Advertisment

Jammu and Kashmir Security Operations: ଘାଟିରେ ଟେରରିଷ୍ଟ ନେଟୱର୍କକୁ ବଡ଼ ପ୍ରହାର, ୧୭୫ ସନ୍ଦିଗ୍ଧ ପୋଲିସ ହେପାଜତରେ

ଆତଙ୍କୀଙ୍କ ଖେଳ ଖତମ ପାଇଁ ଘାଟିରେ ମାରାଥନ୍ ଅପରେସନ୍। ଏକାଧିକ ସ୍ଥାନରେ ସେନା, ସିଆରପିଏଫ ଓ ପୋଲିସ ପକ୍ଷରୁ ଚାଲିଛି ମିଳିତ ଅପରସେନ୍। ପହଲଗାମ୍ ହମଲାରେ ଜମ୍ମୁ ଓ କଶ୍ମୀରରୁ ୧୪ ଜଣ ସ୍ଥାନୀୟ ଆତଙ୍କୀଙ୍କ ସଂପୃକ୍ତି ଥିବା ଗୁଇନ୍ଦା ସୂଚନା ମିଳିଛି। ସେପଟେ ଅନନ୍ତନାଗରେ ୧୭୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି ପୋଲିସ।

pakistan

pakistan

Advertisment

ଆକ୍ସନ ମୁଡରେ ସେନା। ଆତଙ୍କୀଙ୍କ ଖେଳ ଖତମ ପାଇଁ ଘାଟିରେ ମାରାଥନ୍ ଅପରେସନ୍। ଏକାଧିକ ସ୍ଥାନରେ ସେନା, ସିଆରପିଏଫ ଓ ପୋଲିସ ପକ୍ଷରୁ ଚାଲିଛି ମିଳିତ ଅପରସେନ୍। ପହଲଗାମ୍ ହମଲାରେ ଜମ୍ମୁ ଓ କଶ୍ମୀରରୁ ୧୪ ଜଣ ସ୍ଥାନୀୟ ଆତଙ୍କୀଙ୍କ ସଂପୃକ୍ତି ଥିବା ଗୁଇନ୍ଦା ସୂଚନା ମିଳିଛି। ସେପଟେ ଅନନ୍ତନାଗରେ ୧୭୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି ପୋଲିସ। ଏବେ ଚାଲିଛି ଡୋର୍ ଟୁ ଡୋର୍ ସର୍ଚ୍ଚ ଅପରେସନ୍। ୪୮ ଘଣ୍ଟାରେ ୫ ଜଣ ଲସ୍କଲ ଆତଙ୍କୀଙ୍କ ଘରକୁ ଧ୍ବଂସ ବି କରାଗଲାଣି। ସେପଟେ ସୀମାରେ ଉତ୍ତେଜନା ବଢୁଥିବାରୁ LOCରେ ପ୍ରସ୍ତୁତ ହେଲାଣି ବଙ୍କର।

Advertisment

ଅଧିକ ପଢ଼ନ୍ତୁ: ଗ୍ରାଉଣ୍ଡରେ କେତେ ପହଞ୍ଚୁଛି ସରକାରଙ୍କ ଯୋଜନା? ସ୍ଥିତି ପରଖିବାକୁ ଗାଁକୁ ଯିବେ ବାବୁ

ଦୁର୍ଗମ ପାହାଡ଼ରୁ ସହର ପୁଣି ବସତି, ସବୁଠି ଆତଙ୍କୀ ନିପାତ ଅଭିଯାନ ଜୋରଦାର। ପହଲଗାମ୍ ବଦଲା ପାଇଁ ଘାଟିରେ ଏସଓଜି, ସିଆରପିଏଫ୍ ଓ ସ୍ଥାନୀୟ ପୋଲିସ ସହ ମିଶି ଏକାଧିକ ଅପରେସନ୍ ଚଳାଇଛି ସେନା। ଅହୋରାତ୍ର ଚାଲିଛି ଆଣ୍ଟି ଟେରର ଅପରେସନ୍। ସୁରକ୍ଷାବାହିନୀ ଫୋକସରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା, ସହାୟତା କରିଥିବା ସ୍ଥାନୀୟ ନାଗରିକ। ଯେଉଁମାନେ ଦେଶ ଭିତରେ ରହି ଆତ୍ମଘାତୀ କାର୍ଯ୍ୟ କରୁଛନ୍ତି। ଆତଙ୍କୀଙ୍କ ଇକୋ-ସିଷ୍ଟମକୁ ଧ୍ବଂସ କରିବା ପାଇଁ ଗଳିରୁ ଗଳି, ଡୋର୍ ଟୁ ଡୋର୍ ସର୍ଚ୍ଚ ଅପରେସନ୍। ଅନନ୍ତନାଗ, ରାଜୌରୀ, କଠୱା, ପୁଞ୍ଚ୍ ଆଦି ଜିଲ୍ଲାର ଏକାଧିକ ସମ୍ବେଦନଶୀଳ ଅଞ୍ଚଳକୁ ଘେରାବନ୍ଦୀ କରି ଚଢ଼ାଉ ଚାଲିଛି। ସନ୍ଦିଗ୍ଧଙ୍କ ଘରକୁ ଅଣ୍ଡାଳି ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି ସଶସ୍ତ୍ର ଯବାନ। ଛଡା ଯାଉନି କୌଣସି ଗୋଟିଏ ସ୍ଥାନ କି କୋଣ। ଚାରିଆଡ଼େ ଖେଦି ତଲାସୀ ଅଭିଯାନକୁ ଆହୁରି ଜୋରଦାର କରାଯାଇଛି। ଗାଡ଼ିମୋଟର ସହ ଯାଞ୍ଚ ହେଉଛି ଯାତ୍ରୀଙ୍କ ପ୍ରମାଣପତ୍ର। ଏହାରି ଭିତରେ ଅନନ୍ତନାଗରେ ୧୭୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି ପୋଲିସ। ପହଲଗାମ୍ ହମଲାରେ ଜମ୍ମୁ ଓ କଶ୍ମୀରରୁ ୧୪ ଜଣ ସ୍ଥାନୀୟ ଆତଙ୍କୀଙ୍କ ସଂପୃକ୍ତି ରହିଛି। ଗୁଇନ୍ଦା ତଥ୍ୟ ଆଧାରରେ ପ୍ରକାଶ ପାଇଛି ସେମାନଙ୍କର ତାଲିକା। ସମସ୍ତଙ୍କର ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ସୂଚନା ରହିଛି। ସେମାନେ ଅନୁପ୍ରବେଶକାରୀ ପାକିସ୍ତାନୀ ଆତଙ୍କୀକୁ ସହଯୋଗ ସହ ଲୁଚି ରହିବା ବ୍ୟବସ୍ଥା କରିଥିଲେ। ସମସ୍ତେ ହିଜବୁଲ୍ ମୁଜାହିଦ୍ଦିନ, ଲସ୍କର-ଏ-ତୋଏବା, JeM ପାଇଁ କାର୍ଯ୍ୟ କରୁଥିଲେ।

