jawan
ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ୨୭ ମାଓବାଦୀ ସହ ଟପ୍ କମାଣ୍ଡର ନିପାତ ପରେ ଡିଆରଜି ଯବାନ ଖେଳିଲେ ହୋଲି । ମ୍ୟୁଜିକର ତାଳେତାଳେ ଏକାଠି ନାଚିଲେ । ଏକାଠି ହୋଇ ଡିଆରଜି ଯବାନ ନାଚିବା ସହ ପରସ୍ପରକୁ ଅବିର ବୋଳିଥିଲେ । ଏପରିକି ସ୍ଥାନୀୟ ଅଞ୍ଚଳରେ ଯୁବତୀ ଓ ଲୋକେ ଯବାନମାନଙ୍କୁ ଅବିର ମାରିବା ସହ ବାଣଫୁଟାଇ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି । କେହି କେହି ଯବାନଙ୍କୁ ଉପରକୁ ଫୁଲ ପକାଇ ସେମାନଙ୍କୁ ସ୍ବାଗତ ସହ ଉତ୍ସାହିତ କରିଥିଲେ। ଗତ ୨୧ ତାରିଖରେ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଅପରସେନରେ ନିପାତ ହୋଇଥିଲେ ମାଓବାଦୀ । ଏମିତିକି ଏନକାଉଣ୍ଟରରେ ମାଓ ସଂଗଠନର ମସ୍ତିଷ୍କ କୁହାଯାଉଥିବା ଶୀର୍ଷ ନେତା ବାସବରାଜୁ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ସଫା ହୋଇଥିଲେ । ମୃତ ନକ୍ସଲଙ୍କଠାରୁ ଜବତ ହୋଇଥିଲା ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର।
ଅଧିକ ପଢ଼ନ୍ତୁ: ସୁରକ୍ଷାବାହିନୀ ଗୁଳିରେ ୩ ହାର୍ଡକୋର୍ ମାଓବାଦୀ ନିହତ
ପୂର୍ବରୁ ଭାରତକୁ ୨୦୨୬ ସୁଦ୍ଧା ମାଓ ମୁକ୍ତ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଥିଲେ। ମହାରାଷ୍ଟ୍ର, ତେଲଙ୍ଗାନା ଓ ଛତିଶଗଡର ଜଙ୍ଗଲରେ ୧୦ ହଜାର ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଯବାନଙ୍କ ଏନକାଉଣ୍ଟରରେ ଭୀତତ୍ରସ୍ତ ମାଓବାଦୀ ମାନେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ୩ ରାଜ୍ୟରେ ୧୦ ହଜାର ଯବାନ ଘେରି ରହିଛନ୍ତି। ଅପରେସନରେ ସାମିଲ୍ ଯବାନଙ୍କୁ ଆକାଶମାର୍ଗରୁ ହେଲିକପଟରରେ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି। ୩ ରାଜ୍ୟର ସୀମାବର୍ତ୍ତି ଜଙ୍ଗଲ ଭିତରେ ଚାଲିଛି ମାଓ ବିରୋଧୀ ଅଭିଯାନ୍ ‘କଗାର୍’। ଘନ ଘନ ପଇଁତରା ମାରୁଛି ହେଲିକପ୍ଟର।
ଗତ କାଲି ଅବୁଝମାଡ ନିକଟ ଜଙ୍ଗଲରେ ମାଓ କମାଣ୍ଡର ‘ବାସବ ରାଜ’ ଲୁଚି ରହିଥିବା ଖବର ମିଳିବା ପରେ ବୁଧବାର ସକାଳେ ୪ଟି ଜିଲ୍ଲା ଯଥାକ୍ରମେ, ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଁଓ ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି)ଙ୍କ ମିଳିତ ଅପରେସନ କରାଯାଇଥିଲା।ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ ମାଓବାଦୀ ନିପାତ ହୋଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓ ନେତା ‘ବାସବ ରାଜ’ ଙ୍କ ମୃତ୍ୟୁ ହୋଇଥିଲା। ‘ବାସବ ରାଜ’ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା ହୋଇଥିବା ବେଳେ ତାଙ୍କୁ ଧରାଇ ଦେବା ପାଇଁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲେ ‘ବାସବ ରାଜ’ । ଅନ୍ୟପଟେ ହେଲିକପ୍ଟର ଯୋଗେ ୨୬ ଜଣ ମାଓବାଦୀଙ୍କ ମୃତଦେହ ଆସି ଛତିଶଗଡରେ ପହଞ୍ଚିଛି । ଏହି ଅପରେସନରେ ଜଣେ ଡିଆରଜି ଯବାନ ମଧ୍ୟ ଶହୀଦ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jawan_1747970668.jpg)