Advertisment

NS-34 Mission: ସାରା ବିଶ୍ବ ଭ୍ରମଣ ପରେ ଅନ୍ତରୀକ୍ଷକୁ ଯାତ୍ରା କଲେ ଆଗ୍ରାର ଅର୍ଭି ବହଲ୍

ବ୍ଲୁ ଅରିଜିନ୍‌ ନ୍ୟୁ ଶେପାର୍ଡ କାର୍ଯ୍ୟକ୍ରମର NS-34 ମିଶନରେ ଭାରତୀୟ ବଂଶୋଦ୍ଭବ ଅର୍ଭି ବହଲ୍ ଅନ୍ତରୀକ୍ଷକୁ ଯାତ୍ରା କରିଛନ୍ତି। ୧୧ ମିନିଟ୍‌ ଧରି ଏହା ଯାତ୍ରା କରିଥିଲେ।

author-image
Chinmayee Sahoo
Agra-born

Agra-born

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଜେଫ୍‌ ବେଜୋସ୍‌ଙ୍କ ଏୟାରୋସ୍ପେସ୍‌ ଓ ସ୍ପେସ୍‌ ଟୁରିଜମ୍‌ କମ୍ପାନୀ ବ୍ଲୁ ଅରିଜିନ୍‌ ଅଗଷ୍ଟ ୩ ତାରିଖରେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲା। ଏହି ଯାତ୍ରାରେ ୬ ଜଣ ଯାତ୍ରୀଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ନାଗରିକ ମଧ୍ୟ ସାମିଲ ଥିଲେ। ଆଗ୍ରାରେ ଜନ୍ମଗ୍ରହଣ କରିଥିବା ରିଅଲ୍‌ ଏଷ୍ଟେଟ୍‌ ନିବେଶକ ଅରବିନ୍ଦର ବହଲ୍‌ (ଅର୍ଭି) ଏହି ଟିମରେ ଅଛନ୍ତି। ଏହି ଉଡ଼ାଣ, NS-34, ବ୍ଲୁ ଅରିଜିନ୍‌ର ନ୍ୟୁ ଶେପାର୍ଡ କାର୍ଯ୍ୟକ୍ରମର ଏକ ଅଂଶ, ଯାହା ଏ ପର୍ଯ୍ୟନ୍ତ ୭୦ ଜଣଙ୍କୁ ଅନ୍ତରୀକ୍ଷ ଯାତ୍ରା କରାଇଛି।

Advertisment

ଅଗଷ୍ଟ ୩ରେ ପଶ୍ଚିମ ଟେକ୍ସାସର ଲଞ୍ଚ ସାଇଟ୍ ୱାନ୍ ରୁ ଭାରତୀୟ ସମୟ ସନ୍ଧ୍ୟା ୬ଟାରେ ହୋଇଥିଲା ଏବଂ ବ୍ଲୁ ଅରିଜିନର ୱେବକାଷ୍ଟରେ ଏହାର ସିଧା ପ୍ରସାରଣ କରାଯାଇଥିଲା। ଉତକ୍ଷେପଣ ପରେ ୭ ମିନିଟ୍ ୨୫ ସେକେଣ୍ଡରେ, ନ୍ୟୁ ଶେପର୍ଡ ବୁଷ୍ଟର ପୁଣି ଭୂମିରେ ଅବତରଣ କଲା। ଆଉ ପ୍ରାୟ ୩ ମିନିଟ୍ ୩୦ ସେକେଣ୍ଡ ପରେ, କ୍ୟାପସୁଲ୍ ପୁଣି ପୃଥିବୀରେ ଅବତରଣ କଲା, ଏକ ଐତିହାସିକ ଯାତ୍ରା ସମାପ୍ତ କଲା।

ଏହା ବ୍ଲୁ ଅରିଜିନ୍‌ର ନ୍ୟୁ ଶେପାର୍ଡ କାର୍ଯ୍ୟକ୍ରମର ୧୪ତମ ମାନବଯୁକ୍ତ ମିଶନ। ଯାହା ମୋଟ ୩୫ଟି ଉଡ଼ାଣ କରିଛି। ଏହି ଉଡ଼ାଣ କେବଳ ଏକ ରୋମାଞ୍ଚକର ଯାତ୍ରା ନୁହେଁ, ବରଂ ୬ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ। କମ୍ପାନୀର ଲକ୍ଷ୍ୟ ହେଉଛି ମଣିଷମାନଙ୍କୁ ଅନ୍ତରୀକ୍ଷ ଭ୍ରମଣ କରାଇବା, ଯେଉଁଥିପାଇଁ କମ୍ପାନୀ ନ୍ୟୁ ଶେପାର୍ଡ ନାମକ ରକେଟ୍‌ ବ୍ୟବହାର କରେ। ଏହା ଯାତ୍ରୀମାନଙ୍କୁ ପୃଥିବୀ ଓ ଅନ୍ତରୀକ୍ଷ ମଧ୍ୟରେ ଥିବା କାର୍ମାନ ରେଖା ପାର କରାଇ ନିଏ। ୧୧ ମିନିଟ୍‌ ଧରି ଏହା ଯାତ୍ରା କରିଥାଏ। ଯେଉଁଥିରେ ଯାତ୍ରୀମାନେ କିଛି ମିନିଟ୍‌ ପାଇଁ ଶୂନ୍ୟ ମାଧ୍ୟାକର୍ଷଣ ଅନୁଭବ କରନ୍ତି।

