/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733057748.jpg)
Flight Attempts Risky Landing
କଥାରେ ଅଛି ରଖେ ହରି, ତ ମାରେ କିଏ ! ଭୟଙ୍କର ଦୃଶ୍ୟ, ଭୟଙ୍କର ଘଟଣା । ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ ଚକିତ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ । ଅବତରଣ ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଇଣ୍ଡିଗୋ ବିମାନ । ଏମିତି ଘଟଣା ଘଟିଛି ଚେନ୍ନାଇଏୟାରପୋର୍ଟରେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
ବାତ୍ୟା ‘ଫେଙ୍ଗଲ୍’ ପୁଡୁଚେରୀ , ତାମିଲନାଡ଼ୁ ଓ ତେଲଙ୍ଗାନା ଉପକୂଳ ଅତିକ୍ରମ କରିସାରିଛି। ଏହି ବାତ୍ୟା ପ୍ରଭାବରେ ଗତକାଲି ଦିନ ତମାମ ତାମିଲନାଡ଼ୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଥିଲା। ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରବଳ ପବନ ପ୍ରଭାବରେ ଚେନ୍ନାଇ ଏୟାରପୋର୍ଟରେ ଏକ ବିମାନ ରନୱେରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡ କରିପାରିନଥିଲା।
#ବ୍ୟାତ୍ୟା_ଯୋଗୁଁ_ଭଲ_ନାହିଁ_ପରିସ୍ଥିତି
ଅବତରଣ କରିପାରିଲାନି ବିମାନ । ବଡ଼ ବିପଦ ଆଶଙ୍କା କରି, ଲ୍ୟାଣ୍ଡ କରୁ କରୁ ହଠାତ୍ ପୁଣି ଉଡ଼ାଣ ଭରିଲା । ଏହି ଘଟଣା ଚେନ୍ନାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି ।#Aeroplane#Risk#Vizag#OTV#CycloneFengalpic.twitter.com/9XARSNeR9Y— ଓଟିଭି (@otvkhabar) December 1, 2024
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଇଣ୍ଡିଗୋ ବିମାନଟି ରନୱେରେ ଲ୍ୟାଣ୍ଡ୍ କରିବାକୁ ଚେଷ୍ଟା କରୁଛି, ହେଲେ ପ୍ରବଳ ପବନ ବାରମ୍ବାର ଏହାକୁ ଉଡ଼ାଇ ନେଉଛି । ଶେଷରେ ପାଇଲଟ୍ ବିମାନକୁ ଲ୍ୟାଣ୍ଡ ନକରି ପୁଣିଥରେ ବିମାନକୁ ଉପରକୁ ନେଇଯାଇଥିଲେ । ଫଳରେ ପ୍ଲେନରେ ଥିବା ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ସାଧାରଣତଃ ପ୍ଲେନ ଗୁଡ଼ିକ ସୁରକ୍ଷିତ ଭାବେ ଲ୍ୟାଣ୍ଡ ହୋଇନପାରିଲେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହାକୁ ପୁଣିଥରେ ଟେକ୍-ଅଫ୍ କରାଯାଏ। ତେବେ ଏହି ସମସ୍ତ ଘଟଣାକୁ ନେଇ ‘ଇଣ୍ଡିଗୋ’ ଏୟାରଲାଇନ୍ସ ପକ୍ଷରୁ ବିବୃତି ଜାରି କରାଯାଇଛି।
Due to adverse weather conditions, including rain and strong, gusty winds (which later led to the closure of Chennai airport), the cockpit crew of flight 6E 683, operating between Mumbai and Chennai, executed a go-around on November 30, 2024, in accordance with established safety… pic.twitter.com/bmEEIViiLf
— ANI (@ANI) December 1, 2024
ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ପ୍ଲେନଟି ମୁମ୍ବାଇରୁ ଚେନ୍ନାଇ ଆସୁଥିଲା। ହେଲେ ଖରାପ ପାଗ ଓ ବାତ୍ୟା ପ୍ରଭାବରେ ପ୍ରବଳ ପବନ କାରଣରୁ ଏହା ଲ୍ୟାଣ୍ଡ କରିବା ସମୟରେ ବାରମ୍ବାର ପବନରେ ଝୁଲି ରହିଲା। ଫଳରେ ଏହାକୁ ପୁଣିଥରେ ଟେକ୍-ଅଫ୍ କରି ନେଇଥିଲେ ପାଇଲଟ। ସୁରକ୍ଷିତ ଲ୍ୟାଣ୍ଡିଂ ଯେତେବେଳେ ହୋଇନପାରେ, ସେତେବେଳେ ପୁଣିଥରେ ଟେକ୍-ଅଫ୍ କରି କିଛି ସମୟ ପରେ ଆଉଥରେ ଲ୍ୟାଣ୍ଡ କରାଯାଏ। ଏହାକୁ ଏକ ‘ଗୋ-ଆରାଉଣ୍ଡ’ କୁହାଯାଏ। ଏଭଳି ପ୍ରତିକୂଳ ପରିସ୍ଥିତିରୁ ବର୍ତ୍ତିବା ପାଇଁ ଆମ ପାଇଲଟ ବେଶ୍ ସକ୍ଷମ। ଆମ ଯାତ୍ରୀ, ବିମାନ ଓ କ୍ରିଉ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରାଥମିକତା ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।
୧୬ ଘଣ୍ଟା ଧରି ବନ୍ଦ ରହିଥିଲା ଚେନ୍ନାଇ ଇଣ୍ଟରନ୍ୟାସ୍ନାଲ୍ ଏୟାରପୋର୍ଟ
ତେବେ ବାତ୍ୟା ‘ଫେଙ୍ଗଲ୍’ ପାଇଁ ଶନିବାର ଠାରୁ ଚେନ୍ନାଇ ଇଣ୍ଟରନେସ୍ନାଲ୍ ଏୟାରପୋର୍ଟକୁ ପାଖାପାଖି ୧୬ ଘଣ୍ଟା ଧରି ବନ୍ଦ ରଖାଯାଇଥିଲା । ପ୍ରବଳ ପବନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଏୟାରପୋର୍ଟ ରନ୍ୱରେ, ଟ୍ୟାକ୍ସି ଯିବାଆସିବା ରାସ୍ତାରେ ପାଣି ଜମିନଥିଲା । ତେବେ ଆଜି ସକାଳ ୪ଟାରୁ ସ୍ବାଭାବିକ ହୋଇଛି ବିମାନ ଉଡ଼ାଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)