Advertisment

Devotee drops iPhone in Hundi: ଦାନ ଦେବାବେଳେ ହୁଣ୍ଡିରେ ପଡ଼ିଗଲା iPhone; ଭଗବାନଙ୍କ ସଂପତ୍ତି ଫେରାଉ ନାହାନ୍ତି ମନ୍ଦିର କର୍ତ୍ତୃପକ୍ଷ

ଦାନ ଦେବାବେଳେ ହୁଣ୍ଡିରେ ପଡ଼ିଗଲା iPhone। ମନ୍ଦିର କର୍ତ୍ତୃପକ୍ଷ କହିଥିଲେ, ହୁଣ୍ଡି ହେଉଛି ଦେବତାଙ୍କର ସମ୍ପତ୍ତି। ସେଥିରେ ଯାହା ଥିବ ତାହା ଫେରସ୍ତ କରାଯାଇପାରିବ ନାହିଁ।

author-image
Sonali Ojha
ଅଦ୍ୟତନ ହୋଇଛି
iPhone

iPhone

ତାମିଲ ଚଳଚ୍ଚିତ୍ର 'ପାଲାୟାଥାମ୍ୟାନ'ରେ ଗୋଟିଏ ଦୃଶ୍ୟ ଥିଲା। ଯେଉଁଥିରେ ଜଣେ ମହିଳା ହଠାତ୍ ନିଜ ଶିଶୁକୁ ଏକ ମନ୍ଦିରର ହୁଣ୍ଡି ତଥା ଦାନ ବାକ୍ସରେ ପକାଇଦେଇଥିଲେ। ପରବର୍ତ୍ତୀ ସମୟରେ ପିଲାଟି ହୋଇଯାଇଥିଲା ମନ୍ଦିର ସମ୍ପତ୍ତି। କିନ୍ତୁ ତାମିଲନାଡୁର ଚେନ୍ନାଇରେ ବାସ୍ତବରେ ଏପରି ଏକ ଘଟଣା ଘଟିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ହେଲେ ଏଠାରେ ଭକ୍ତ ଜଣକ ଶିଶୁକୁ ନୁହେଁ, ବରଂ ଅଜାଣତରେ ଏକ ଆଇଫୋନ୍ ପକାଇ ଦେଇଥିଲେ। ଆଉ ସେହି ଆଇଫୋନ୍ ହୋଇଯାଇଛି ଏବେ ମନ୍ଦିରର ସଂପତ୍ତି।

Advertisment

ଚେନ୍ନାଇ ନିକଟସ୍ଥ ଥିରୁପୁରର ଅରୁଲମିଗୁ କାଣ୍ଡସ୍ୱାମୀ ମନ୍ଦିରରେ ଘଟିଛି ଏଭଳି ଏକ ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ବିନାୟଗପୁରମର ଦିନେଶ ନାମକ ଜଣେ ଭକ୍ତ ପରିବାର ସହ ମନ୍ଦିର ପରିଦର୍ଶନ ପାଇଁ ଆସିଥିଲେ ଏବଂ ପୂଜା ପରେ ହୁଣ୍ଡିରେ ଟଙ୍କା ଦାନ ପାଇଁ ପହଞ୍ଚିଥିଲେ। ତେବେ ସାର୍ଟ ପକେଟରୁ ଟଙ୍କା ବାହାର କରିବାବେଳେ ଆଇଫୋନଟି ହଠାତ୍ ହୁଣ୍ଡିରେ ଗଳିପଡ଼ିଥିଲା। ଯେହେତୁ ହୁଣ୍ଡି ଏକ ଉଚ୍ଚସ୍ଥାନରେ ରଖାଯାଇଥିଲା, ତେଣୁ ଆଇଫୋନକୁ ଦିନେଶ ଆଉ ବାହାର କରିପାରିଲେ ନାହିଁ ।

ଏ ସଂପର୍କରେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଦିନେଶ ଜଣାଇଥିଲେ। ତେବେ ମନ୍ଦିର କର୍ତ୍ତୃପକ୍ଷ କହିଥିଲେ, ହୁଣ୍ଡି ହେଉଛି ଦେବତାଙ୍କର ସମ୍ପତ୍ତି। ସେଥିରେ ଯାହା ଥିବ ତାହା ଫେରସ୍ତ କରାଯାଇପାରିବ ନାହିଁ। ସେହିପରି ପରମ୍ପରା ଅନୁଯାୟୀ, ହୁଣ୍ଡି ଦୁଇ ମାସରେ ଥରେ ଖୋଲାଯାଏ। ଏହାପରେ ନିରାଶ ହୋଇ ଦିନେଶ ହିନ୍ଦୁ ରେଲିଜିଅସ୍ ଆଣ୍ଡ ଚାରିଟେବୁଲ୍ ଏଣ୍ଡୋମେଣ୍ଟସକୁ ଯାଇ ଅଭିଯୋଗ କରିଥିଲେ। ତା’ସହ ହୁଣ୍ଡି କେବେ ଖୋଲିବ, ସେନେଇ ଜଣାଇବାକୁ ଅନୁରୋଧ କରିଥିଲେ।

Advertisment

ଅଧିକ ପଢନ୍ତୁ: କୁଏତ୍‌ରେ ଓଡ଼ିଶାର ଗୁଣଗାନ କଲେ ମୋଦି; କହିଲେ କୁଏତୀ ବନ୍ଧୁଙ୍କୁ ନେଇ ବୁଲିବାକୁ ଆସନ୍ତୁ...

ତେବେ ଗତକାଲି ମନ୍ଦିର କର୍ତ୍ତୃପକ୍ଷ ହୁଣ୍ଡି ଖୋଲିଲେ, ଦିନେଶ ତାଙ୍କ ଫୋନ୍ ଆଣିବା ପାଇଁ ଯାଇଥିଲେ। କିନ୍ତୁ କେବଳ ସିମ୍ କାର୍ଡ ନେବାକୁ ଏବଂ ଫୋନରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଡାଉନଲୋଡ୍ କରିବାକୁ କୁହାଯାଇଥିଲା। ଦିନେଶ କିନ୍ତୁ ମନା କରିଦେବା ସହ ମୋବାଇଲ୍ ଫେରାଇବାକୁ କହିଥିଲେ। ତେବେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ହୁଣ୍ଡିରେ ପକାଯାଇଥିବା ଯେକୌଣସି ଜିନିଷକୁ ମନ୍ଦିରର ଏବଂ ଦେବତାଙ୍କର ବୋଲି ଧରାଯାଏ। ଦିନେଶ ମୋବାଇଲକୁ ହୁଣ୍ଡିରେ ପ୍ରଥମେ ଦାନ କରିଥାଇପାରନ୍ତି ଏବଂ ମନ ପରିବର୍ତ୍ତନ ପରେ ପୁଣି ମୋବାଇଲ୍ ନେବାକୁ ଦାବି କରୁଛନ୍ତି ବୋଲି କହି ମୋବାଇଲକୁ ଆଉ ଫେରାଉନାହାଁନ୍ତି ମନ୍ଦିର କର୍ତ୍ତୃପକ୍ଷ।

ଅଧିକ ପଢନ୍ତୁ:  ଫାଟିଲା ବସ୍‌ ଚକା; ସିଧା ଯାଇ ଟ୍ରକକୁ ପିଟିଲା, ଚାଲିଗଲା ୩୮ ଜୀବନ

Tamil Nadu Chennai Devotee IPhone
Advertisment
Advertisment