Advertisment

Jammu and Kashmir Assembly: ‘ମୃତାହତଙ୍କ ପରିବାରକୁ କେଉଁ ଭାଷାରେ କ୍ଷମା ମାଗିବି ଭାଷା ପାଉନି’

ପହଲଗାମ ଆତଙ୍କୀ ହମଲା ପରେ ଆଜି ଜମ୍ମୁ, କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ଅଧିବେଶନରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆତଙ୍କୀ ହମଲାକୁ ଦୃଢ ଭାଷାରେ ନିନ୍ଦା କରିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Jammu and Kashmir independence demands

Jammu and Kashmir independence demands

ପହଲଗାମ ଆତଙ୍କୀ ହମଲା ପରେ ଆଜି ଜମ୍ମୁ, କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ଅଧିବେଶନରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆତଙ୍କୀ ହମଲାକୁ ଦୃଢ ଭାଷାରେ ନିନ୍ଦା କରିଛନ୍ତି। ଏଥିସହ ଏପରି ସମୟରେ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଚେତାବନୀ ଦେଇଛନ୍ତି। ସୁଧୁରି ଯାଅ, ନଚେତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। 

Advertisment

ଆହୁରି କହିଛନ୍ତି ଯେ, ଏବେ ଜାମ୍ମୁ-କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା ଦାବି ସମୟ ନୁହେଁ । ଯଦି ମୁଁ ଶସ୍ତା ରାଜନୀତି କରିଥାନ୍ତି ତାହେଲେ ଏପରି ଦାବି କରିପାରନ୍ତି । ରାଜ୍ୟ ମାନ୍ୟତା ଫେରିବା ଦାବିରୁ ଓହରି ନାହୁଁ, ମାତ୍ର ଏବେ ନୁହେଁ । ପହଲଗାମ୍‌ ଘଟଣା ପରେ କେଉଁ ମୁହଁରେ ମୁଁ ରାଜ୍ୟ ମାନ୍ୟତା ମାଗିବି ? ମୃତାହତଙ୍କ ପରିବାରକୁ କେଉଁ ଭାଷାରେ କ୍ଷମା ମାଗିବି ଭାଷା ପାଉନି । ରାଜ୍ୟ ମୁଖିଆ ଭାବେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଫେରାଇବା ଦାୟିତ୍ବ ଥିଲା ମୋର । ଆଜି ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ଏଭଳି କହିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

ଏପଟେ ପହଲଗାମ୍ ହମଲାର ଆତଙ୍କବାଦୀ ମାନେ ଏବେ ବି ଜଙ୍ଗଲରେ ଲୁଚି ରହିଛନ୍ତି। ଆତଙ୍କୀମାନେ କାଶ୍ମୀର ଜଙ୍ଗଲରେ ଲୁଚି ରହିଥିବା ଖବର ପାଇଛି ଫୋର୍ସ । ଏନେଇ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷାବାହିନୀ। ଆତଙ୍କୀମାନେ କାଶ୍ମୀର ଜଙ୍ଗଲରେ ଲୁଚି ରହିଥିବା ଖବର ଜଣାପଡ଼ିବା ପରେ LOC ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

Advertisment

ପହଲଗାମରେ ଆତଙ୍କୀ ହମଲା ପରେ ଜାଣିଶୁଣି LOCରେ ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ପାକିସ୍ତାନ। ଗୁଳିମାଡ଼ ଆଳରେ ଆତଙ୍କବାଦୀଙ୍କୁ ବଞ୍ଚାଇବାକୁ ପାକିସ୍ତାନ ଚେଷ୍ଟା କରୁଛି ବୋଲି ଜଣାଯାଇଛି। ଲଗାତାର ୪ ଦିନ ହେବ ସୀମାରେ ପାକିସ୍ତାନ ଗୁଳିମାଡ଼ କରୁଛି। ଗତକାଲି ଓ ଆଜି ପୁଞ୍ଝ ଓ କୁପୱାରା ସୀମାରେ ଫାୟାରିଂ କରୁଛି ପାକିସ୍ତାନ। ଭାରତୀୟ ସେନା ପକ୍ଷରୁ ଏହାର ମୁହଁତୋଡ଼ ଜବାବ ମଧ୍ୟ ଦିଆଯାଉଛି।

ଅଧିକ ପଢ଼ନ୍ତୁ: ଆଜି ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ 

Omar Abdullah Jammu Kashmir
Advertisment
Advertisment