/odishatv-khabar/media/post_attachments/uploadimage/library/16_9/16_9_0/PM_Modi_1754131083.jpg)
PM Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଭବିଷ୍ୟତରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟର ନିର୍ଣ୍ଣାୟକ ଜବାବ ଭାରତର ସ୍ୱଦେଶୀ ଅସ୍ତ୍ର ମାଧ୍ୟମରେ ଦିଆଯିବ। ଉତ୍ତରପ୍ରଦେଶର ବାରଣାସୀରେ ନିଜର ଭାଷଣରେ ମୋଦି ଘୋଷଣା କରିଛନ୍ତି, ‘ବ୍ରହ୍ମୋସ ମିସାଇଲ ଏବେ ଲକ୍ଷ୍ନୌରେ ନିର୍ମାଣ ହେବ… ଏବଂ ଯଦି ପାକିସ୍ତାନ ପୁନର୍ବାର କୌଣସି ପାପ କରେ, ତେବେ ଉତ୍ତରପ୍ରଦେଶରେ ନିର୍ମିତ ମିସାଇଲ ଆତଙ୍କବାଦୀମାନଙ୍କୁ ଧ୍ୱଂସ କରିବ।‘
ପ୍ରଧାନମନ୍ତ୍ରୀ ଭାରତର ପ୍ରତିରକ୍ଷା କ୍ଷମତାର ପ୍ରଶଂସା କରିଛନ୍ତି । ‘ଅପରେସନ ସିନ୍ଦୂର ସମୟରେ ବିଶ୍ୱ ଆମର ସ୍ୱଦେଶୀ ଅସ୍ତ୍ରଗୁଡ଼ିକର କ୍ଷମତା ଦେଖିଛି। ଆମର ବାୟୁ ପ୍ରତିରକ୍ଷା ସିଷ୍ଟମ, ମିସାଇଲ ଏବଂ ଡ୍ରୋନଗୁଡ଼ିକ 'ଆତ୍ମନିର୍ଭର ଭାରତ'ର ଶକ୍ତିକୁ ପ୍ରମାଣିତ କରିଛି । ବିଶେଷକରି ଆମର ବ୍ରହ୍ମୋସ ମିସାଇଲକୁ ବିଶ୍ୱ ଦେଖିଛି ।
ମୋଦି କହିଛନ୍ତି, ‘ପାକିସ୍ତାନରେ କେବଳ 'ବ୍ରହ୍ମୋସ' ନାଁ ଶୁଣିଲେ ହିଁ ସେମାନଙ୍କୁ ରାତିରେ ନିଦ ହେଉନି । ଅନେକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଉତ୍ତରପ୍ରଦେଶ ପ୍ରତିରକ୍ଷା କରିଡରରେ ନିଜର ଉତ୍ପାଦନ କାରଖାନା ସ୍ଥାପନ କରୁଛନ୍ତି। ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ଶୀଘ୍ର ଆମ ସେନାର ଶକ୍ତି ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଏକତା ଏବଂ ଅର୍ଥନୈତିକ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ‘ବିଶ୍ୱରେ ଅସ୍ଥିରତାର ବାତାବରଣ ରହିଛି। ସମସ୍ତ ଦେଶ ନିଜ ନିଜର ସ୍ୱାର୍ଥ ଉପରେ ଧ୍ୟାନ ଦେଉଛନ୍ତି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ଏବଂ ତେଣୁ ଭାରତକୁ ତା’ର ଅର୍ଥନୈତିକ ସ୍ୱାର୍ଥ ସଂପର୍କରେ ସତର୍କ ରହିବାକୁ ହେବ’।
ଆମ ସରକାର ଦେଶର ସର୍ବାଧିକ ସ୍ୱାର୍ଥ ପାଇଁ ଯାହା କିଛି କରିପାରୁଛନ୍ତି ତାହା କରୁଛନ୍ତି ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ ରାଜନୈତିକ ଐକ୍ୟ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି। ‘ଯେଉଁମାନେ ଦେଶ ପାଇଁ ଶ୍ରେଷ୍ଠ ଚାହୁଁଛନ୍ତି ଏବଂ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ଦେଖିବାକୁ ଚାହୁଁଛନ୍ତି, ସେମାନେ ଯେକୌଣସି ରାଜନୈତିକ ଦଳର ହୁଅନ୍ତୁ, ନିଜର ମତଭେଦ ଛାଡ଼ି 'ସ୍ୱଦେଶୀ' ଉତ୍ପାଦ ପାଇଁ ଏକ ସଂକଳ୍ପ ଗ୍ରହଣ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ନାଗରିକମାନଙ୍କୁ ଭାରତୀୟ ଉତ୍ପାଦକୁ ସମର୍ଥନ କରିବାକୁ ଆହ୍ୱାନ ଦେଇ କହିଛନ୍ତି, ‘ଆମେ କେବଳ ଭାରତୀୟମାନଙ୍କ ଦ୍ୱାରା ନିର୍ମିତ ଜିନିଷ କିଣିବୁ... ଆମେ ଭୋକାଲ୍ ଫର୍ ଲୋକାଲ୍ ହେବା ଦରକାର’ ।
ଅଧିକ ପଢ଼ନ୍ତୁ:
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)