Advertisment

One Nation One Election: ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଆସିପାରେ ୱାନ୍ ନେସନ୍‌-ୱାନ୍‌ ଇଲେକ୍ସନ ବିଲ୍

ସଂସଦର ଉଭୟ ଗୃହର ଦୁଇ-ତୃତୀୟାଂଶ ବହୁମତ ସହ ଅତିକମରେ ୬ଟି ବିଧେୟକ ପାସ୍ ହେବ । ବିଜେପି ନେତୃତ୍ୱାଧୀନ NDA ପାଖରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ରହିଛି । କିନ୍ତୁ ସାମ୍ବିଧାନିକ ସଂଶୋଧନ ପାଇଁ ଆବଶ୍ୟକ ସଂଖ୍ୟା ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।

author-image
Santosh Kumar Sahoo
ଆସିବ ଏକକ ନିର୍ବାଚନ ବିଲ୍‌

ଆସିବ ଏକକ ନିର୍ବାଚନ ବିଲ୍‌

ପାର୍ଲାମେଣ୍ଟର ଚଳିତ ଅଧିବେଶନର ଆସିପାରେ ୱାନ୍ ନେସନ୍ ୱାନ୍ ଇଲେକସନ୍ ବିଲ୍ । ଏନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗୋଟିଏ ଦେଶ, ଗୋଟି ଭୋଟକୁ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ବିଜେପି ଇସ୍ତାହାରରେ ବିଜେପି ଏହାକୁ ବି ସାମିଲ କରିଥିଲା । ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର । କମିଟିର ରିପୋର୍ଟକୁ କ୍ୟାବିନେଟ୍ ମଂଜୁରୀ ବି ମିଳିଛି । ପାର୍ଲାମେଣ୍ଟର ଚଳିତ ଶୀତକାଳୀନ ଅଧିବେଶନରେ ବିଲ୍ ଆଗତ କରିବାକୁ ସରକାର ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି । ଏକକ ନିର୍ବାତନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ।

Advertisment

ଅଧିକ ପଢ଼ନ୍ତୁ: ଯେମିତି ସ୍ପିଡ୍ ସେମିତି ଆତ୍ମଘାତୀ, ଭାରତୀୟ ସ୍ଥଳସେନାରେ 'ଖଡ୍ଗ'

ସଂସଦର ଉଭୟ ଗୃହର ଦୁଇ-ତୃତୀୟାଂଶ ବହୁମତ ସହ ଅତିକମରେ ୬ଟି ବିଧେୟକ ପାସ୍ ହେବ । ବିଜେପି ନେତୃତ୍ୱାଧୀନ NDA ପାଖରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ରହିଛି । କିନ୍ତୁ ସାମ୍ବିଧାନିକ ସଂଶୋଧନ ପାଇଁ ଆବଶ୍ୟକ ସଂଖ୍ୟା ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ରାଜ୍ୟସଭାରେ ଏନଡିଏ ୧୧୨ ସଦସ୍ୟ ଥିବା ବେଳେ ଦୁଇ ତୃତୀୟାଂଶ ବହୁମତ ପାଇଁ ଆବଶ୍ୟକ ୧୬୪ ସିଟ୍ । ସେହିପରି ଲୋକସଭାରେ ଏନଡିଏ ମେଣ୍ଟକୁ ଆବଶ୍ୟକ ୩୬୪ । ତେଣୁ ବିଲ୍ ନେଇ ଭୋଟିଂ ବେଳେ ଅଣଏନଡିଏ ମେଣ୍ଟର ସମର୍ଥନ ଯୋଗାଡିବା କେନ୍ଦ୍ର ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ରହିବ ।

ବିଲ୍‌ ଆଇନରେ ପରିଣତ ହେଲେ ଦେଶରେ ଏକାସଙ୍ଗେ ଲୋକସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ ହେବ । ଏକକ ନିର୍ବାଚନ ହେଲେ ଦେଶର ଅର୍ଥନୀତି ମଜବୁତ ହେବ, ଆଇନ ଶୃଙ୍ଖଳା ବଜାୟ ରହିବ, ଦେଶର ବିକାଶ ବଢିବା ସହ କଳାଧନକୁ ବି ରୋକାଯାଇପାରିବ ବୋଲି ବିଜେପି କହୁଛି। ଦେଶରେ ୧୯୫୧ରୁ ୧୯୬୭ ଯାଏଁ ଏକାସଙ୍ଗେ ହେଉଥିଲା ନିର୍ବାଚନ। ୨୦୧୫ରେ ସଂସଦୀୟ ଦଳ କମିଟି ଦେଶରେ ଦୁଇଟି ପର୍ଯ୍ୟାୟରେ ଏକାସଙ୍ଗେ ନିର୍ବାଚନ କରିବାକୁ ଦେଇଥିଲା ପ୍ରସ୍ତାବ । ଏଥିପାଇଁ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ଏହି କମିଟି ୬୨ଟି ଛୋଟ ବଡ଼ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଥିଲା । ଯେଉଁଥିରୁ ୩୨ଟି ଦଳ ଏହାକୁ ସମର୍ଥନ କରିଥିବା ବେଳେ ୧୫ଟି ଦଳ ବିରୋଧ କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ବ୍ୟାଙ୍କ ପାଲଟିଲା ରଣଭୂମି; ମ୍ୟାନେଜରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାହକ, ଦେଖନ୍ତୁ ଭିଡିଓ...

Parliament Winter Session One Nation-one Election
Advertisment
Advertisment