Advertisment

Scams: ସଂଗୀନ ଅଭିଯୋଗ: ମାସିକ ୧୦୦୦ ଟଙ୍କା ଭତ୍ତା ନେଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି। !

ସରକାରୀ ଯୋଜନାର ଲାଭ ଉଠାଇଛନ୍ତି ସନ୍ନି ଲିଓନି। ଛତିଶଗଡ଼ର ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି ଅଭିନେତ୍ରୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ !

author-image
Sujit kumar Swain
ଅଦ୍ୟତନ ହୋଇଛି
Sunny Leone

Sunny Leone

ମାସିକ ୧୦୦୦ ଟଙ୍କା ଭତ୍ତା ନେଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି। ସରକାରୀ ଯୋଜନାର ଲାଭ ଉଠାଇଛନ୍ତି ସନ୍ନି ଲିଓନି। ଛତିଶଗଡ଼ର ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି ଅଭିନେତ୍ରୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ! ଏମିତିକି ସନ୍ନି ଲିଓନିଙ୍କ ସ୍ବାମୀଙ୍କ ନାମ ଜନି ସିନ୍ସ ଓ ଘର ଠିକଣା ଛତିଶଗଡ଼ ବସ୍ତରର ତାଲୁର ଅଞ୍ଚଳରେ ବୋଲି ଲେଖାଯାଇଛି। ସନ୍ନି ଲିଓନିଙ୍କ ନାଁରେ ପ୍ରତି ମାସରେ ଟଙ୍କା ଉଠାଉଥିଲେ ଠକ। ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଏବେ ଫ୍ରିଜ୍‌ କରାଯିବା ସହ ତାଙ୍କ ନାଁରେ ମାମଲା ରୁଜୁ ମଧ୍ୟ କରାଯାଇଛି। 

Advertisment

ପ୍ରକୃତରେ ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଦେଉଛନ୍ତି। ଏଥିରେ ପାଖାପାଖି ୭୦ ଲକ୍ଷରୁ ଅଧିକ ହିତାଧିକାରୀ ଲାଭ ପାଉଛନ୍ତି।  ତେବେ ଏହାର ଲାଭ ଉଠାଇବା ପାଇଁ ଜଣେ ବ୍ୟକ୍ତି ସନ୍ନି ଲିଓନିଙ୍କ ନାଁରେ ଏକ ଫେକ୍‌ ଆକାଉଣ୍ଟ ଖୋଲିଥିଲେ। ଏଥିରେ ତାଙ୍କ ସ୍ୱାମୀଙ୍କ ନାମ ଜନି ସିନ୍ସ ମଧ୍ୟ ରଖିଥିଲେ, ଯିଏକି ଜଣେ ଆଡଲ୍ଟ ଷ୍ଟାର୍‌।

ଅଧିକ ପଢ଼ନ୍ତୁ: ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା; ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରିବ ଇସ୍ରୋ

Advertisment

କେବଳ ସେତିକି ନୁହେଁ ଅଭିଯୁକ୍ତ ଜଣକ ଜାଲିଆତି କରି ଜଣେ ମହିଳାଙ୍କ ଆଧାର କାର୍ଡ ନେଇଯାଇଥିଲେ ଏବଂ ଏହି ଆକାଉଣ୍ଟକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଯୋଡିଥିଲେ। ଏହିପରି ଅଭିଯୁକ୍ତ ପ୍ରତି ମାସରେ ୧୦୦୦ ଟଙ୍କା ପାଇବା ଆରମ୍ଭ କରିଥିଲେ। ଛତିଶଗଡରେ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଏବଂ ଅବହେଳା ଯୋଗୁଁ ୧୦,୦୦୦ ଟଙ୍କାର ଲାଭ ମଧ୍ୟ ଉଠାଇଥିଲେ। ଏହାର ଖୁଲାସା ପରେ ପୋଲିସ ତାଙ୍କ ଆକାଉଣ୍ଟକୁ ସିଜ୍‌ କରିଛି।

ଅଭିଯୁକ୍ତ ଜଣକ ହେଲେ ବସ୍ତର ଜିଲ୍ଲାର ତାଲୁର ଗାଁ ବାସିନ୍ଦା ବିରେନ୍ଦ୍ର ଯୋଶୀ। ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବସ୍ତର କଲେକ୍ଟର ହରିସ୍ ଏସ ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ଅଧିକାରୀମାନଙ୍କୁ ମହତାରି ବନ୍ଦନ ଯୋଜନାରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଏବଂ ଏଫ୍ଆଇଆର୍‌ ରୁଜୁ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟ ରବିବାର ବିରେନ୍ଦ୍ର ଯୋଶୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏପଟେ ଛତିଶଗଡ କଂଗ୍ରେସ କମିଟି ସଭାପତି ଦୀପକ ବାଇଜ ଏହି ଅନିୟମିତତା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ୭୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୫୦ ଲକ୍ଷରୁ ଅଧିକ ଅଣ ହିତାଧିକାରୀ ରହିଛନ୍ତି । ଯେଉଁଥିରେ ମୃତ ମହିଳା ଏବଂ ଯେଉଁମାନେ ନିଜ ଗାଁ ଛାଡିଛନ୍ତି ସେମାନଙ୍କୁ ମଧ୍ୟ ଟଙ୍କା ମିଳୁଛି ବୋଲି ଅଭିଯୋଗ କରିଛନ୍ତି। 

ଅଧିକ ପଢ଼ନ୍ତୁ: ମହାକାଶରେ ଆଉ ଏକ କୀର୍ତ୍ତିମାନ ଅପେକ୍ଷାରେ ଭାରତ; ପରୀକ୍ଷାମୂଳକ ଇନ୍-ସ୍ପେସ୍ ଡକିଂ କରିବ ଇସ୍ରୋ 

Sunny Leone
Advertisment
Advertisment