/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747309975.jpg)
TRFକୁ ବାଜିବ UNSC ଛାଟ !
ପହଲଗାମ୍ ନରସଂହାର ଘଟାଇଥିବା TRFକୁ ବିଶ୍ବ ଆତଙ୍କୀ ସଂଗଠନ ଘୋଷିତ କରିବା ଦିଗରେ ବଡ଼ ପଦକ୍ଷେପ । ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ସାଙ୍କସନ୍ କମିଟି ବା ପ୍ରତିବନ୍ଧକ କମିଟିକୁ TRF ସଂପର୍କରେ ଅବଗତ କଲା ଭାରତ । ଦି ରେଜିଷ୍ଟାନ୍ସ ଫ୍ରଣ୍ଟ୍ ବା TRF ହେଉଛି ପାକିସ୍ତାନୀ ଆତଙ୍କୀ ସଂଗଠନ ଲସ୍କର-ଏ-ତୈଇବାର ପ୍ରକ୍ସି । ଯାହାକି କାଶ୍ମୀରରେ ଲୁଚି ରହି ଆତଙ୍କୀ ଗତିବିଧି ଚଳାଇଥାଏ ।
ଅଧିକ ପଢ଼ନ୍ତୁ: ପେଣ୍ଟାଗନର ପୂର୍ବତନ ଅଧିକାରୀ କହିଲେ, କୁକୁର ଭଳିଆ ହାରିଲା ପାକିସ୍ତାନ
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଭାରତର ଏକ ଟେକ୍ନିକାଲ୍ ଟିମ୍ ନ୍ୟୁୟର୍କରେ ୧୨୬୭ ପ୍ରତିବନ୍ଧକ କମିଟି ମନିଟରିଂ ଟିମ୍ ଓ ଅନ୍ୟ ଜାତିସଂଘ ସଦସ୍ୟ ଦେଶଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଏହି ଟିମ୍ ୟୁଏନ୍ ଅଫିସ୍ ଅଫ୍ କାଉଣ୍ଟର୍ ଟେରରିଜିମ୍- UNOCT ଏବଂ କାଉଣ୍ଟର୍ ଟେରରିଜିମ୍ କମିଟି ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟୋରେଟ୍- CTED ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିଥିବା ସୂଚନା ମିଳିଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣରେ TRFର ସଂପୃକ୍ତି ନେଇ UNSCରେ ଭାରତ ଠୋସ୍ ପ୍ରମାଣ ଦାଖଲ କରିବ । TRF ଜାତିସଂଘ ସୁରକ୍ଷା ପରିଷଦ ଦ୍ବାରା ବିଶ୍ବ ଆତଙ୍କୀ ଘୋଷିତ ହେଲେ, ଏଥିସହ ସଂଶ୍ଳିଷ୍ଟ ସମସ୍ତ ଆତଙ୍କବାଦୀଙ୍କ ବ୍ୟକ୍ତିଗତ ଓ ସାଂଗଠନିକ ଆର୍ଥିକ ସଂପତ୍ତି ଅଚଳ ହୋଇଯିବ ଏବଂ କୌଣସି ଜାତିସଂଘ ସଦସ୍ୟ ଦେଶରେ ପାଦ ରଖିବାକୁ ବି ଅନୁମତି ମିଳିବ ନାହିଁ ।
India Boycotts Turkey and Azerbaijan: ତୁର୍କୀ-ଅଜରବୈଜାନ ନଯିବାକୁ ଶିଳ୍ପପତିଙ୍କ ଅପିଲ, ବଏକଟ ପରେ ଭୁଶୁଡ଼ିବ ଅର୍ଥନୀତି !
Operation Sindoor Against Terrorism: ‘ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି’

Madhya Pradesh Minister Controversy: ମଧ୍ୟପ୍ରଦେଶ ମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; କହିଲେ- ଜଣେ ମନ୍ତ୍ରୀଙ୍କ ମୁହଁରେ ଏଭଳି ଭାଷା ଶୋଭାପାଏନି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)