Advertisment

India's Defense Stance: ପାକ୍‌କୁ ରାଜନାଥଙ୍କ କଡ଼ା ଚେତାବନୀ; ଆଲୋଚନା ଚାହୁଁଛ, ହାଫିଜ-ମାସୁଦକୁ ଆମକୁ ଦିଅ

ଯଦି ଆଲୋଚନା ଚାହୁଁଛ ତେବେ ପ୍ରଥମେ ହାଫିଜ-ମାସୁଦକୁ ଭାରତକୁ ହସ୍ତାନ୍ତର କର। ନିଜ ମାଟିରେ ଚାଲିଥିବା ଆତଙ୍କବାଦୀ ଫ୍ୟାକ୍ଟ୍ରିକୁ ବନ୍ଦ କର । ଆଇଏନଏସ ବିକ୍ରାନ୍ତରୁ ଆଜି ପାକିସ୍ତାନକୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

author-image
Tapaswini Nayak
ଅଦ୍ୟତନ ହୋଇଛି
Rajnath

Rajnath

ଯଦି ଆଲୋଚନା ଚାହୁଁଛ ତେବେ ପ୍ରଥମେ ହାଫିଜ-ମାସୁଦକୁ ଭାରତକୁ ହସ୍ତାନ୍ତର କର। ନିଜ ମାଟିରେ ଚାଲିଥିବା ଆତଙ୍କବାଦୀ ଫ୍ୟାକ୍ଟ୍ରିକୁ ବନ୍ଦ କର । ଆଇଏନଏସ ବିକ୍ରାନ୍ତରୁ ଆଜି ପାକିସ୍ତାନକୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥ ଆହୁରି କହିଛନ୍ତି, ଆତଙ୍କବାଦୀ ସୟିଦ ହାଫିଜ୍ ଓ ମାସୁଦ ଆଜହର କେବଳ ଭାରତ ନୁହେଁ, ଜାତିସଂଘର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ।

Advertisment

ଅଧିକ ପଢ଼ନ୍ତୁ: `ଭାରତ ଚାହିଁଥିଲେ ପାକିସ୍ତାନରେ ଆହୁରି ଧ୍ବଂସଲୀଳା ରଚିପାରିଥାନ୍ତା, କିନ୍ତୁ...'

ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର୍ ରାଣାକୁ ନିକଟରେ ଭାରତ ଅଣାଗଲା । ହାଫିଜ ଓ ମାସୁଦକୁ ବି ଭାରତକୁ ପାକିସ୍ତାନ ହସ୍ତାନ୍ତର କରୁ । ଅପରେସନର ସିନ୍ଦୂରର ସଫଳତା ବଖାଣିବା ସହ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ ରାଜନାଥ କହିଛନ୍ତି, ନୀରବ ମୁଦ୍ରାରେ ରହି ବି ପାକିସ୍ତାନକୁ ଆଣ୍ଠେଇ ଦେଲା ଭାରତୀୟ ନୌସେନା। ଯଦି ଆକ୍ସନ ଦେଖାଇଥାନ୍ତା ତେବେ ପାକିସ୍ତାନରେ ସୁନାମୀ ଆସିଥାନ୍ତା। ଭାରତର ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ, ଆକ୍ରମଣ ବନ୍ଦ କରିବାକୁ ନିବେଦନ କଲା ପାକିସ୍ତାନ ।

Advertisment

କେବଳ ଭାରତର ପ୍ରସ୍ତୁତି ଦେଖି ପାକିସ୍ତାନ ଛାନିଆ ହୋଇଯାଇଥିଲା । ଅପରେସନ ସିନ୍ଦୂର ଏବେ ବି ଶେଷ ହୋଇନି, କେବଳ ସ୍ଥଗିତ ରଖାଯାଇଛି । ଯଦି ପୁଣି ଥରେ ପାକିସ୍ତାନ ସମାନ ଭୁଲ୍ କରେ, ଆହୁରି କଡ଼ା ଜବାବ ଦିଆଯିବ।

ଅପରେସନ୍ ସିନ୍ଦୂର ବେଳେ ଆରବ ସାଗରରେ ଭାରତର ସୁରକ୍ଷା କବଚ ଭାବରେ ଠିଆ ହୋଇଥିଲା INS ବିକ୍ରାନ୍ତ। ଆଜି ନୌବୀରଙ୍କୁ ଭେଟି ସେମାନଙ୍କର ମନୋବଳ ବଢ଼ାଇବା ସହ ଆଲୋଚନା କରିଛନ୍ତି ରାଜନାଥ ସିଂହ।

ଅଧିକ ପଢ଼ନ୍ତୁ: ଭାରତ-ପାକ୍ ସୀମାରେ ହୁମା କୁରେଶି; ବଢାଇଲେ BSF ଯବାନଙ୍କ ମନୋବଳ

Rajnath Singh Pakistan Operation Sindoor
Advertisment
Advertisment