Advertisment

ଯୋଗମୟ ସାରା ଜଗତ: ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗାଭ୍ୟାସ କଲେ ମୋଦି

ସମୁଦ୍ରରୁ ଆରମ୍ଭ କରି ଉତ୍ତୁଙ୍ଗ ହିମାଳୟରେ ଦେଖିବାକୁ ମିଳିଛି ଯୋଗାଭ୍ୟାସ। ସାଧାରଣ ଲୋକଙ୍କଠାରୁ ରାଷ୍ଟ୍ରପତିଙ୍କ ଯାଏଁ ସମସ୍ତେ ସାମିଲ ହୋଇଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ। ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ କରିଛନ୍ତି ଯୋଗାଭ୍ୟାସ ।

author-image
Chandan Shishu
ଅଦ୍ୟତନ ହୋଇଛି
International Yoga Day 2023

Yoga day

ଜଳରେ ଯୋଗ ... ସ୍ଥଳରେ ଯୋଗ ... ଆକାଶରେ ବି ଯୋଗ, ସବୁଠି ଯୋଗ ହିଁ ଯୋଗ। ସାରା ବିଶ୍ବକୁ ଭାରତର ଅନନ୍ୟ ଅବଦାନ ଯୋଗର ବିଭିନ୍ନ ଆସନ ସହିତ ଓଁକାର ଧ୍ବନି ଗୁଂଜରିତ ହୋଇଛି ଗଗନ ପବନ। ରାଷ୍ଟ୍ରପତି ଭବନରେ ଯୋଗ କରିଛନ୍ତି ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ। ସେ ନିଜେ ବିଭିନ୍ନ ଆସନ ପ୍ରଦର୍ଶନ କରିଥିଲେ।

Advertisment

ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ମଧ୍ୟ ଏକ ଯୋଗ ଶିବିରରେ ସାମିଲ ହୋଇଥିଲେ। ଯୋଗକୁ ମିଳିତ ଜାତିସଂଘର ସ୍ବୀକୃତି ମିଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଯୋଗ କରିଛନ୍ତି ନ୍ୟୁୟର୍କରେ। ସେଠାରେ ଜାତିସଂଘ ତରଫରୁ ଆୟୋଜିତ ଶିବିରରେ ମୋଦି ଯୋଗ ଦେଇ ନିଜେ ବିଭିନ୍ନ ଆସନ କରିବା ସହିତ ଯୋଗକୁ ଦୈନିକ ଦିନଚର୍ଯ୍ୟାରେ ସାମିଲ କରିବାକୁ ଆହ୍ବାନ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଯୋଗ ଏକ ଆନ୍ଦୋଳନ ପାଲଟିଛି-ମୋଦି

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ... ଦେଶ ସୁରକ୍ଷାରେ ମୁତନୟ ଥିବା ଯବାନ ଅନ୍ତର୍ଜାତୀୟ ଯୋଗ ଦିବସରେ ସାମିଲ ହୋଇ କରିଥିଲେ ଯୋଗାଭ୍ୟାସ। ଏପରିକି ଭିନ୍ନକ୍ଷମ କ୍ରିକେଟରମାନେ ମଧ୍ୟ ହ୍ବିଲ ଚେୟାରରେ ଯୋଗର କିଛି ଆସନ ପ୍ରଦର୍ଶନ କରିଛନ୍ତି। ଏମିତି କେଉଁ ଜାଗା ନାହିଁ, ଯେଉଠି ଯୋଗ ହେଇନାହିଁ। କେରଳ ତିରୁବନନ୍ତପୁରମର ପାନଗୋଡରେ ପାଣି ଭିତରେ ଯୋଗ ପ୍ରଦର୍ଶନ କରାଯାଇଥିଲା। ସେଥିରେ ରହିଥିଲା ତ୍ରିରଙ୍ଗା ପତାକାର ଥିମ୍। ସେହିପରି ହିମାଳୟ ପାଦଦେଶରେ ଲଦାଖରେ ଯୋଗ କରିଥିଲେ ଯବାନମାନେ। ଗୁଜରାଟର ରାଜକୋଟ, ତାମିଲନାଡୁର ରାମେଶ୍ବରମରେ ପାଣି ଭିତରେ ହୋଇଥିଲା ଯୋଗାଭ୍ୟାସ। ଏଣେ ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ମଧ୍ୟ ଯୋଗ କରିଥିଲେ ରେଳ ଯାତ୍ରୀ।ଏଣେ ବାଲେଶ୍ବର ଚନ୍ଦନେଶ୍ବରରେ ଯୋଗ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ ନିଜେ ବିଭିନ୍ନ ଆସନ କରିବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। 

