• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସର୍ବଭାରତୀୟ ସ୍ତରର NCC ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେଉଛନ୍ତି ଓଡ଼ିଆ ଝିଅ ସୋନାଲି ସାହୁ । ଆସନ୍ତାକାଲି ୧୪୮ ଜଣିଆ ବାଳିକା କ୍ୟାଡେଟଙ୍କ ଟିମ ଲିଡର ଭାବେ ଓଡ଼ିଆ ଝିଅ ସୋନାଲି NCC ବାଳିକା ବର୍ଗର କମାଣ୍ଡିଙ୍ଗ କରିବେ । ଜାନୁଆରୀ ୫ ତାରିଖରୁ ସୋନାଲି ଏବଂ ତାଙ୍କ ଟିମ କର୍ତ୍ତବ୍ୟ ପଥରେ ପରେଡ୍ ଅଭ୍ୟାସ ଜାରି ରଖିଛନ୍ତି । ଓଡିଶା ରୁ ୨ଜଣ ବାଳିକା ଏହି ଟିମ୍‌ରେ ସ୍ଥାନ ପାଇଛନ୍ତି ।

ଅନ୍ୟପଟେ କର୍ତ୍ତବ୍ୟ ପଥରେ ବିଶ୍ୱ ଦେଖିବ ଓଡ଼ିଶାର କଳା ଏବଂ ସଂସ୍କୃତିର ଝଲକ । ସାଧାରଣତନ୍ତ୍ର ଦିବସ ପରେଡ୍ ପରେ "ବନ୍ଦେ ଭାରତ" ନାମକ ନୃତ୍ୟ ପରିବେଷଣ କରାଯିବ । ଏହି ନୃତ୍ୟରେ ଦେଶର ପାରମ୍ପରିକ ଏବଂ ସାଂସ୍କୃତିକ ନୃତ୍ୟକୁ ସାମିଲ କରାଯାଇଛି । ଓଡ଼ିଶାର ଓଡ଼ିଶୀ ନୃତ୍ୟ, ପୁରୀ ର ସାହିଯାତ ସହିତ ଝୁମର ନୃତ୍ୟ ପରିବେଷଣ କରିବେ ଓଡ଼ିଶାର କଳାକାର । କେନ୍ଦୁଝର ଜିଲ୍ଲାର ୬ଜଣ କଳାକାର ଏହି ଝୁମର ନୃତ୍ୟ ପରିବେଷଣ କରିବେ । ଏହି ସମସ୍ତ କଳାକାର ବାପା ମାଆ ଛେଉଣ୍ଡ ।

ଅଧିକ ପଢ଼ନ୍ତୁ: ଏଥର ସାଧାରଣତନ୍ତ୍ର ଦିବସରେ ବିଶ୍ୱ ଦେଖିବ ଭାରତର ସ୍ୱଦେଶୀ ଶକ୍ତି

ସେହିଭଳି ଏଥର ୭୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ବିଶ୍ୱ ଦେଖିବ ଭାରତର ସ୍ୱଦେଶୀ ଶକ୍ତିର ଝଲକ୍ । ପରେଡରେ ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିବ କେବଳ ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର । ଫାଇଟର ଜେଟ୍‌ରୁ ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ, ଶକ୍ତିଶାଳୀ କ୍ଷେପଣାସ୍ତ୍ରରୁ କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥା, କେବଳ ଭାରତରେ ପ୍ରସ୍ତୁତ ଆଉ ଭାରତରେ ବିକଶିତ ଯୁଦ୍ଧାସ୍ତ୍ର ହିଁ ସାଜିବ ଏଥର ସାଧାରଣତନ୍ତ୍ର ଦିବସ ପରେଡ୍‌ର ଆକର୍ଷଣ । ପରେଡରେ ଆତ୍ମନିର୍ଭର ଭାରତ ନାରାକୁ ଆଉ ପାଦେ ଆଗକୁ ନେବାକୁ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛି ସେନା । ବିଦେଶୀ ଅସ୍ତ୍ରଶସ୍ତ୍ର ବିନା କେବଳ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କେ-ନାଇନ୍ ବଜ୍ର ଓ MBT ଅର୍ଜୁନ୍ ଟ୍ୟାଙ୍କ୍ ସାମିଲ ହେବେ ।

ସେହିଭଳି ସ୍ଥଳସେନାର ଅନ୍ୟତମ ଶକ୍ତି ନାଗ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଜାଇଲ ଓ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଜାଇଲକୁ ପ୍ରଦର୍ଶନ କରାଯିବ । ସେନାରେ ଏବେ ନୂଆକରି ସାମିଲ ହୋଇଥିବା ଅତ୍ୟାଧୁନିକ ଆକାଶ ଏୟାର ଡିଫେନ୍ସ ମିଜାଇଲ ବି ପରେଡରେ ମୁଖ୍ୟ ଆକର୍ଷଣ ସାଜିବ । ତାସହ କୁଇକ୍ ରିଆକ୍ସନ ଫାଇଟିଂ ଭେହିକିଲ ବି ସାମିଲ ହେବ । ପୂର୍ବରୁ ବ୍ୟବହାର ହେଉଥିବା ଭିନଟେଜ୍ ୨୫ ପାଉଣ୍ଡର୍ ଗନ୍ ବଦଳରେ ଏଥର ୧୦୫ ଏମଏମ୍ ଫିଲ୍ଡ ଗନ୍ ବ୍ୟବହାର କରାଯିବ । ଯାହାକୁ ୨୧ ତୋପ ସଲାମୀରେ ବ୍ୟବହାର କରାଯିବ । ଚଳିତବର୍ଷ ପ୍ରଥମ ଓ ଶେଷଥର ପାଇଁ ଗଣତନ୍ତ୍ର ଦିବସରେ ଡାକୋଟା ବିମାନ ଉଡିବ । ଡାକୋଟା IL-38 ବିମାନ କର୍ତ୍ତବ୍ୟପଥରେ ଉଡାଣ ଭରିବ ।