Advertisment

ଏହି ରୋମାଞ୍ଚକର ଯାତ୍ରା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। ବ୍ଲୁ ଅରିଜିନ୍‌ର ଉଡ଼ାଣ ବୁକିଂ ମୂଲ୍ୟ ସାଧାରଣତଃ ଗୋପନୀୟ ରହିଥାଏ, ତେବେ ଏହାର ମୂଲ୍ୟ ପ୍ରତି ସିଟ୍‌ ପାଇଁ ୫,୦୦,୦୦୦ ଡଲାରରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଏହି ମିଶନରେ ଭାରତୀୟ ବଂଶୋଦ୍ଭବ ଅରବିନ୍ଦର ବହଲ୍‌, ତୁର୍କୀ ବ୍ୟବସାୟୀ ଗଖାନ ଏର୍ଡେମ୍, ପୁଏର୍ଟୋ ରାଇକାନ୍ ସାମ୍ବାଦିକ ଡେବୋରା ମାର୍ଟୋରେଲ୍, ବ୍ରିଟିଶ ସମାଜସେବୀ ଲିଓନେଲ୍ ପିଚ୍‌ଫୋର୍ଡ, ଆମେରିକୀୟ ଉଦ୍ୟୋଗୀ ଜେଡି ରସେଲ୍ ଏବଂ ଗ୍ରେନାଡାର ରାଷ୍ଟ୍ରଦୂତ ଜଷ୍ଟିନ୍ ସନ୍ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ।

କିଏ ଏହି ଭାରତୀୟ ବଂଶୋଦ୍ଭବ ଅରବିନ୍ଦ ବହଲ୍‌?

ଆଗ୍ରାରେ ଜନ୍ମଗ୍ରହଣ କରିଥିବା ଅରବିନ୍ଦର ବହଲ୍‌ ଜଣେ ରିଅଲ୍‌ ଏଷ୍ଟେଟ୍‌ ନିବେଶକ। ସେ ବହଲ୍‌ ପ୍ରପର୍ଟିଜ୍‌ର ଅଧ୍ୟକ୍ଷ, ଯାହା ଏକ ରିଅଲ୍‌ ଏଷ୍ଟେଟ୍‌ କମ୍ପାନୀ। ବହଲ୍‌ ୧୯୭୫ ମସିହାରୁ ଏହି କମ୍ପାନୀର ନେତୃତ୍ୱ ନେଉଛନ୍ତି। ୫୦ ବର୍ଷରୁ ଅଧିକ ଅଭିଜ୍ଞତା ସହିତ ବହଲ୍‌ ବିଶ୍ୱବ୍ୟାପୀ ଯାତ୍ରା କରିଛନ୍ତି। ସେ ବିଶ୍ୱର ପ୍ରତ୍ୟେକ ଦେଶକୁ ଭ୍ରମଣ କରିଛନ୍ତି। ବହଲ୍‌ ଉତ୍ତର ଓ ଦକ୍ଷିଣ ମେରୁ ମଧ୍ୟ ଭ୍ରମଣ କରିଛନ୍ତି, ଏବଂ ମାଉଣ୍ଟ ଏଭରେଷ୍ଟ ଓ ଗୀଜାର ପିରାମିଡ୍‌ ଉପରେ ସ୍କାଇଡାଇଭିଂ ମଧ୍ୟ କରିଛନ୍ତି। ତାଙ୍କ ପାଖରେ ଏକ ବ୍ୟକ୍ତିଗତ ପାଇଲଟ୍‌ ଲାଇସେନ୍ସ ଅଛି ଏବଂ ସେ ହେଲିକପ୍ଟର ଉଡ଼ାଇବା ପାଇଁ ପ୍ରଶିକ୍ଷିତ। ତାଙ୍କ ପାଖରେ ଆମେରିକାର ନାଗରିକତ୍ବ ଅଛି।

ଅଧିକ ପଢନ୍ତୁ: ପୁଣି ଇତିହାସ ରଚିଲା ଇସ୍ରୋ, ଉତ୍‌କ୍ଷେପଣ ହେଲା ବିଶ୍ବର ମହଙ୍ଗା ଉପଗ୍ରହ

Investors Indian Americans Space Mission
Advertisment
Advertisment