Advertisment

Pigeon Feeding Ban: ପାରାମାନଙ୍କୁ ଖାଇବାକୁ ଦେବା ପଡିଲା ମହଙ୍ଗା, ପ୍ରଥମ ମାମଲା ରୁଜୁ

ପାରାମାନଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖା ଦେଉଥିବାରୁ ମୁମ୍ବାଇରେ ପାରାକୁ ଖାଇବାକୁ ଦେବା ପାଇଁ ନିଷେଦ୍ଧାଦେଶ ଜାରି କରିଛନ୍ତି ହାଇକୋର୍ଟ।

author-image
Chinmayee Sahoo
Pigeon

Pigeon

ମୁମ୍ବାଇର ସହରାଞ୍ଚଳରେ ସବୁ ସ୍ଥାନରେ ପାରାମାନଙ୍କୁ ଦେଖିବାକୁ ମିଳେ। ରେଳ ଷ୍ଟେସନ୍ ଚାରିପାଖରେ, ଗେଟୱେ ଅଫ ଇଣ୍ଡିଆ ସହ ଅନ୍ୟାନ୍ୟ ସ୍ଥାନରେ ପାରାମାନଙ୍କୁ ଦଳ ଦଳ ହୋଇ ବୁଲୁଥିବାର ଦେଖିବାକୁ ମିଳେ। ତଥାପି, ସାମ୍ପ୍ରତିକ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ସ୍ଥାନଗୁଡ଼ିକ ଏବେ ପାଲରେ ତାହାକୁ ଢାଙ୍କି ଦିଆଯାଇଥିବା ଦେଖିବାକୁ ମିଳିଛି। ସର୍ବସାଧାରଣ ସ୍ଥାନରେ ପାରାମାନଙ୍କୁ ଖାଇବାକୁ ଦେବା ଉପରେ କଟକଣା ଜାରି କରିବା ପରେ ବିବାଦ ସୃଷ୍ଟି କରିଛି।

Advertisment

ଗତ ଜୁଲାଇ ୩୧ ତାରିଖରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ମୁମ୍ବାଇ ନାଗରିକ ସଂସ୍ଥା (BMC)କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସାର୍ବଜନୀନ ଏବଂ ଐତିହ୍ୟ ସ୍ଥଳରେ ପାରାକୁ ଖାଇବାକୁ ଦେଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରନ୍ତୁ। ଯାହା ନିଷେଧ କରାଯାଇଛି। ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

ଶ୍ୱାସକ୍ରିୟା ସଂକ୍ରମଣ ସମେତ ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରୁଛି ଏବଂ ସେମାନଙ୍କ ମଳ ଯୋଗୁଁ ଐତିହ୍ୟ ସ୍ଥଳକୁ ମଧ୍ୟ କ୍ଷତି ପହଞ୍ଚୁଛି। ତେଣୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ତଥାପି, ଏହି ନିର୍ଦ୍ଦେଶ ପଶୁ ପ୍ରେମୀ ଏବଂ ମୁମ୍ବାଇର ପ୍ରଭାବଶାଳୀ ଗୁଜରାଟୀ ଏବଂ ଜୈନ ସମ୍ପ୍ରଦାୟଙ୍କ ଦ୍ୱାରା ବିରୋଧ କରାଯାଇଛି। ଜୈନମାନେ ପାରାକୁ ଖାଇବାକୁ ଶୁଭ ବୋଲି ବିବେଚନା କରନ୍ତି।

Advertisment

ଜୁଲାଇ ମାସ ମଧ୍ୟରେ ୫୦ରୁ ଅଧିକ ଖାଦ୍ୟ କବୁତରଖାନା ବନ୍ଦ କରାଯାଇଛି। ରବିବାର ଦିନ, ହଜାରରୁ ଅଧିକ ପଶୁପ୍ରେମୀ ଏବଂ ଜୈନ ଆଧ୍ୟାତ୍ମିକ ନେତା ପାରାମାନଙ୍କୁ ଖାଇବାକୁ ଦେବା ଉପରେ ଲାଗିଥିବା ପ୍ରତିବନ୍ଧକ ବିରୋଧରେ କୋଲାବାରୁ ଗେଟୱେ ଅଫ୍ ଇଣ୍ଡିଆ ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ। ସେମାନେ ଦାବି କରିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ମୁମ୍ବାଇରେ ଶହ ଶହ ପାରା ଖଦ୍ୟ ଅଭାବରୁ ମୃତ୍ୟୁବରଣ କରିଛନ୍ତି।

ଏହାରି ମଧ୍ୟରେ ମୁମ୍ବାଇ ପୋଲିସ ନିକଟରେ ସର୍ବସାରଣରେ ପାରାକୁ ଖାଦ୍ୟ ଖୁଆଇବା ଅଭିଯୋଗରେ ପ୍ରଥମ ମାମଲା ରୁଜୁ ହୋଇଛି। ମାହିମ ପୁଲିସ ଷ୍ଟେସନରେ କିଛି ଅଜଣା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରାଯାଇଛି। ସେମାନେ ହିନ୍ଦୁଜା ହସ୍ପିଟାଲ ଏବଂ ଡୋମିନୋଜ୍ ପିଜ୍ଜା ଆଉଟଲେଟ ନିକଟରେ, ଏଲଜେ ରୋଡ଼ରେ ଥିବା କବୁତରଖାନା ନିକଟରେ ପାରାମାନଙ୍କୁ ଖାଦ୍ୟ ଦେଉଥିବା ଦେଖାଯାଇଥିଲା। ବମ୍ବେ ହାଇକୋର୍ଟ ଗତ ଜୁଲାଇ ୩୧ ତାରିଖରେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରିବା ପରେ ଏପରି ପ୍ରଥମ ଅଭିଯୋଗ ଆସିଛି। ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଅଭିଯୁକ୍ତ ସକାଳ ପ୍ରାୟ ୬ଟା ୫୦ରେ ଏକ ବାଇକରେ ଆସି କବୁତରଖାନାରେ ପାରାମାନଙ୍କୁ ଖାଦ୍ୟ ଦେଇଥିଲେ।

ଅଧିକ ପଢନ୍ତୁ: ବିମାନରେ ଅସରପା, କ୍ଷମା ମାଗିଲା ଏୟାରଇଣ୍ଡିଆ

Mumbai Pigeon
Advertisment
Related Articles
Advertisment