Advertisment

India-Pakistan Ceasefire Talks Extends Indefinitely: ଆଜି ହେବନି DGMO ସ୍ତରୀୟ ଆଲୋଚନା: ସ୍ପଷ୍ଟ କଲା ସେନା

ଆଜି ହେବନି DGMO ସ୍ତରୀୟ ଆଲୋଚନା । ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅସ୍ତ୍ରବିରତି ରହିବ ବୋଲି ଘୋଷଣା କରିଛି ଭାରତୀୟ ସ୍ଥଳସେନା । ଅସ୍ତ୍ରବିରତି ଅବଧି ୧୮ ତାରିଖ ଯାଏଁ ଥିବା ଖଣ୍ଡନ କଲା ସେନା ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Ceasefire

Ceasefire

ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଜାରି ରହିବ । ଆଜି ଅସ୍ତ୍ରବିରତିର ଶେଷ ତାରିଖ ଖବରକୁ ଖଣ୍ଡନ କରିଛି ସେନା । ଏହି ଗୁଜବକୁ ବିଶ୍ୱାସ ନ କରିବାକୁ ସେନା କହିଛି । ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ DGMO ସ୍ତରୀୟ ଆଲୋଚନା ହେବନାହିଁ । ଗତ ମେ ୧୨ ତାରିଖରେ ନିଆ ଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅସ୍ତ୍ର ବିରତି ରହିବ ବୋଲି ସ୍ପଷ୍ଟ କରିଛି ଭାରତୀୟ ସ୍ଥଳସେନା ।

Advertisment

ସୂଚନାଯୋଗ୍ୟ, ମେ ୬ ଓ ୭ ତାରିଖ ରାତିରେ ଭାରତୀୟ ସେନା ପାକିସ୍ତାନ ମାଟିରେ ‘ଅପରେସନ ସିନ୍ଦୂର’ ଅଭିଯାନ କରିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ୪ ଦିନର ଯୁଦ୍ଧ ଉତ୍ତେଜନା ପରେ ମେ ୧୦ରେ ଅସ୍ତ୍ରବିରତି ହୋଇଥିଲା। ମେ ୧୦ ତାରିଖରେ ଦୁଇଦେଶର DGMO ସ୍ତରରେ ପ୍ରଥମେ କଥାବାର୍ତ୍ତା ହୋଇ ଦୁଇଦେଶ ସୀମାରେ ସେମାନଙ୍କ ସୈନ୍ୟସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ। କଥାବାର୍ତ୍ତା କାଳରେ ଅସ୍ତ୍ରବିରତି ପାଳନ ପାଇଁ ଉଭୟଙ୍କ ମଧ୍ୟରେ ସମ୍ମତି ପ୍ରକାଶ ପାଇଥିଲା।

ଅଧିକ ପଢନ୍ତୁ: ଭାରତକୁ ବଡ଼ ସଫଳତା, ବର୍ଷକରେ ବିକ୍ରି ହେଲାଣି ୨୪ ହଜାର କୋଟିର ଯୁଦ୍ଧାସ୍ତ୍ର

Advertisment

ଏହା ପରେ ଏହା ପରେ ମେ ୧୨ରେ ପୁଣି ଥରେ DGMO ସ୍ତରରେ କଥାବାର୍ତ୍ତା ହୋଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅସ୍ତ୍ରବିରତି ନେଇ ସହମ୍ମତି ପ୍ରକାଶ ପାଇଥିଲା। କିନ୍ତୁ ମେ ୧୮ରେ ପୁଣି DGMO ସ୍ତରୀୟ ଆଲୋଚନା ପାଇଁ ସ୍ଥିର ହୋଇନଥିଲା । ତେବେ ବ୍ଲୁମବର୍ଗ ରିପୋର୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ବୁଝାମଣାକୁ ୧୮ ତାରିଖ ଯାଏଁ ବୃଦ୍ଧି କରାଯାଇଛି ବୋଲି ଏକ ଖବର ପ୍ରକାଶ ପାଇଥିଲା ।

ଅଧିକ ପଢନ୍ତୁ: ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି ଦଳ, ବିଜେପିରୁ ବୈଜୟନ୍ତ ଓ ରବିଶଙ୍କର

Indo-Pak Ceasefire Operation Sindoor
Advertisment
Advertisment