/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754625649.jpg)
Armed Forces
ସେନାକୁ ମିଳିବ ପ୍ରଥମ ସ୍ବଦେଶୀ ମିଡିୟମ୍ ମେସିନ୍ ଗନ୍- MMG। ହାଇଦ୍ରାବାଦର ଲୋକେଶ୍ ମେସିନ୍ସ ଲିମିଟେଡ୍ ପକ୍ଷରୁ ଏବଂ ପୁଣେ ସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଏଷ୍ଟାବ୍ଲିସମେଣ୍ଟ- ARDE ସହଯୋଗରେ ନିର୍ମିତ ଏହି MMGକୁ ଭାରତର ପ୍ରଥମ ଏହି ଧରଣର ସ୍ବଦେଶୀ ବନ୍ଧୁକ ବୋଲି କୁହାଯାଉଛି।
ଏହା ମିନିଟ୍ ପ୍ରତି ୮ଶହ ରାଉଣ୍ଡ୍ ଫାୟାର୍ କରିପାରିବ ଏବଂ ୧୮ଶହ ମିଟର୍ ଦୂରକୁ ଲକ୍ଷ୍ୟଭେଦ କରିପାରିବ। ଉଭୟ ସିଙ୍ଗିଲ୍ ସଟ୍ ଓ ଅଟୋମେଟିକ୍ ମୋଡ୍ ରେ ଗୁଳି ଚଳାଇ ହେବ। ଏହି ବେଲ୍ଟ ଫେଡ୍ ମିଡିୟମ୍ ମେସିନ୍ ଗନ୍ ରେ ୨୫୦ ରାଉଣ୍ଡ୍ ବିଶିଷ୍ଟ ବେଲ୍ଟ ଏବଂ ଆବଶ୍ୟକ ସ୍ଥଳେ ଅତିରିକ୍ତ ବେଲ୍ଟ ଯୋଡ଼ି ଲଗାତାର ଫାୟାର୍ କରିବା ସୁବିଧା ରହିଛି।
ଅଧିକ ପଢ଼ନ୍ତୁ: ନାଁ ଶୁଣିଲେ ପାକିସ୍ତାନୀ ଲୋକଙ୍କୁ ରାତିରେ ନିଦ ହେଉନି, ପୁଣି ଡରାଇଲେ ମୋଦି
ତେବେ ସବୁଠୁ ବଡ଼ କଥା ହେଉଛି, ଏବେ ଭାରତୀୟ ସେନାରେ ବ୍ୟବହୃତ MMG ତୁଳନାରେ ଏହା ୨୫ ପ୍ରତିଶତ ହାଲୁକା। ଏହାକୁ ସେନା ଗାଡ଼ି, ନୌସେନା ଜାହାଜ ଏବଂ ବିମାନରେ ଲଗାଇହେବ। ୫୫ ଡିଗ୍ରୀରୁ ମାଇନସ୍ ୪୦ ଡିଗ୍ରୀ ସେଲସିୟସ ଯାଏଁ, ବିଭିନ୍ନ ତାପମାତ୍ରାରେ ଏହା କାର୍ଯ୍ୟ କରିପାରିବ।
ଏବେ ଭାରତୀୟ ସ୍ଥଳସେନା ପକ୍ଷରୁ ୧୭ କୋଟି ୭୦ ଲକ୍ଷ ଟଙ୍କାର ଅର୍ଡର୍ ପାଇଛି ଲୋକେଶ୍ ମେସିନ୍ସ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।.
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)