Advertisment

Pinaki Mishra and Mahua Moitra Wedding: ପିନାକୀ ମିଶ୍ର ଓ ମହୁଆ ମୋଇତ୍ରାଙ୍କ ବିବାହ, ୱେଡିଂ ଡେଷ୍ଟିନେସନ ଜର୍ମାନୀ

ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ଥିଲା । ଏହି ବନ୍ଧୁତା ଏବେ ବିବାହରେ ପରିଣତ ହୋଇଛି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Pinaki Mishra

Pinaki Mishra

ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ଥିଲା । ଏହି ବନ୍ଧୁତା ଏବେ ବିବାହରେ ପରିଣତ ହୋଇଛି । ଗତ ମେ ମାସ ୩ ତାରିଖରେ ଜର୍ମାନୀରେ ଏହି ବିବାହ ସଂପନ୍ନ ହୋଇଥିବାର ଚର୍ଚ୍ଚା ହେଉଛି ।

Advertisment

ସୋସିଆଲ୍ ମିଡିଆରେ ଦୁଇ ଜଣଙ୍କର ଫଟୋ ଭାଇରାଲ୍ ହେଉଛି । ତେବେ ପିନାକୀ ମିଶ୍ର କିମ୍ୱା ମହୁଆଙ୍କ ପକ୍ଷରୁ ଏ ନେଇ କିଛି କୁହାଯାଇନାହିଁ । ଏହି ବିବାହ ଉତ୍ସବରେ ହାତ ଗଣତି ଲୋକଙ୍କୁ ଡକାଯାଇଥିବା ଚର୍ଚ୍ଚା ହେଉଛି । ପିନାକୀ ହେଉଛନ୍ତି ପୁରୀର ପୂର୍ବତନ ଲୋକସଭା ସାଂସଦ । ପିନାକୀଙ୍କ ବୟସ ୬୫ ବର୍ଷ ଓ ମହୁଆଙ୍କ ବୟସ ୫୦ ବର୍ଷ ।

ଓଡିଶାରେ ଏକ ପ୍ରତିଷ୍ଠିତ ପରିବାରରେ ପିନାକୀଙ୍କ ଜନ୍ମ । ତାଙ୍କ ପ୍ରଥମ ପତ୍ନୀଙ୍କ ଘର ଦିଲ୍ଲୀରେ ।  ପିନାକୀଙ୍କ ସହ ମହୁଆ ଅନେକ ଥର ପୁରୀ ଆସିଛନ୍ତି ବୋଲି ତାଙ୍କର ଜଣେ ସମର୍ଥକ କହିଛନ୍ତି । ଦୁଇ ଜଣ ଯାକ ଏକାଠି ଯାଇ ବହୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରିଛନ୍ତି ।ପିନାକୀଙ୍କ ସହ ତାଙ୍କ ପ୍ରଥମ ପତ୍ନୀଙ୍କର ଡିଭୋର୍ସ ହୋଇଥିବା ତାଙ୍କର ଜଣେ ସମର୍ଥକ କହିଛନ୍ତି । ସେହିପରି ମହୁଆଙ୍କର ମଧ୍ୟ ତାଙ୍କ ପ୍ରଥମ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ହୋଇସାରିଛି । 

Advertisment

ଅଧିକ ପଢ଼ନ୍ତୁ: ମହୁଆ ମୈତ୍ରଙ୍କ ସହ ସାଂସଦ ପିନାକୀଙ୍କ ଅଛି କି ସଂପର୍କ ?

Pinaki Mishra Weddings
Advertisment
Advertisment