• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମନ୍ତ୍ରୀଙ୍କ ଭାଇରାଲ୍‌ ଭିଡିଓ ପାଇଁ ଉଠୁଛି ପଡ଼ୁଛି ଝାଡ଼ଖଣ୍ଡ ରାଜନୀତି । ମହିଳାଙ୍କ ସହ ଭିଡିଓ କଲରେ ଅଶ୍ଳୀଳ କଥାବାର୍ତ୍ତା କରି ଅଡ଼ୁଆରେ ନେତା । ଝାଡ଼ଖଣ୍ଡ (Jharkhand) ରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବନ୍ନା ଗୁପ୍ତା (Banna Gupta)ଙ୍କ ଅଶ୍ଳୀଳ ଚାଟ୍‌ ସୋସିଆଲ ମିଡିଆ (Social Media) ରେ  ଭାଇରାଲ ହେବାରେ ଲାଗିଛି ।

ମନ୍ତ୍ରୀ ବନ୍ନା ଗୁପ୍ତା ଭିଡିଓ ଚାଟ୍‌ରେ ଜଣେ ମହିଳାଙ୍କ ସହ ଅଶ୍ଳୀଳ ବାର୍ତ୍ତାଳାପ କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ମଧ୍ୟ ଏକୁ ଟୁଇଟ୍ କରିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ବିଜେପି ଗୁରୁତର ଅଭିଯୋଗ ଆଣିବା ସହ ତାଙ୍କ ଇସ୍ତଫା ଦାବି କରିଛି । ଅନ୍ୟପଟେ ମନ୍ତ୍ରୀ ବନ୍ନା ଗୁପ୍ତା କିନ୍ତୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା କହିଛନ୍ତି ।

ବିଜେପି ସାଂସଦ ନିଶିକାନ୍ତ (Nishikant Dubey) ଦୁବେ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି । ଯେଉଁଥିରେ କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ଜଣେ ମହିଳାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ତେବେ ଏହାର ଜବାବରେ ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଭାଇରାଲ ଭିଡିଓକୁ ନକଲି ଏବଂ ଫର୍ଜି ବୋଲି କହିଛନ୍ତି । ମନ୍ତ୍ରୀ କହିଛନ୍ତି, ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଭାଇରାଲ କରିଛନ୍ତି । 

ସଫେଇ ଦେଲେ ମନ୍ତ୍ରୀ:

ଭାଇରାଲ୍ ଭିଡିଓ ସମ୍ପର୍କରେ ମନ୍ତ୍ରୀ ସଫେଇ ଦେଇଛନ୍ତି । ମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି, ମୁଁ ଏ ସମ୍ପର୍କରେ ଏଫ୍ଆଇଆର୍ ଦାଖଲ କରିଛି । ଖୁବ ଶୀଘ୍ର ପୋଲିସ ଏହି ଘଟଣାର ତଦନ୍ତ କରିବ । ଯେଉଁମାନେ ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରିଛନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଟାର୍ଗେଟ କଲେ ବିଜେପି ନେତା:

ବିଜେପି ନେତା ନିଶିକାନ୍ତ ଦୁବେ ନିଜ ଟ୍ୱିଟର ହ୍ୟାଣ୍ଡେଲରରେ ମନ୍ତ୍ରୀଙ୍କର ୧୯ ସେକେଣ୍ଡର କ୍ଲିପ୍‌ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ଏହା କଂଗ୍ରେସ ନେତାଙ୍କ ଚରିତ୍ର । ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତାଙ୍କ ପାଇଁ ଏହା ନିତିଦିନିଆ ବିଷୟ । ମହିଳାଙ୍କ ଇଜ୍ଜତ ସହ ଖେଳିବା ତାଙ୍କ ପାଇଁ ସାଧାରଣ କଥା । ହେଲେ ଏହି ଘଟଣା ଗାନ୍ଧି ପରିବାର ନଜରକୁ ଆସିପାରୁନି । ଏହାର ଏକ ସମ୍ପୂର୍ଣ୍ଣ ଭିଡିଓ କ୍ଲିପ ମୋ ପାଖରେ ଥିବା ସେ କହିଛନ୍ତି । ତେବେ ଏହି ଭିଡିଓରେ ଏଭଳି ଅଶ୍ଳୀଳ କଥାବାର୍ତ୍ତା ଅଛି, ଯାହା ଆମେ ଏଠାରେ ଉପସ୍ଥାପନ କରିପାରୁ ନାହୁଁ ।