Advertisment

Trump warns Iran: ଆମେରିକା ଏପରି ଆକ୍ରମଣ କରିବ ଇରାନ ପୂର୍ବରୁ କେବେ ଦେଖିନଥିବ: ଟ୍ରମ୍ପଙ୍କ ଚେତାବନୀ

ଆମେରିକା ଉପରକୁ ଆକ୍ରମଣ ପାଇଁ ଇରାନ ଧମକ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି । ଯଦି ଆମେରିକା ଉପରକୁ ଆକ୍ରମଣ ହୁଏ, ତାହାଲେ ଆମେରିକା ସେନା ତା’ର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇ ଇରାନ ଉପରେ ଆଟାକ କରିବ ବୋଲି ଟ୍ରମ୍ପ କହିଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Trump warns Iran

Trump warns Iran

ମଧ୍ୟପ୍ରାଚ୍ୟର ଦୁଇ ରାଷ୍ଟ୍ର ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଘନଉଥିବା ବେଳେ ଇସ୍ରାଏଲର ଆକ୍ରମଣରେ ଇରାନର ବ୍ୟାପକ କ୍ଷୟକ୍ଷତି ହେଲାଣି । ତେବେ ଏହି ରାଷ୍ଟ୍ର ଦ୍ୱୟ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକାକୁ ମଝିକୁ ଟାଣିଛିି ଇରାନ । ଇରାନ ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିବା ପାଇଁ ଧମକ ଦେବା ପରେ ଆମେରିକା ମଧ୍ୟ ଦୃଢ ଏହାର ଜବାବ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ଆମେରିକା ଉପରେ କୌଣସି ପ୍ରକାର ଆକ୍ରମଣ କରେ, ତାହାଲେ ତାର ଭୟଙ୍କର ପରିମାଣ ଭୋଗିବାକୁ ପଡିବ ଇରାନକୁ । ଆମେରିକାର ସଶସ୍ତ୍ରବାହିନୀ ଇରାନ ଉପରେ ସମ୍ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟର ଲଢେଇ କରିବ, ଯାହା ଇରାନ କେବେ ଦେଖିନଥିବ । 
ରାଜଧାନୀ ତେହରାନରେ ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟ ଓ ବୁସେହର ପ୍ରଦେଶରେ ଥିବା ଦକ୍ଷିଣ ପାର୍ସ ଗ୍ୟାସ ଫିଲ୍ଡ ସହ ଜଡିତ ପ୍ରାକୃତିକ ଗ୍ୟାସ ପ୍ରକ୍ରିୟାକରଣ ୟୁନିଟ ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଆସିଛି ।

Advertisment

ଇରାନ କହିଥିଲା ଯେ,  ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଯଦି ଇସ୍ରାଏଲ ଉପରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରନ୍ତି ଏବଂ ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନକୁ ଅଟକାନ୍ତି, ତାହାଲେ ଏହି ଦେଶ ଗୁଡିକର ସାମରିକ ଘାଟି ଗୁଡିକୁ ଛଡାଯିବ ନାହିଁ । ସେମାନଙ୍କ ସାମରିକ ଘାଟି ଉପରେ ଆକ୍ରମଣ କରାଯିବ । ଇସ୍ରାଏଲ ଓ ଇରାକରେ ଥିବା ଏହି ତିନୋଟି ଦେଶର ସାମରିକ ଘାଟିରୁ ଇରାନର ଡ୍ରୋନ ଓ ମିସାଇଲକୁ ରୋକିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଥିଲା ଇରାନ ।

ଅଧିକ ପଢନ୍ତୁ: କେବେଠୁ ଆରମ୍ଭ ଇରାନ-ଇସ୍ରାଏଲ ଶତ୍ରୁତା ? ଦୁଇ ମିତ୍ର ରାଷ୍ଟ୍ର କିପରି ପାଲଟିଗଲେ ପରମ ଶତ୍ରୁ ?

Advertisment

ଇରାନ ଉପରେ ରାତିତମାମ ଇସ୍ରାଏଲର ଏହି ଆକ୍ରମଣରେ ଆମେରିକାର କୌଣସି ସମ୍ପୃକ୍ତି ନଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ବନ୍ଦ କରିବା ପାଇଁ ସହଜରେ ଚୁକ୍ତି କରି ପାରିବେ ବୋଲି ଟ୍ରମ୍ପ କହିଛନ୍ତି । ଅନ୍ୟପଟେ ତେହରାନ ଓ ୱାଶିଂଟନ ମଧ୍ୟରେ ହେବାକୁ ଥିବା ନ୍ୟୁକ୍ଲିୟର ଆଲୋଚନାକୁ ବାତିଲ କରିଛି ଇରାନ ।

ରବିବାର ଇସ୍ରାଏଲର ଉପକୂଳବର୍ତ୍ତୀ ସହର ବାତ ୟାମର ମେୟର କହିଛନ୍ତି, ରାତିତମାମ ଇରାନର ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଇସ୍ରାଏଲର ଆମ୍ବୁଲାନ୍ସ ସେବା କହିଛି, ସଦ୍ୟତମ ଆକ୍ରମଣରେ ଇସ୍ରାଏଲର ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ୧୦ ବର୍ଷୀୟ ନାବାଳକ ଅଛି । ୧୪୦ରୁ ଅଧିକ ଆହତ ହୋଇଥିବା ବେଳେ ଏଯାବତ୍ କେତେ କୋଠା କ୍ଷତିଗ୍ରସ୍ତ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ ।

ଇସ୍ରାଏଲର ମିସାଇଲ ଆକ୍ରମଣରେ ୬୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ ୨୯ ଜଣ କେବଳ ଛୋଟ ପିଲା ଅଛନ୍ତି ବୋଲି ଇରାନର ଜଣେ ଅଧିକାରୀ କହିଛନ୍ତି । ପୂର୍ବରୁ ଉତ୍ତର ଇସ୍ରାଏଲର ପୃଥକ ଆକ୍ରମଣରେ ତିନି ମହିଳାଙ୍କର ମୃତ୍ୟୁ ହୋଇଥିଲା ।

ଅଧିକ ପଢନ୍ତୁ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଘନଘଟା, 'ଅପରେସନ ରାଇଜିଂ ଲାୟନ' ବିରୋଧରେ ଇରାନର 'ଟ୍ରୁ ପ୍ରୋମିଜ୍-୩'

Israel US President Donald Trump
Advertisment
Advertisment