Advertisment

Pakistan ISI Agent Arrested in India: ସ୍ମଗଲିଂ ନାଁରେ ଗୁଇନ୍ଦାଗିରି: ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର

ଉତ୍ତରପ୍ରଦେଶର ମୁରାଦାବାଦରୁ ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର ଶେହଜାଦ ଧରାପଡ଼ିଛି । ଶେହଜାଦ ଦେଶରୁ ପ୍ରସାଧନ ସାମଗ୍ରୀ, ପୋଷାକ, ମସଲା ଜାତୀୟ ଦ୍ରବ୍ୟ ସହ ଅନ୍ୟାନ୍ୟ ଜିନିଷ ପାକିସ୍ତାନକୁ ଚୋରା ଚାଲାଣ କରୁଥିଲା ଓ ISI ଏଜେଣ୍ଟମାନଙ୍କୁ ଭାରତ ସିମ୍ ହାତେଇବା ପାଇଁ ସାହାଯ୍ୟ କରୁଥିଲା।

author-image
Chinmayee Sahoo
ଅଦ୍ୟତନ ହୋଇଛି
Pakistan spy

Pakistan spy

ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ସାରା ଦେଶରେ ହଇଚଇ ଭିତରେ ଗିରଫ ହେଲେ ଆଉ ଜଣେ ଗୁପ୍ତଚର। ଉତ୍ତରପ୍ରଦେଶରୁ ଧରାପଡ଼ିଛନ୍ତି ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର। ଉତ୍ତରପ୍ରଦେଶ ରାମପୁରର ବାସିନ୍ଦା ଶେହଜାଦ ଗିରଫ ହୋଇଛନ୍ତି। ମୁରାଦାବାଦରୁ ଶେହଜାଦଙ୍କୁ ଗିରଫ କଲା ୟୁପି ATS। ଗତ କିଛି ବର୍ଷ ଧରି ସେ ପାକିସ୍ତାନ ଯିବା ଆସିବା କରୁଥିଲା। ପାକ୍ ଗୁଇନ୍ଦା ସଂସ୍ଥା ISIକୁ ସୁରକ୍ଷା ସମ୍ବନ୍ଧୀୟ ଗୁପ୍ତ ସୂଚନା ଦେଇଥିବା ଅନୁମାନ କରାଯାଉଛି। କେମିତି ଓ କିଭଳି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲା ସେନେଇ ଅଧିକ ଖୋଳତାଡ ଜାରି ରହିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଶେହଜାଦ ସୀମା ପାର ସ୍ମଗଲିଂ କରିବା ସହିତ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିଲେ। ସେ ଦେଶ ସମ୍ପର୍କିତ ଅନେକ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ଦେଉଥିଲେ। ସେ ଭାରତରେ ଥାଇ ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ଅପରେଟ୍ କରୁଥିଲେ। ଏପରିକି ସେ ଅନେକ ଥର ପାକିସ୍ତାନ ମଧ୍ୟ ଗସ୍ତ କରିଥିବାର ସୂଚନା ମିଳିଛି। ସେ ଦେଶରୁ ପ୍ରସାଧନ ସାମଗ୍ରୀ, ପୋଷାକ, ମସଲା ଜାତୀୟ ଦ୍ରବ୍ୟ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ପାକିସ୍ତାନକୁ ଚୋରା ଚାଲାଣ କରୁଥିଲେ।

ଅଧିକ ପଢନ୍ତୁ: ଖୋଲୁଛି ଗୁମର: ପହଲଗାମ ହମଲା ଦିନ ISI ସହ ଯୋଗାଯୋଗରେ ଥିଲେ ଜ୍ୟୋତି!

ତଦନ୍ତରୁ ଜଣାପଡିଛି ଯେ, ସେ ଭାରତରେ କାମ କରୁଥିବା ଅନ୍ୟାନ୍ୟ ପାକିସ୍ତାନୀ ଏଜେଣ୍ଟଙ୍କୁ ଟଙ୍କା ଟ୍ରାନ୍ସଫର କରିଛନ୍ତି। ସେ ଉତ୍ତରପ୍ରଦେଶରୁ ବିଭିନ୍ନ ଲୋକଙ୍କୁ ଠକି କରି ହେଉ କିମ୍ବା ଜାଣି କରି ISI ସହ ଜଡିତ କାର୍ଯ୍ୟ ପାଇଁ ପାକିସ୍ତାନ ପଠାଉଥିଲେ। ଭାରତରୁ ପାକିସ୍ତାନକୁ ଯାଉଥିବା ଲୋକଙ୍କୁ ଯିବା ପାଇଁ ISI ଏଜେଣ୍ଟମାନେ ହିଁ ଭିସା ଓ ଅନ୍ୟାନ୍ୟ ଟ୍ରାଭେଲ ଡକ୍ୟୁମେଣ୍ଟ ଯୋଗାଉଥିଲେ। ଶାହଜାଦ ISI ଏଜେଣ୍ଟମାନଙ୍କୁ ଭାରତ ସିମ୍ ହାତେଇବା ପାଇଁ ମଧ୍ୟ ସାହାଯ୍ୟ କରୁଥିଲେ।

Advertisment

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢୁଥିବା ବେଳେ ଦେଶର ସୁରକ୍ଷା ଦୃଷ୍ଟିରୁ ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ସାରା ଦେଶରେ ଧରପଗଡ ଚାଲିଛି। ନିକଟରେ ହରିୟାଣାର ଜଣେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ଗିରଫ କରାଯାଇଛି। ଏପରିକି ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୭ ରୁ ୧୦ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ମଧ୍ୟରେ ଜ୍ୟୋତି ଭାରତର ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନଙ୍କ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବାର ସୂଚନା ମିଳିଛି। ଯାହା ପରେ ଉକ୍ତ ଅଧିକାରୀଙ୍କୁ ତୁରନ୍ତ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଅଧିକ ପଢନ୍ତୁ: ପହଲଗାମରୁ ପାକିସ୍ତାନ ଯାଏଁ ଫଟୋ ଓ ଭିଡ଼ିଓକୁ ନେଇ ତନାଘନା, ଅକଳରେ ୟୁଟ୍ୟୁବର ପ୍ରିୟଙ୍କା

India Pakistan
Advertisment
Advertisment