/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754282205.jpg)
mass suicide
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ସମୂହ ଆତ୍ମହତ୍ୟା ମାମଲାରେ ପୋଲିସ ରବିବାର ଜଣେ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ୨୫ ଓ ୨୬ ଜୁଲାଇ ବିଳମ୍ବିତ ରାତିରେ ଏକ ପରିବାରର ଚାରି ଜଣ ସଦସ୍ୟ ମନୋହର ଲୋଧି (୪୫), ତାଙ୍କ ମାଆ ଫୁଲରାଣୀ (୭୦), ଝିଅ ଶିବାନୀ (୧୮) ଏବଂ ତାଙ୍କ ୧୬ ବର୍ଷୀୟ ପୁଅ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ।
ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଲା ଯେ ମନୋହର ଲୋଧିଙ୍କ ସ୍ତ୍ରୀ ଦ୍ରୌପଦୀ ସୁରେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ, ଯିଏ ମନୋହରଙ୍କ ପିଲାଦିନର ବନ୍ଧୁ ମଧ୍ୟ ଥିଲେ। ଝିଅଟି ତାଙ୍କ ମାଆଙ୍କୁ ସୁରେନ୍ଦ୍ରଙ୍କ ସହ ଏକ ଆପତ୍ତିଜନକ ପରିସ୍ଥିତିରେ ଦେଖି ତାଙ୍କ ବାପାଙ୍କୁ ଜଣାଇବା ପରେ ଘଟଣାଟି ଜଣାପଡ଼ିଲା।
ପରିବାର ଏହି ବିଷୟରେ ଦ୍ରୌପଦୀଙ୍କ ସହିତ କଥା ହେଲା ବେଳେ ଯୁକ୍ତିତର୍କ ହୋଇଥିଲା। ଦ୍ରୌପଦୀଙ୍କୁ ଅବିଳମ୍ବେ ସମ୍ପର୍କ ଶେଷ କରିବାକୁ କହିଥିଲେ। ତଥାପି, ସେ ପରିବାରକୁ କହିଥିଲେ ଯେ ସେ ସୁରେନ୍ଦ୍ରଙ୍କ ବିନା ବଞ୍ଚିପାରିବେ ନାହିଁ ଏବଂ ଯଦି ସେମାନେ ତାଙ୍କ ଉପରେ ଚାପ ପକାଇବେ ତେବେ ସେ ଯୌତୁକ ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ।
ମନୋହର ସୁରେନ୍ଦ୍ରଙ୍କୁ ସମ୍ପର୍କ ଶେଷ କରିବାକୁ ଅନୁରୋଧ କରିଥିଲେ, ତାଙ୍କୁ ସେମାନଙ୍କର ଜୀବନବ୍ୟାପୀ ବନ୍ଧୁତାର ଦ୍ବାହି ଦେଇଥିଲେ, କିନ୍ତୁ ସେ ମନା କରିଥିଲେ। ତେଣୁ ଲୋକଲଜ୍ୟା ଭୟରେ ପରିବାରରେ ସମସ୍ତେ ଭାଙ୍ଗି ପଡିଥିଲେ ଏବଂ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ। ତଦନ୍ତ ପରେ, ପୋଲିସ ମନୋହରଙ୍କ ସ୍ତ୍ରୀ ଦ୍ରୌପଦୀ ଏବଂ ସୁରେନ୍ଦ୍ରଙ୍କୁ ଜେଲ ପଠାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)