Advertisment

India Prepares Strong Retaliation for Pahalgam Attack: ପହଲଗାମ ଆତଙ୍କୀ ବଦଲା: ଆଜି ନିଆଯାଇପାରେ ବଡ଼ ନିଷ୍ପତ୍ତି !

ପହଲଗାମ୍ ହମଲାର ବଦଲା ପାଇଁ ତୟାରୀ । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବେ ପିଏମ୍ ମୋଦି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୧ଟାରେ ବସିବ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି ବା ସିସିଏସ୍ ବୈଠକ ।

author-image
Tapaswini Nayak
ଅଦ୍ୟତନ ହୋଇଛି
Attack

Attack

ପହଲଗାମ୍ ହମଲାର ବଦଲା ପାଇଁ ତୟାରୀ । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବେ ପିଏମ୍ ମୋଦି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୧ଟାରେ ବସିବ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି ବା ସିସିଏସ୍ ବୈଠକ। ଏହି ବୈଠକରେ ସୁରକ୍ଷା ପ୍ରସ୍ତୁତି ଉପରେ ଆଲୋଚନା ହୋଇପାରେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହା ଦ୍ୱିତୀୟ CCS ବୈଠକ।

Advertisment

ଅଧିକ ପଢନ୍ତୁ: କାଶ୍ମୀରରେ ଆତଙ୍କୀ ଆକ୍ରମଣର ପୁରୁଣା ଇତିହାସ, ଘାଟିକୁ ଅଶାନ୍ତ କରୁଛି ପାକିସ୍ତାନ

ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ରହିବେ। ଏହା ପରେ ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ବସିବ CCPA ଏବଂ CCEA ବୈଠକ ।

Advertisment

ଅନ୍ୟପକ୍ଷରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ପାଇଁ ସେନାକୁ ମିଳିଛି ଗ୍ରୀନ ସିଗ୍‌ନାଲ। ଯେକୌଣସି ମୁହୂର୍ତ୍ତରେ, ଯେକୌଣସି ସ୍ଥାନରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ ଭାରତୀୟ ସେନା

 ପାକିସ୍ତାନଠୁ ପହଲଗାମ୍ ହମଲାର ବଦଲା ନେବାକୁ ଭାରତର ତିନି ସେନାକୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ନେଇ ନିଷ୍ପତ୍ତି ନେବାକୁ ସେନାକୁ ମିଳିଛି ପୂର୍ଣ୍ଣ କ୍ଷମତା। ଏନେଇ ୩ ସେନା ମିଳିତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 ଅଧିକ ପଢନ୍ତୁ: 'ଆକ୍ରମଣର ଟାର୍ଗେଟ-ଟାଇମ୍‌ ସ୍ଥିର କର', ସେନାକୁ ପୂର୍ଣ୍ଣ କ୍ଷମତା ଦେଲେ ପ୍ରଧାନମନ୍ତ୍ରୀ

PM Modi Pahalgam Terrorist Attack Pahalgam Attack
Advertisment
Advertisment