• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ । ପଞ୍ଜାବର ପଶ୍ଚିମ ଲୁଧିଆନାର AAP ବିଧାୟକ ଗୁରୁପ୍ରୀତ ବସ୍ପି ଗୋଗୀ ନିଜକୁ ଗୁଳି କରିଛନ୍ତି । ଗୁଳିମାଡ଼ ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ଶୁକ୍ରବାର ରାତି ପ୍ରାୟ ୧୧ଟା ୩୦ରେ ହୋଇଥିଲା । ସୂଚନା ଅନୁଯାୟୀ, ଗୁଳିଟି ଆପ୍‌ ବିଧାୟକଙ୍କ ମୁଣ୍ଡରେ ବାଜିଥିଲା । ଘର ଭିତରୁ ବନ୍ଧୁକ ଫାୟାରିଂ ଶବ୍ଦ ଶୁଣିବା ମାତ୍ରେ ପରିବାର ସଦସ୍ୟ କୋଠରୀକୁ ଯାଇ ଦେଖିଲେ ଯେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି । ଯାହା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ । ପୋଲିସ କହିଛି ଯେ ଯେତେବେଳେ ଘଟଣାଟି ଘଟିଥିଲା, ବିଧାୟକ ତାଙ୍କ କୋଠରୀରେ ଏକା ଥିଲେ । ଗୁରୁପ୍ରୀତ ଗୋଗୀ ତାଙ୍କ ପାଖରେ ଥିବା ଲାଇସେନ୍ସପ୍ରାପ୍ତ ପିସ୍ତଲ ସଫା କରିବା ସମୟରେ ଦୁର୍ଘଟଣାବଶତଃ ଗୁଳି ତାଙ୍କ ମୁଣ୍ଡରେ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ନିର୍ବାଚନ: ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକେଟ୍‌ ଘୋଷଣା କରିପାରେ ବିଜେପି

ଲୁଧିଆନା ଡିସିପି ଜସକରଣ ସିଂହ ତେଜା କହିଛନ୍ତି, ପରିବାର ଏବଂ ଘରେ ଉପସ୍ଥିତ ଲୋକଙ୍କ ଅନୁସାରେ, ଗୁରପ୍ରୀତ ଗୋଗୀଙ୍କ ମୁଣ୍ଡରେ ଗୁଳି ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଶନିବାର ମୃତଦେହର ପୋଷ୍ଟମର୍ଟମ କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି ।

ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ ପରେ ପଞ୍ଜାବର ଆପ୍‌ ଅଧ୍ୟକ୍ଷ ତଥା ମନ୍ତ୍ରୀ ଅମନ ଅରୋଡା କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଖବର । ସେ ବେଶ୍‌ ଭଲ ଓ ହୃଦୟବାନ ବ୍ୟକ୍ତି ଥିଲେ । ଆଜି ସେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ। ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଦୁଃଖିତ।

ସୂଚନା ଅନୁସାରେ ଗୁରୁପ୍ରୀତ ଗୋଗି ୨୦୨୨ ମସିହାରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ସେ ଲୁଧିଆନା ବିଧାନସଭା ନିର୍ବାଚନରେ ​​ଦୁଇଥର ପୂର୍ବତନ କଂଗ୍ରେସ ବିଧାୟକ ଭରତ ଭୂଷଣ ଆଶୁଙ୍କୁ ପରାସ୍ତ କରିଥିଲେ ।

ଅଧିକ ପଢ଼ନ୍ତୁ: HMPVରେ ଆକ୍ରାନ୍ତ ହେଉଛନ୍ତି ବୟସ୍କ ଓ ଶିଶୁ; ଜାଣନ୍ତୁ ଏହାର ଲକ୍ଷଣ...

OTV is now on Whatsapp

Join and get latest news update delivered to you via whatsapp

Join Now