/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730971634.jpg)
Lawrence Bishnoi T-shirts
ଅନଲାଇନ୍ରେ ଆଜି କାଲି ପ୍ରାୟ ସବୁ ଜିନିଷ ମିଳିଯାଉଛି । ଯାହା ଖୋଜିବେ ତାହା ପାଇବେ । ଏହି ପରି ଭାବେ ଲୋକପ୍ରିୟ ଇ-କମର୍ସ ପ୍ଲାଟଫର୍ମ ମେଶୋ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଫଟୋ ଥିବା ଟି-ସାର୍ଟ ବିକ୍ରି କରି ଚର୍ଚ୍ଚାକୁ ଆସିଛି । ଚଳଚ୍ଚିତ୍ର ନିର୍ମାତା ଆଲିଶାନ୍ ଜାଫ୍ରି ପ୍ରଥମେ ଏହା ଉପରେ ଆଲୋକପାତ କରିଥିଲେ । ପରେ ଏହା ଚର୍ଚ୍ଚାର ଘେରକୁ ଆସିଥିଲା ।
ଜାଫ୍ରି ସୋସିଆଲ ମିଡିଆ X ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଅନଲାଇନ୍ରେ ବର୍ତ୍ତମାନ ଲରେନ୍ସ ବିଷ୍ଣୋଇର ଟି-ସାର୍ଟ ମଧ୍ୟ ବିକ୍ରି କରାଗଲାଣି । ମେଶୋ ଓ ଫ୍ଲିଫ୍କାର୍ଟ ପରି କେତେକ ଲୋକପ୍ରିୟ ଇ-କମର୍ସ ପ୍ଲାଟଫର୍ମରେ ଏହି ଟି-ସାର୍ଟ ବିକ୍ରି ହେଉଛି । ଧଳା ରଙ୍ଗର ଏହି ଟି-ସାର୍ଟରେ ଲରେନ୍ସ ବିଷ୍ଣୋଇର ଫଟୋ ସହ ଗ୍ୟାଙ୍ଗଷ୍ଟର ଶବ୍ଦ ମଧ୍ୟ ଲେଖାଯାଇଛି । ମେଶୋରେ ଏହି ଟି-ସାର୍ଟର ମୂଲ୍ୟ ₹୧୬୮ ରହିଛି ।
ଅଧିକ ପଢ଼ନ୍ତୁ: Anmol Bishnoi : ଆମେରିକାରେ ଲୁଚିଛି ଅନମୋଲ ବିଷ୍ଣୋଇ ! ଭାରତ ପ୍ରତ୍ୟର୍ପଣ ପାଇଁ ଚାଲଛି ପ୍ରସ୍ତୁତି
ଲରେନ୍ସ ପରି ଅପରାଧୀର ଫଟୋକୁ ପିଲାଙ୍କ ଟି-ସାର୍ଟରେ ଲଗାଇବା କେତେ ଯୁକ୍ତିଯୁକ୍ତ ବୋଲି ସାଧରଣରେ ପ୍ରଶ୍ନ ଉଠିଛି । ଏହା ସହ ଲରେନ୍ସ ପରି ଗ୍ୟାଙ୍ଗଷ୍ଟରର ଟି-ସାର୍ଟରେ ପିଲାଙ୍କ ଫଟୋ ଲଗାଇ ବିଜ୍ଞାପନ ଦିଆଯିବାକୁ ନେଇ ଉଠିଛି ବିରୋଧର ସ୍ୱର । “ଲୋକମାନେ ମେଶୋ ଏବଂ ଫ୍ଲିଫ୍କାର୍ଟ ପରି ପ୍ଲାଟଫର୍ମରେ ଗ୍ୟାଙ୍ଗଷ୍ଟର ସାମଗ୍ରୀ ବିକ୍ରି କରୁଛନ୍ତି | ଏହା ହେଉଛି ଭାରତର ଅତ୍ୟାଧୁନିକ online radicalisation ର କେବଳ ଗୋଟିଏ ଉଦାହରଣ ବୋଲି ଜାଫ୍ରି X ରେ ଲେଖିଛନ୍ତି ।
People are literally selling gangster merchandise on platforms like @Meesho_Official and Teeshopper. This is just one example of India's latest online radicalisation.
