Advertisment

School Principal Forces Girls To Remove Shirts: ଲଜ୍ଜାଜନକ ଘଟଣା; ସ୍କୁଲରେ ୮୦ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଲେ ପ୍ରିନ୍ସିପାଲ୍ !

ବିନା ସାର୍ଟରେ ଘରକୁ ଫେରିଲେ ୮୦ ଜଣ ଛାତ୍ରୀ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଝାଡ଼ଖଣ୍ଡ ଧାନବାଦର ଏକ ଘରୋଇ ସ୍କୁଲରେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
School Principal Forces Girls To Remove Shirts:

School Principal Forces Girls To Remove Shirts:

ସ୍କୁଲରେ ୮୦ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଲେ ପ୍ରିନ୍ସିପାଲ୍ । ବିନା ସାର୍ଟରେ ଘରକୁ ଫେରିଲେ ୮୦ ଜଣ ଛାତ୍ରୀ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଝାଡ଼ଖଣ୍ଡ ଧାନବାଦର ଏକ ଘରୋଇ ସ୍କୁଲରେ ।

Advertisment

ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀର ଛାତ୍ରୀଙ୍କୁ ପ୍ରିନ୍ସିପାଲଙ୍କ ଏଭଳି କୁତ୍ସିତ ଦଣ୍ଡ ଭୋଗିବାକୁ ପଡ଼ିଛି । ଦଶମ ପରୀକ୍ଷା ସରିବା ପରେ ସାଙ୍ଗସାଥିଙ୍କୁ ବିଦାୟ ଜଣାଇବାକୁ ହେଉଥିଲା ପେନ୍ ଡେ ସେଲିବ୍ରେସନ୍। ପରସ୍ପରର ସାର୍ଟରେ ଫେରୱେଲ୍ ମେସେଜ୍ ବା ବିଦାୟକାଳୀନ ବାର୍ତ୍ତା ଲେଖିଥିଲେ ଛାତ୍ରୀମାନେ । ସ୍କୁଲର ପ୍ରିନ୍ସିପାଲ ଏହାକୁ ଦେଖି ଉତକ୍ଷିପ୍ତ ହେବା ସହ ସେମାନଙ୍କୁ ସାର୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ରୀମାନେ ଭୁଲ୍ ମାଗିବା ପରେ ବି ଶାନ୍ତ ପଡ଼ିନଥିଲେ ପ୍ରିନ୍ସିପାଲ୍ ।

ଅଧିକ ପଢ଼ନ୍ତୁ: ପୂର୍ବତନ ବିଧାୟକଙ୍କ କୁମ୍ଭୀର ପ୍ରେମ ! ଘରେ ପାଳିଥିଲେ ୪କୁମ୍ଭୀର, IT ରେଡ୍ ବେଳେ ଉଦ୍ଧାର

Advertisment

ଏହାପରେ ୮୦ ଜଣ ଛାତ୍ରୀ ବିନା ସାର୍ଟରେ କେବଳ ବ୍ଲେଜର ପିନ୍ଧି ଘରକୁ ଫେରିଥିବା ଅଭିଯୋଗ ହୋଇଛି । ଅଭିଭାବକ ମାନଙ୍କ ଅଭିଯୋଗ ପରେ ଏଭଳି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଏକ ତଦନ୍ତ କମିଟି ବି ଗଠନ କରାଯାଇଛି ।

ଏଭଳି ଅବସ୍ଥାରେ ଘରକୁ ଛାତ୍ରୀମାନେ ଯାଇ ବାପା ମାଆଙ୍କ ନିକଟରେ କାନ୍ଦିଥିଲେ। ଜଣେ ଛାତ୍ରୀଙ୍କର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଖୁବ ଭାଇରାଲ ହେଉଛି। ଯେଉଁଥିରେ ସେଦିନ ତାଙ୍କ ସହ ହୋଇଥିବା ବ୍ୟବହାରକୁ କାନ୍ଦି କାନ୍ଦି ବଖାଣିଛନ୍ତି ଛାତ୍ରୀ ଜଣକ। ଏହି ଘଟଣା ପରେ ଅଭିଭାବକମାନେ ଡେପୁଟି କମିଶନରଙ୍କ ନିକଟକୁ ଯାଇ ଘରୋଇ ସ୍କୁଲର ପ୍ରିନ୍ସିପାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସ୍ଥାନୀୟ ବିଧାୟିକା ରାଗିଣୀ ସିଂହ ମଧ୍ୟ ଅଭିଭାବକମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ସେ ଏହି ଘଟଣାକୁ ଦୁର୍ଭାଗ୍ୟ ଓ ଲଜ୍ଜ୍ୟାଜନକ ବୋଲି କହିଛନ୍ତି।

ଅନ୍ୟପଟେ ଡେପୁଟି କମିଶନର ମାଧବୀ ମିଶ୍ରା ଏ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି। ସେ ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି। ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଅଭିଭାବକମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ ଜଣେ ମହିଳା ଭାବେ ବଢ଼ିଲା ଝିଅମାନଙ୍କ ପ୍ରତି ଏଭଳି ବ୍ୟବହାର ଦେଖି ମୁଁ ଆଶ୍ଚର୍ଯ୍ୟ। ଏହି ଘଟଣାରେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ।

ଅଧିକ ପଢ଼ନ୍ତୁ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍‌ ବିଧାୟକ, ପରିବାର ଲୋକେ କହିଲେ....

Principal Jharkhand School Girls
Advertisment
Advertisment