Advertisment

One Nation One Election Bill: ଲୋକସଭାରେ ଆଗତ ହେଲା ‘ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌’; କଂଗ୍ରେସର ଜୋରଦାର ବିରୋଧ

ବିଲ୍ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ବିଲ୍‌ ଉପରେ ଚାଲିଛି ବିତର୍କ । ବିରୋଧୀ କଂଗ୍ରେସର ଜୋରଦାର ବିରୋଧ ।

ଅଦ୍ୟତନ ହୋଇଛି
One nation One Election Bill

One nation One Election Bill

Advertisment

ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌ ଲୋକସଭାରେ ହେଲା ଆଗତ। ବିଲ୍ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ବିଲ୍‌ ଉପରେ ଚାଲିଛି ବିତର୍କ । ବିରୋଧୀ କଂଗ୍ରେସର ଜୋରଦାର ବିରୋଧ । ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ବିଲ୍‌କୁ ବିରୋଧ କରାଯାଉଛି। ଟିଡିପି ଓ ଜେଡି(ୟୁ) ପକ୍ଷରୁ ବିଲ୍‌କୁ ସମର୍ଥନ କରି ବିତର୍କ ଆରମ୍ଭ ହୋଇଛି। 

Advertisment

ଏହା ପୂର୍ବରୁ ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଗଠିତ କମିଟି ତାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ। କମିଟିର ରିପୋର୍ଟକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ମିଳିସାରିଛି। ଏକକ ନିର୍ବାଚନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି। 

ଅଧିକ ପଢନ୍ତୁ: ପରିବାରକୁ ଯୋଡିଲା ରାଜନୀତି, ମନ୍ତ୍ରିମଣ୍ଡଳରେ ଭାଇଭଉଣୀ

ସଂସଦର ଉଭୟ ଗୃହର ଦୁଇ-ତୃତୀୟାଂଶ ବହୁମତ ସହ ଅତି କମରେ ୬ଟି ବିଧେୟକ ପାସ୍ ହେବ। ବିଜେପି ନେତୃତ୍ୱାଧୀନ NDA ପାଖରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ରହିଛି। କିନ୍ତୁ ସାମ୍ବିଧାନିକ ସଂଶୋଧନ ପାଇଁ ଆବଶ୍ୟକ ସଂଖ୍ୟା ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। 

Advertisment

ରାଜ୍ୟସଭାରେ ଏନଡିଏର ୧୧୨ ସଦସ୍ୟ ଥିବା ବେଳେ ଦୁଇ ତୃତୀୟାଂଶ ବହୁମତ ପାଇଁ ଆବଶ୍ୟକ ୧୬୪ ସିଟ୍। ସେହିପରି ଲୋକସଭାରେ ବହୁମତ ପାଇଁ ଏନଡିଏ ମେଣ୍ଟକୁ ଆବଶ୍ୟକ ୩୬୪ ସିଟ୍। ତେଣୁ ବିଲ୍ ନେଇ ଭୋଟିଂ ବେଳେ ଅଣଏନଡିଏ ମେଣ୍ଟର ସମର୍ଥନ ଯୋଗାଡିବା କେନ୍ଦ୍ର ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ରହିବ। ବିଲ ଆଇନରେ ପରିଣତ ହେଲେ ଦେଶରେ ଏକାସଙ୍ଗେ ଲୋକସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ ହେବ। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଇସ୍ତାହାରରେ ଏହାକୁ ବି ସାମିଲ କରିଥିଲା। 

ଅଧିକ ପଢନ୍ତୁ: ଗିରଫ ହେଲେ ଅତୁଲଙ୍କ ପତ୍ନୀ, ଉଠାଇ ଆଣିଲା ବେଙ୍ଗାଲୁରୁ ପୋଲିସ

BJP NDA Lok Sabha One Nation-one Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