Thread
1/n pic.twitter.com/vzjXM360q3— Alishan Jafri (@alishan_jafri) November 4, 2024
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଯେଉଁ ସମୟରେ ପୋଲିସ ଏବଂ NIA ଦେଶବାସୀଙ୍କୁ ଏପରି ଅପରାଧର ସାମ୍ରାଜ୍ୟରେ ଯୋଗଦେବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି, ସେପରି ସମୟରେ ସୋସିଆଲ ମିଡିଆରେ ଏହି ପରି ପ୍ଲାଟଫର୍ମ ସେମାନଙ୍କ ନାମକୁ ବ୍ୟବହାର କରି ପ୍ରବଳ ଟଙ୍କା ରୋଜଗାର କରୁଛନ୍ତି । ଏହା ସହ ସେ ଆହୁରି ମଧ୍ୟ କେତେକ ବାସ୍ତବ ଜୀବନର ଉଦାହରଣ ଦେଇ କହିଥିଲେ, ଦେଓରିଆର ମାତ୍ର ୧୫ ବର୍ଷର ବାଳକ, ଯିଏ ଗ୍ୟାଙ୍ଗଷ୍ଟର ବିଷୟବସ୍ତୁ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ବନ୍ଧୁଙ୍କୁ ହତ୍ୟା କରିଥିଲା ।
Online Shoppingଜାଫ୍ରିଙ୍କ କହିବା ଅନୁସାରେ ଦିଲ୍ଲୀର ତିନିଜଣ ଯୁବକ ‘ବଦନାମ୍ ଗ୍ୟାଙ୍ଗ’ ନାମରେ ଏକ ଗୋଷ୍ଠୀ ଗଠନ କରିଥିଲେ ଏବଂ ଡନ୍ ହେବାକୁ ଲକ୍ଷ୍ୟ ରଖିଥିଲେ । ଏହା ସହ ସେମାନେ କାହାକୁ ହତ୍ୟା କରି ଇନଷ୍ଟାଗ୍ରାମରେ ଭାଇରାଲ ହେବାକୁ ମଧ୍ୟ ଯୋଜନା କରିଥିଲେ । ତେବେ ମେଶୋ ତରଫରୁ ଟି-ସାର୍ଟ ବିକ୍ରି କରାଯିବାକୁ ନେଇ ଚାରିଆଡ଼େ ବିରୋଧର ସ୍ୱର ଉଠିଛି । ଏହାକୁ ବଏକଟ୍ କରିବାକୁ ସୋସିଆଲ ମିଡିଆରେ ଦାବି ହେଉଛି । ମେଶୋ ଗ୍ୟାଙ୍ଗଷ୍ଟରଙ୍କୁ ଭଲ ପାଏ ତେଣୁ ଏହାର ଉତ୍ପାଦକୁ ବର୍ଜନ କରିବାକୁ ସାଧାରଣରେ ଦାବି ହୋଇଛି । ଅନ୍ୟ ଜଣେ ବ୍ୟକ୍ତି ଏହାକୁ ନେଇ ଲେଖିଛନ୍ତି, ଏହି ଗ୍ୟାଙ୍ଗଷ୍ଟର ସଂସ୍କୃତି ଭାରତକୁ ଧ୍ୱଂସ କରିବ ।
କୁଖ୍ୟାତ ଭାରତୀୟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ବିଗତ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା କରିବା ପରେ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦେଇଛି ଲରେନ୍ସ । ଗତ ମାସରେ ଏନସିପି ନେତା ବାବା ସିଦ୍ଦିକଙ୍କୁ ହତ୍ୟା ମଧ୍ୟ କରିଛି ଏହା ଗ୍ୟାଙ୍ଗ ।
ଚାରିଆଡ଼ୁ ଏପରି ବିରୋଧର ସ୍ୱର ଉଠିବା ପରେ ମେଶୋ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ଉକ୍ତ ଟି-ସାର୍ଟକୁ ୱେବସାଇଟରୁ ହଟାଇ ଦିଆଯାଇଛି । ଉତ୍ପାଦଗୁଡିକୁ ନିଷ୍କ୍ରିୟ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି । ମେଶୋ ସମସ୍ତ ଉପଭୋକ୍ତାଙ୍କ ପାଇଁ ଏକ ନିରାପଦ ଓ ବିଶ୍ୱସ୍ତ ସପିଂ ପ୍ଲାଟଫର୍ମ ବୋଲି ଏହାର ମୁଖପାତ୍ର କହିଛନ୍ତି । ତଥାପି, ଫ୍ଲିପକାର୍ଟ ପରି ଅନ୍ୟ ଇ-କମର୍ସ ପ୍ଲାଟଫର୍ମରେ ଲରେନ୍ସ ଟି-ସାର୍ଟ ବିକ୍ରି ପାଇଁ ଉପଲବ୍ଧ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)