Advertisment

ଏହି ଶିବିରରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଯୋଗ ଦେଇଥିଲେ।... ସେପଟେ ଭୁବନେଶ୍ବର ଓଲଡ ଟାଉନ ମୁଳା ପଡ଼ିଆ ଯୋଗ ଶିବିରରେ ସାମିଲ ହୋଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କଂଗ୍ରେସ୍ ବିଧାୟକ ସୁର ରାଉତରାୟ। ସେହିପରି ଭୁବନେଶ୍ବର ମଞ୍ଚେଶ୍ବରସ୍ଥିତ ଉତ୍କଳ ବିପନ୍ନ ସେବା ସମିତି- ୟୁବିଏସଏସ୍ ଯୋଗ ଶିବିରରେ ଯୋଗାଭ୍ୟାସ କରିଥିଲେ  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନୟାଗଡ଼ ଷ୍ଟାଡିୟମରେ ଯୋଗ ମହୋତ୍ସବ ସମିତି ପକ୍ଷରୁ ହୋଇଥିବା ମେଗା ଶିବିରରେ ଯୋଗ ଦେଇଥିଲେ ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

ଅଧିକ ପଢ଼ନ୍ତୁ: କିଏ ଆରମ୍ଭ କରିଥିଲେ ଯୋଗ; ଆଜି କାହିଁକି ପାଳନ ହେଉଛି ଯୋଗ ଦିବସ

କଟକ ବାରଙ୍ଗ ନିକଟରେ ଥିବା ଶ୍ରୀ ଶ୍ରୀ ୟୁନିଭରସିଟିରେ ହୋଇଥିବା ଶିବିରରେ ସାମିଲ ହୋଇଥିଲା ଓଟିଭି ଟିମ୍। ଗୁରୁମାନେ ଯୋଗର ଉପକାରିତା ସଂପର୍କରେ କହିବା ସହିତ ବିଭିନ୍ନ ଆସନ କେମିତି କରାଯାଏ, ତାହା ଦେଖାଇଥିଲେ। ଆଜିର ଯୋଗ ଟ୍ରେଣ୍ଡରୁ ବାଦ୍ ପଡ଼ି ନାହାନ୍ତି ଜୀବଜନ୍ତୁ। ଜାମ୍ମୁ କାଶ୍ମୀର ଉଦ୍ଧମପୁରରେ ସୁରକ୍ଷାବାହିନୀର ଡଗ୍ ସ୍କ୍ବାଡର କୁକୁର ବି ଯୋଗ କରିଛନ୍ତି।... ସେହିପରି କିଛି ପପୁଲାର କାର୍ଟୁନ କ୍ୟାରେକ୍ଟରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଯୋଗ ଶିବିରରେ। ବଲିଉଡର ଷ୍ଟାରମାନେ ମଧ୍ୟ  ଯୋଗ ଦିବସରେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମରେ ୨୦୧୪ରେ ଜୁନ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା ଜାତିସଂଘ। 

ଅଧିକ ପଢ଼ନ୍ତୁ: ଆପଣଙ୍କ ଥାଇରଏଡ୍ ସମସ୍ୟା ଅଛି କି ? ଜାଣନ୍ତୁ କେଉଁ ଯୋଗ କଲେ ଏହା ଦୂର ହେବ

International Yoga Day
Advertisment
Advertisment