Advertisment

Brazil Bus Accident: ଫାଟିଲା ବସ୍‌ ଚକା; ସିଧା ଯାଇ ଟ୍ରକକୁ ପିଟିଲା, ଚାଲିଗଲା ୩୮ ଜୀବନ

ଏହି ଦୁର୍ଘଟଣା ପରେ ବ୍ରାଜିଲର ରାଜ୍ୟପାଳ ରୋମିଓ ଜେମା ମିନାସ୍ ଜେରାଇସ୍ ସରକାରଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବଡ଼ଦିନ ପୂର୍ବରୁ ମୃତାହତଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Sonali Ojha
Accident

Accident

ବ୍ରାଜିଲ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ଧକ୍କା ହେବା ଫଳରେ ୩୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମିନାସ୍ ଜେରାଇସ୍ ରାଜ୍ୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏକାଧିକ ଲୋକ ଗୁରୁତର ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଦୁର୍ଘଟଣା ପରେ ଅନ୍ୟ ୧୩ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବସଟି ସାଓ ପାଉଲୋରୁ ଯାଉଥିଲା ଓ ଏଥିରେ ୪୫ ଜଣ ଯାତ୍ରୀ ଥିବା କୁହାଯାଉଛି।

Advertisment

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେ ବସର ଚକା ଫାଟିଯିବା କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯେଉଁଥିପାଇଁ ବସଟି ଯାଇ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ପ୍ରତ୍ୟକ୍ଷଦର୍ଶୀ ଏହା ମଧ୍ୟ କହିଛନ୍ତି ଯେ ବସ୍‌ରେ ଗ୍ରାନାଇଟ୍‌ ଖଣ୍ଡ ମାଡ଼ ହୋଇଥିଲା। ଏହା ସହିତ ତିନିଜଣ ଯାତ୍ରୀ ଯାତ୍ରା କରୁଥିବା ଅନ୍ୟ ଏକ କାର ମଧ୍ୟ ବସକୁ ଧକ୍କା ଦେଇଥିଲା। କିନ୍ତୁ କାରର ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିଲେ।

Advertisment

ଏହି ଦୁର୍ଘଟଣା ପରେ ବ୍ରାଜିଲର ରାଜ୍ୟପାଳ ରୋମିଓ ଜେମା ମିନାସ୍ ଜେରାଇସ୍ ସରକାରଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବଡ଼ଦିନ ପୂର୍ବରୁ ମୃତାହତଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ତେବେ ୨୦୨୪ ମସିହାରେ ବ୍ରାଜିଲରେ ଦୁର୍ଘଟଣା ହେତୁ ୧୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ଅଧିକ ପଢନ୍ତୁ: ପିଲାଙ୍କୁ ସମୁଦ୍ରରେ ଫିଙ୍ଗିବାକୁ ଚାହୁଁଥିଲେ ବାପାମାଆ, ବଞ୍ଚାଇଲେ ଚିଲିକାରେ ତାଲିମପ୍ରାପ୍ତ CISF ଯବାନ

Bus Accident Brazil
Advertisment
Advertisment