Mini Taj Mahal
ପ୍ରେମର ଆଉ ଏକ ପ୍ରତୀକ । ନୂଆ ଏକ ତାଜମହଲ । ଉତ୍ତରପ୍ରଦେଶର ଆଗ୍ରା ନୁହେଁ, ବରଂ ଏହି ତାଜମହଲ ହୋଇଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଏଠାରେ ମମତାଜ ଆଉ ଶାହଜହାନଙ୍କ ସ୍ଥାନ ନେଇଛନ୍ତି ଆନନ୍ଦ ଚୌକସୀ ଏବଂ ତାଙ୍କ ଧର୍ମପତ୍ନୀ । ବାସ୍ ଫରକ ଏତିକି, ସେ ତାଜମହଲ ପର୍ଯ୍ୟଟନସ୍ଥଳୀ ଆଉ ଏହି ତାଜମହଲ ହେଉଛି ବାସଭବନ । ସେ ମମତାଜଙ୍କ ବିୟୋଗ ପରେ ତାଙ୍କ ସ୍ମୃତିରେ ଶାହଜହାନ ସମାଧିସ୍ଥଳ ଭାବେ ତାଜମହଲ ନିର୍ମାଣ କରିଥିଲେ । ଆଉ ଏ ଶାହଜହାନ ଅର୍ଥାତ୍ ଆନନ୍ଦ ଚୌକସୀ ଧର୍ମପତ୍ନୀଙ୍କୁ ବାସଭବନ ଭାବେ ତାଜମହଲ ଗିଫ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ତାଜମହଲର ଅବିକଳ ପ୍ରତିକୃତି ଭାବେ ନିର୍ମାଣ ହୋଇଛି ଏକ ବାସଗୃହ । ଯାହାକି ବୁରାହନପୁରରେ ଏକ ବିଦ୍ୟାଳୟ ପରିସରରେ ଅବସ୍ଥିତ । ଏହି ବିଦ୍ୟାଳୟର ପ୍ରତିଷ୍ଠାତା ହେଉଛନ୍ତି ନିଜେ ଆନନ୍ଦ ଚୌକସୀ । ଆନନ୍ଦ ଜଣେ ବ୍ୟବସାୟୀ ଓ ସେ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଅବିକଳ ତାଜମହଲ ଢାଞ୍ଚାରେ ଏହି ଘର ନିର୍ମାଣ କରିଛନ୍ତି । ଏହା ୪ ବିଏଚକେ ଘର ହୋଇଥିବାବେଳେ ସବୁଆଡ଼େ ମାର୍ବଲ ଲାଗିଛି । ଏହି ତାଜମହଲର ଭିଡିଓ ଇନଷ୍ଟାଗ୍ରାମରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ତାଜମହଲଟିର ଭିଡିଓ ପ୍ରିୟମ ସାରସ୍ୱତ ନାମକ ଜଣେ ବ୍ଲଗର ପୋଷ୍ଟ କରିଛନ୍ତି । ପ୍ରିୟମ ଏ ବିଷୟରେ ବ୍ୟବସାୟୀ ଆନନ୍ଦ ଚୌକସୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।
ଏହା ତାଜମହଲର ରେପ୍ଲିକା କି? ବୋଲି ପଚାରିଛନ୍ତି ପ୍ରିୟମ । ଏହାର ଉତ୍ତରରେ ସ୍ମିତହାସ୍ୟ ସହ ହଁ କହିଛନ୍ତି ଦମ୍ପତି । ଏହା ପତ୍ନୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କି ନାହିଁ ବୋଲି ପଚାରିବାରୁ ଶତ ପ୍ରତିଶତ ସମର୍ପିତ ବୋଲି ଉତ୍ତର ରଖିଛନ୍ତି ଆନନ୍ଦ ଚୌକସୀ । ସବୁ ଦିନ ପାଇଁ ଆମ ଦୁଇଜଣଙ୍କ ମଧ୍ୟରେ ଥିବା ଭଲପାଇବା ଏମିତି ସତେଜ ରହିବ ବୋଲି ସେ କହିଛନ୍ତି ।
ଦମ୍ପତିଙ୍କ କହିବା ଅନୁସାରେ, ଏହି ବିଲ୍ଡିଂ ମକ୍ରାନା ମାର୍ବଲରେ ନିର୍ମାଣ କରାଯାଇଛି । ଯାହାକି ପ୍ରକୃତ ତାଜମହଲ ନିର୍ମାଣ ବେଳେ ମଧ୍ୟ ବ୍ୟବହାର କରାଯାଇଥିଲା । ଆଗ୍ରାରେ ଥିବା ପ୍ରକୃତ ତାଜମହଲଠାରୁ ଏହା ଆକୃତିର ଛୋଟ ଥିଲେ ବି ଭଲପାଇବାର ପ୍ରତିକୃତି ପାଇଁ ଚର୍ଚ୍ଚାରେ ଏହି ଦମ୍ପତି । ଏହି ମିନି ତାଜମହଲ ନିର୍ମାଣ ପାଇଁ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଅଧିକ ପଢନ୍ତୁ: ସୁଧା ମୂର୍ତ୍ତିଙ୍କୁ କେମିତି ପ୍ରେମ ନିବେଦନ କରିଥିଲେ ନାରାୟଣ, କେମିତି ଥିଲା ସେଦିନର ଯାତ୍ରା...
100 Killed By Gunmen: ଗୁଳି କଲାପରେ ଜୀଅନ୍ତା ଜାଳିଦେଲେ ବନ୍ଧୁକଧାରୀ: ଶତାଧିକ ମୃତ, ଅନେକ ନିଖୋଜ
Air India To Stop Flight Number 171: ଆଉ ଉଡିବନି AI-171, ଏଣିକି ଲଣ୍ଡନକୁ ଯିବ ଏହି ଫ୍ଲାଇଟ

Investigation team to submit report within 3 months: ବିମାନ ଦୁର୍ଘଟଣା: ୩ ମାସ ଭିତରେ ତଦନ୍ତ ରିପୋର୍ଟ ଦେବ ତଦନ୍ତକାରୀ ଟିମ୍; ବ୍ଲାକ ବକ୍ସର ଡାଟା ଡି-କୋଡିଂ ଆରମ୍ଭ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)