/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748881721.jpg)
NEET PG Exam
NEET-PG -୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ । ଆସନ୍ତା ଜୁନ୍ ୧୫ ତାରିଖରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖିଛି ନ୍ୟାସନାଲ୍ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) । ଏଣ୍ଟ୍ରାନ୍ସ ଏଗଜାମ୍ରେ ସ୍ବଚ୍ଛତା ଓ ପାରଦର୍ଶିତା ରଖିବାକୁ ୨ଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ କରିବାକୁ କହିଥିଲେ ସୁପ୍ରିମକୋର୍ଟ । ତେବେ ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ହେଲେ ଅଧିକ ପରୀକ୍ଷା କେନ୍ଦ୍ର ଦରକାର। ସାରା ଦେଶରେ ୯୦୦ଟି ଅତିରିକ୍ତ ସେଣ୍ଟର ଏବଂ ସେଥିରେ ପ୍ରସ୍ତୁତି କରିବାକୁ ପଡିବ ।
National Board of Examinations in Medical Sciences to conduct NEET-PG 2025 in a single shift. NEET-PG 2025 scheduled to be held on 15.06.2025 has been postponed pic.twitter.com/pdzc4iQDOC
— ANI (@ANI) June 2, 2025
ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ସହ ସିଗନାଲ ଜାମର ଏବଂ ଅତ୍ୟାଧୁନିକ ସର୍ଭେଲାନ୍ସ ସିଷ୍ଟମର ଆବଶ୍ୟକତା ରହିଛି। ତେଣୁ ଏନେଇ ପ୍ରସ୍ତୁତି କରି ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ ବୋଲି NBEMS ପକ୍ଷରୁ ସୂଚନା ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)