Advertisment

Modi-Trump Meeting: ଫେବୃଆରୀ ୧୩ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି ମୋଦି, ହ୍ବାଇଟହାଉସରେ ସାକ୍ଷାତ ସମ୍ଭାବନା !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ଅବସରରେ ଆମେରିକାରେ ଟ୍ରମ୍ପ୍ ନୈଶ୍ୟଭୋଜିର ମଧ୍ୟ ଆୟୋଜନ କରିପାରନ୍ତି ବୋଲି କୁହାଯାଉଛି ।

ଫେବୃଆରୀ ୧୩ରେ ମୋଦି-ଟ୍ରମ୍ପ୍ ଭେଟ !

ଫେବୃଆରୀ ୧୩ରେ ମୋଦି-ଟ୍ରମ୍ପ୍ ଭେଟ !

Advertisment

ଫେବ୍ରୁଆରୀ ୧୩ରେ ହୋଇପାରେ ମୋଦି-ଟ୍ରମ୍ପ୍ ଭେଟଘାଟ । ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସୂଚନା ଅନୁସାରେ ନରେନ୍ଦ୍ର ମୋଦି ପ୍ରଥମେ ଫ୍ରାନ୍ସ ଗସ୍ତ କରି AI ଆକ୍ସନ ସମ୍ମିଟରେ ଯୋଗ ଦେବା । ଏହାପରେ ସେଠାରୁ ଆମେରିକା ଯାଇପାରନ୍ତି ମୋଦି । ଫେବ୍ରୁଆରୀ ୧୨ ସନ୍ଧ୍ୟାରେ ୱାଶିଂଟନ୍ ଡିସିରେ ପହଞ୍ଚିବା ପରେ, ୧୩ରେ ଟ୍ରମ୍ପଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ଅବସରରେ ଆମେରିକାରେ ଟ୍ରମ୍ପ୍ ନୈଶ୍ୟଭୋଜିର ମଧ୍ୟ ଆୟୋଜନ କରିପାରନ୍ତି ବୋଲି କୁହାଯାଉଛି । ତେବେ ଫେବୃଆରୀ ୧୨ରେ ଆମେରିକାରେ ପହଞ୍ଚିବା ପରେ ମୋଦି ଫେବୃଆରୀ ୧୪ ଯାଏଁ ଆମେରିକାରେ ରହିପାରନ୍ତି ବୋଲି କୁହାଯାଉଛି । ସେଠାରେ ସେ ଆମେରିକୀୟ କର୍ପୋରେଟ୍ ଲିଡର ଓ ପ୍ରବାସୀ ଭାରତୀୟଙ୍କୁ ଭେଟିପାରନ୍ତି । ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ, ଗତ ସୋମବାର ଫୋନରେ ଟ୍ରମ୍ପଙ୍କ ସହ କଥା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦି ।

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ, ସୋନିଆ ଗାନ୍ଧିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍

Advertisment

ସୂଚନା ଅନୁସାରେ ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଡୋନାଲ୍ଡ ଟ୍ରମ୍ପ୍ । ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ୩୫ ମିନିଟରେ ସେ ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ସେହିପରି ଭାରତୀୟ ବଂଶୋଦ୍ଭବ ଉଷାଙ୍କ ସ୍ବାମୀ ଜେ.ଡି, ଭେନ୍ସ ମଧ୍ୟ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ।

ଶପଥ ଗ୍ରହଣ ପରେ ଟ୍ରମ୍ପ କହିଥିଲେ, ଆମେରିକାର ସ୍ବର୍ଣ୍ଣିମ ଯୁଗର ଆରମ୍ଭ ହେଲା । ଆମେରିକାକୁ ପୁଣି ଥରେ ମହାନ କରିବା। ଆମେରିକାରେ ଅବୈଧ ପ୍ରବେଶ ହେବ ନାହିଁ। କେହି ଆମେରିକାକୁ ବ୍ୟବହାର କରିପାରିବେ ନାହିଁ। ଏଥିସହ ଦକ୍ଷିଣ ସୀମାରେ ଏମର୍ଜେନ୍ସି ଘୋଷଣା କଲେ ଟ୍ରମ୍ପ। ଆମେରିକାରେ ଅବୈଧ ପ୍ରବେଶ ରୋକିବାକୁ ପଦକ୍ଷେପ ନିଆଯିବ। ଦରବୃଦ୍ଧି ନିୟନ୍ତ୍ରଣ କରିବା ମୋ ଟିମ୍‌ର ପ୍ରାଥମିକତା ହେବ। ସମସ୍ତଙ୍କୁ ନ୍ୟାୟ ମିଳିବ ଓ ରଙ୍ଗଭେଦ ନୁହେଁ, ପ୍ରତିଭାକୁ ସୁଯୋଗ ମିଳିବ ବୋଲି ଟ୍ରମ୍ପ କହିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିଧାନସଭା ପଚାର ଶେଷ, ଦିଲ୍ଲୀ ଶିକ୍ଷା ମଡେଲର ପୋଲ୍ ଖୋଲିଦେଲେ ମୋଦି

Narendra Modi India Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