Advertisment

ଗୋଟିଏ ପଟେ ଆତଙ୍କୀ ତଲାସୀ ଅଭିଯାନ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଆତଙ୍କବାଦୀଙ୍କ ଘରକୁ ବିସ୍ପୋରଣ କରି ଉଡ଼ାଇ ଦିଆଯାଉଛି। ଗତ ୪୮ ଘଣ୍ଟା ଭିତରେ ୫ ଆତଙ୍କୀଙ୍କ ଘରକୁ ମାଟିଲେ ମିଶାଇଛି ସେନା। ଆଜି ପହଲଗାମ୍ ହମଲାରେ ସଂପୃକ୍ତି ସନ୍ଦେହରେ ସୋପିଆନ ଓ କୁଲଗାମ ଜିଲ୍ଲାରେ ୩ ଲସ୍କର ଆତଙ୍କବାଦୀଙ୍କ ଘରକୁ ଆଇଡି ବିସ୍ଫୋରଣ କରି ଉଡାଯାଇଛି। ଏଥିରେ ରହିଛି ୨୦୨୩ରୁ LeTରେ ସକ୍ରିୟ କ୍ୟାଡର ଆତଙ୍କବାଦୀ ଏହସାନ ଅହମ୍ମଦ ଶେଖ, ଜାକିର ଗନି ଓ ୨ ବର୍ଷ ତଳେ ଲକ୍ସର କ୍ୟାମ୍ପରେ ନାଁ ଲେଖାଇଥିବା ସାହିଦ ଅହମ୍ମଦ ଓ ର ଘର। ଗତକାଲି ୨ ଜଣଙ୍କର ଘରକୁ ମାଟିରେ ମିଶାଇଥିଲେ ସୁରକ୍ଷାବାହିନୀ।

ପହଲଗାମ୍ ପ୍ରତିଶୋଧ ଶାଣିତ ହୋଇଥିବା ବେଳେ ଭାରାତ-ପାକିସ୍ତାନ ଭିତରେ ବଢୁଛି ଟେନସନ୍। ଉତ୍ତେଜନା ବଢୁଥିବାରୁ LOCରେ ପ୍ରସ୍ତୁତ ହେଲାଣି ବଙ୍କର। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୁଞ୍ଚରେ ଥିବା ବଙ୍କର ଦ୍ବାର ଖୋଲି ସଫାସୁତୁରା କରାଯାଉଛି। ସେଇଠି ଆସବାବପତ୍ର ନେଇ ବି ରଖିଲେଣି ସ୍ଥାନୀୟ ଲୋକ।

Advertisment

ପହଲଗାମ୍ ଆକ୍ରମଣର ତଦନ୍ତ କରୁଛି ଏନଆଇଏ। ଆକ୍ରମଣ ସ୍ଥଳରୁ ତଥ୍ୟ ପ୍ରମାଣ ଯୋଗାଡ଼ ପରେ ଏବେ ଆକ୍ରମଣରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟୁଛନ୍ତି। ଆଜି ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ପଚରାଉଚରା କରିଛି ଏନଆଇଏ ଟିମ୍। ତାଙ୍କ ବୟାନ ରେକର୍ଡ କରି ଟିମ୍ ଫେରି ଯାଇଛି।

ସେନାର ସର୍ଚ୍ଚ ଅପରେସନ୍ ଭିତରେ କୁପୱାରାରେ ଆଜି ଆତଙ୍କବାଦୀଙ୍କ ଏକ ଆଡ୍ଡା ସ୍ଥଳୀ ଠାବ ହୋଇଛି। ସେଠାରୁ ୫ଟି AK-47, ୮ଟି AK 47 ମାଗଜିନ୍ ସହ ବିପୁଳ ଗୁଳିଗୋଳା ମିଳିଛି।

ଅଧିକ ପଢ଼ନ୍ତୁ: ନ୍ଦିର ଲୁଟୁଥିଲେ ଶ୍ୱଶୁର-ଜ୍ୱାଇଁ; ସୁନା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ ଲୁଟ୍‌ ଅଳଙ୍କାର

Terrorist Outfit Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