Advertisment

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି: ବର୍ଷାରେ ଭିଜି ଗାଇଲେ ଜାତୀୟ ସଙ୍ଗୀତ, ଦେଖନ୍ତୁ ଭିଡିଓ...

ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନରେ ପହଞ୍ଚିବା ପରେ ଜଏଣ୍ଟ ବେସ୍‌ ଆଣ୍ଡ୍ରିୟୁସ୍‌ରେ ଭାରତ ଓ ଆମେରିକାର ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
PM Modi US Visit 2023

National Anthems Of India And US Played At Joint Base Andrews In Washington

ନ୍ୟୁୟର୍କ ସ୍ଥିତ ୟୁଏନ୍‌ ହେଡ୍‌କ୍ୱାର୍ଟର୍ସରେ ସ୍ପେଶାଲ୍‌ ଯୋଗ ସେସନ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ୱାଶିଂଟନରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନରେ ପହଞ୍ଚିବା ପରେ ଜଏଣ୍ଟ ବେସ୍‌ ଆଣ୍ଡ୍ରିୟୁସ୍‌ରେ ଭାରତ ଓ ଆମେରିକାର ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ବର୍ଷାରେ ଭିଜି ଭାରତର ଜାତୀୟ ସଙ୍ଗୀନ ଗାନ କରୁଥିବା ଦେଖିବାକୁ ମିଳିଥିଲା।

Advertisment

ଅଧିକ ପଢ଼ନ୍ତୁ: ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗାଭ୍ୟାସ କଲେ ମୋଦି

୩ ଦିନିଆ ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନ ଡିସିରେ ପହଞ୍ଚିଥିଲେ। ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ନ୍ୟୁୟର୍କରୁ ୱାଶିଂଟନରେ ପହଞ୍ଚିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ ମୋଦିଙ୍କୁ ସ୍ୱାଗତ କରିଥିଲେ। ମୋଦିଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦମ୍ପତି ଏକ ନୈଶ ଭୋଜି ରଖିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି, ଜିଲ୍ ବାଇଡେନଙ୍କୁ ସାଢ଼େ ୭ କ୍ୟାରେଟର ଏକ ସୁନ୍ଦର ସବୁଜ ହୀରା ଉପହାର ଦେଇଛନ୍ତି। ଏହାସହ କାରୁକାର୍ଯ୍ୟପୂର୍ଣ୍ଣ ଚନ୍ଦନ କାଠ ବାକ୍ସ ମଧ୍ୟ ଉପହାର ଦେଇଛନ୍ତି। ଏଥିରେ ଏକ ଗଣେଶ ମୂର୍ତ୍ତି, ରୂପାର ଏକ ଦୀପ ରହିଛି। ରୂପାର ନଡ଼ିଆ, ଘିଅ, ହାତବୁଣା ଟସର ସିଲ୍‌କ କପଡ଼ା ମଧ୍ୟ ରହିଛି।

ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ପ୍ରତିରକ୍ଷା ସହିତ ବାଣିଜ୍ୟ, ବିଶ୍ୱର ଅନ୍ୟ ପ୍ରମୁଖ ପ୍ରସଙ୍ଗ ଏଥିରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ଏହାସହ ଆଜି ଆମେରିକାର କଂଗ୍ରେସକୁ ସମ୍ବୋଧନ କରିବେ ମୋଦି । ପ୍ରଥମ ଭାରତୀୟ ନେତା ଭାବେ ସେ ଆମେରିକା କଂଗ୍ରେସକୁ ଦ୍ୱିତୀୟ ଥର ସମ୍ବୋଧନ କରିବେ। 

PM Narendra Modi National Anthem
Advertisment
Advertisment