ଭିରୁ ଶୃଗାଳ ବୋଲି କହିଛନ୍ତି ପିଟିଆଇ ସାଂସଦ ସାହିଦ ଖଟକ୍। ଜଣେ ଶୃଗାଳ ନେତୃତ୍ବରେ ସେନା କେମିତି ଲଢେଇ କରିବ ବୋଲି ପ୍ରଶ୍ନ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ସେହିପରି ପାକିସ୍ତାନ ସେନାମୁଖ୍ୟ ଆସିମ ମୁନିର କେଉଁଠି ଲୁଚିଛନ୍ତି ବୋଲି ପ୍ରଶ୍ନ କରି, ଦେଶ ଓ ଦେଶବାସୀଙ୍କ ସୁରକ୍ଷାକୁ ବିପନ୍ନ କରି ଏମାନେ ବିଦେଶକୁ ଚାଲିଯିବେ ବୋଲି କହିଛନ୍ତି ପାକ୍ ସାଂସଦ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pak_1746804776.jpg)