Advertisment

ହ୍ୱାଇଟ୍‌ ହାଉସ୍‌ରେ ଗିଫ୍ଟ ଏକ୍ସଚେଞ୍ଜ; କିଏ ଦେଲେ କେଉଁ ଉପହାର ?

ବାଇଡେନ ଦମ୍ପତିଙ୍କୁ ମୋଦି ଭେଟିବା ବେଳେ ଉଭୟଙ୍କ ମଧ୍ୟରେ ଦେଖା ଦେଇଥିଲା ବ୍ୟକ୍ତିଗତ ବନ୍ଧୁତାର ନିଦର୍ଶନ । ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ସାଢ଼େ ୭ କ୍ୟାରେଟ୍‌ର ଏକ ସୁନ୍ଦର ସବୁଜ ହୀରା ଉପହାର ଦେଇଛନ୍ତି ମୋଦି ।

author-image
Manoranjan Behera
ଅଦ୍ୟତନ ହୋଇଛି
PM Modi, Joe Biden Gifted Each Other

PM Modi, Joe Biden Gifted Each Other

ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଭବ୍ୟ ସ୍ବାଗତ। ନ୍ୟୁୟର୍କରୁ ୱାସିଂଟନ ଆସିବା ପରେ ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନଙ୍କ ପକ୍ଷରୁ ମୋଦିଙ୍କୁ ସ୍ୱାଗତ କରାଯାଇଛି । ମୋଦିଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦମ୍ପତି ଏକ ନୈଶ ଭୋଜି ରଖିଛନ୍ତି । 

Advertisment

ବାଇଡେନ ଦମ୍ପତିଙ୍କୁ ମୋଦି ଭେଟିବା ବେଳେ ଉଭୟଙ୍କ ମଧ୍ୟରେ ଦେଖା ଦେଇଥିଲା ବ୍ୟକ୍ତିଗତ ବନ୍ଧୁତାର ନିଦର୍ଶନ । ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ସାଢ଼େ ୭ କ୍ୟାରେଟ୍‌ର ଏକ ସୁନ୍ଦର ସବୁଜ ହୀରା ଉପହାର ଦେଇଛନ୍ତି ମୋଦି । ଏହା ସହିତ କାରୁକାର୍ଯ୍ୟପୂର୍ଣ୍ଣ ଚନ୍ଦନ କାଠ ବାକ୍ସ ମଧ୍ୟ ଉପହାର ଦେଇଛନ୍ତି । ଏଥିରେ ଏକ ଗଣେଶ ମୂର୍ତ୍ତି, ରୂପାର ଏକ ଦୀପ, ରୂପାର ନଡ଼ିଆ, ହାତବୁଣା ଟସର ସିଲକ କପଡ଼ା ମଧ୍ୟ ରହିଛି । 

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିନର୍‌ରେ ରହିଛି ଏହିସବୁ ଖାଦ୍ୟ, ସାମ୍ନାକୁ ଆସିଲା ମେନ୍ୟୁ...

Advertisment
sandalwood box(କାରୁକାର୍ଯ୍ୟପୂର୍ଣ୍ଣ ଚନ୍ଦନ କାଠ ବାକ୍ସ)

ବାଇଡେନ୍‌ଙ୍କୁ ମୋଦୀ ଦେଇଥିବା ଚନ୍ଦନ କାଠ ନିର୍ମିତ ‘ସିନ୍ଦୁକ’ଟି ହେଉଛି ବ‌ିଶେଷ ଉପହାର । କର୍ଣ୍ଣାଟକର ମହୀଶୂରରୁ ସଂଗ୍ରହ କରାଯାଇଥିବା ଚନ୍ଦନକାଠରେ ତିଆରି ଏହି ଛୋଟ ସିନ୍ଦୁକରେ ସୂକ୍ଷ୍ମାତିସୂକ୍ଷ୍ମ ଡାଳି ଓ ଲତିକା ଖୋଦେଇ କରିଛନ୍ତି ରାଜସ୍ଥାନ ଜୟପୁରର ବିଚକ୍ଷଣ କାରିଗରମାନେ । ଏହି ସିନ୍ଦୁକ ଭିତରେ ରହିଛି ‘ଦଶ ଦାନମ୍‌’ ବା ‘ଦଶ ପ୍ରକାରର ଦାନ’। ଭାରତୀୟ ପରମ୍ପରା ଅନୁସାରେ ‘ସହସ୍ର ପୂର୍ଣ୍ଣଚନ୍ଦ୍ର ଦର୍ଶନ’ ପାଳନ ସମୟରେ ୧୦ ଦାନ ଦେବାର ପ୍ରଥା ଅଛି।

ସେପଟେ ବାଇଡେନ ଦମ୍ପତି ମୋଦିଙ୍କୁ ଏକ ପ୍ରାଚୀନ ହାତରେ ତିଆରି ବହି ଉପହାର ଦେଇଛନ୍ତି। ଏହି ବହିଟି ବିଂଶ ଶତାବ୍ଦୀ ପ୍ରଥମ ଭାଗର ବୋଲି ଜଣାପଡ଼ିଛି । ତା’ସହିତ ଏକ ଭିଣ୍ଟେଜ୍ କ୍ୟାମେରା, ପ୍ରଥମ କୋଡାକ କ୍ୟାମେରାରେ ଉଠାଯାଇଥିବା ଫଟୋ, ଆମେରିକା ୱାଇଲ୍ଡ ଲାଇଫ ଫଟୋଗ୍ରାଫିର ବହି, ରବର୍ଟ ଫ୍ରଷ୍ଟଙ୍କ କବିତାର ପ୍ରଥମ ସଂସ୍କରଣର ବହି ମୋଦିଙ୍କୁ ଉପହାର ଦେଇଛନ୍ତି ।

7.5 carat eco-friendly green diamond(ସାଢ଼େ ୭ କ୍ୟାରେଟ୍‌ର ଏକ ସୁନ୍ଦର ସବୁଜ ହୀରା)

ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନୈଶ ଭୋଜିର ଆୟୋଜନ ହୋଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ ମୋଦିଙ୍କ ସମ୍ମାନରେ ଏହି ନୈଶ ଭୋଜି ରଖିଥିଲେ । ଭୋଜନ ପରେ ଏକ ସଂଗୀତ ଆସର ମଧ୍ୟ ହୋଇଥିଲା । ବିଶ୍ବବିଖ୍ୟାତ ସଂଗୀତଜ୍ଞ ଜୋଶୁଆ ବେଲ୍ ଏଥିରେ ସଂଗୀତ ପରିବେଷଣ କରିଥିଲେ। ଏହା ପରେ ମୋଦି ଓ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ପ୍ରତିରକ୍ଷା ସହିତ ବାଣିଜ୍ୟ, ବିଶ୍ବର ଅନ୍ୟ ପ୍ରମୁଖ ପ୍ରସଙ୍ଗ ଏଥିରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି।

ଏହା ସହିତ ଆଜି ଆମେରିକାର କଂଗ୍ରେସକୁ ସମ୍ବୋଧନ କରିବେ ମୋଦି । ପ୍ରଥମ ଭାରତୀୟ ନେତା ଭାବେ ସେ ଆମେରିକା କଂଗ୍ରେସକୁ ଦ୍ୱିତୀୟ ଥର ସମ୍ବୋଧନ କରିବେ ।

Joe Biden PM Narendra Modi
Advertisment
Advertisment